ପୁଣି ଦେଶକୁ ମିଳିଛି ଆଶ୍ୱସ୍ତି । ଆଉ ଦୁଇଟି ଭାରତୀୟ ଏଲପିଜି ଜାହାଜ ସଫଳତା ପୂର୍ବକ ପାର କରିଛନ୍ତି ହର୍ମୁଜ୍ ପ୍ରଣାଳୀ । ଏହି ଦୁଇଟି ଜାହାଜ ୬୦ ଜଣ ଭାରତୀୟ ନାବିକ କ୍ରୁଙ୍କୁ ସହ ୨୬ ରୁ ୨୮ ମାର୍ଚ୍ଚ ମଧ୍ୟରେ ଭାରତରେ ପହଞ୍ଚିବାର ରହିଛି କାର୍ଯ୍ୟକ୍ରମ । ଦୁଇଟି ଅତିରିକ୍ତ ଭାରତୀୟ ଏଲପିଜି ଟ୍ୟାଙ୍କର୍ ,’ଜଗ ବସନ୍ତ’ ଏବଂ ‘ପାଇନ୍ ଗ୍ୟାସ୍’ ହର୍ମୁଜ୍ ପ୍ରଣାଳୀ ପାର କରିଛନ୍ତି । ଏହି ୯୨,୬୧୨.୫୯ ମେଟ୍ରିକ୍ ଟନ୍ ଏଲପିଜି ଲୋଡ୍ ହୋଇଥିବା ଜଣାପଡିଛି । ତେବେ ଏହି ଦୁଇ ଜାହାଜ ଏବେ ସୁରକ୍ଷିତ ହର୍ମୁଜ୍ ପ୍ରଣାଳୀ ପାର କରି ବର୍ତ୍ତମାନ ସିଧାସଳଖ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛି।
ହର୍ମୁଜ୍ ରୁ ଆସୁଥିବା ଦୁଇଟି ଟ୍ୟାଙ୍କର୍ ରେ ୬୦ ଜଣ ଭାରତୀୟ ନାବିକ

ଭାରତ ସରକାରଙ୍କ ଅନୁଯାୟୀ, ଏଲପିଜି ଟ୍ୟାଙ୍କର୍ *ଜଗ ବସନ୍ତ* ରେ ୩୩ ଜଣ ଭାରତୀୟ ନାଗରିକ ଏବଂ *ପାଇନ୍ ଗ୍ୟାସ୍ ରେ ୨୭ ଜଣ ଭାରତୀୟ ଅଛନ୍ତି । ୨୬ ମାର୍ଚ୍ଚରୁ ୨୮ ତାରିଖ ମଧ୍ୟରେ ଉଭୟ ଜାହାଜ ଭାରତୀୟ ବନ୍ଦରରେ ପହଞ୍ଚିବା ନେଇ ଆଶା କରାଯାଉଛି।
ତିନୋଟି ଭାରତୀୟ ଜାହାଜ ପାରସ୍ୟ ଉପସାଗରରୁ ପୂର୍ବରୁ ପହଞ୍ଚିଥିଲା
![]()
ଏହା ପୂର୍ବରୁ, ତିନୋଟି ଭାରତୀୟ ପତାକା ଜାହାଜ ପାରସ୍ୟ ଉପସାଗରରୁ ବାହାରି ଭାରତରେ ପହଞ୍ଚିଥିଲା । ଏଥିମଧ୍ୟରୁ ଦୁଇଟି ଜାହାଜ *ଶିବାଲିକ୍* ଏବଂ *ନନ୍ଦା ଦେବୀ* ଏଲପିଜି ପରିବହନ କରି ଯଥାକ୍ରମେ ୧୬ ଏବଂ ୧୭ ଫେବୃଆରୀରେ ଗୁଜୁରାଟର ମୁନ୍ଦ୍ରା ଏବଂ କାଣ୍ଡଲା ନାମକ ଭାରତୀୟ ବନ୍ଦରରେ ପହଞ୍ଚିଥିଲା । ଏହି ଦୁଇଟି ଜାହାଜ ହରମୁଜ୍ ପ୍ରଣାଳୀ ପାର କରିଥିଲା । ତଥାପି, ତୃତୀୟ ଜାହାଜ ‘ଜଗ୍ ଲଡକି’ ଏକ ଅଶୋଧିତ ତୈଳ ଟ୍ୟାଙ୍କର୍ । ଏହା ୟୁଏଇରୁ ଓମାନ ଉପସାଗର ଦେଇ ଭାରତ ଯାତ୍ରା କରିଥିଲା ଏବଂ ମୁନ୍ଦ୍ରା ବନ୍ଦରରେ ମଧ୍ୟ ପହଞ୍ଚିଥିଲା ।
ଏହି ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଜ୍ୟସଭାରେ ହର୍ମୁଜ୍ ପ୍ରଣାଳୀରେ ଚାଲିଥିବା ଅଚଳାବସ୍ଥା ଯୋଗୁଁ ଭାରତ ଏବଂ ବିଶ୍ୱ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି କହିଥିଲେ:
)
- ହର୍ମୁଜ୍ ଦେଇ ଯାତ୍ରା କରିବା ବର୍ତ୍ତମାନ ଏକ ଚ୍ୟାଲେଞ୍ଜିଂ।
- ହର୍ମୁଜ୍ ରେ ଜାହାଜ ଅଟକ ରଖିବା ଗ୍ରହଣୀୟ ନୁହେଁ।
- ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାର ବିଷୟ।
- ତେଲ ଏବଂ ଗ୍ୟାସର ନିୟମିତ ଯୋଗାଣ ବାଧାପ୍ରାପ୍ତ ହୋଇଛି।
- ଭାରତ ଏହାର ଏଲପିଜି ଆବଶ୍ୟକତାର ୬୦% ଆମଦାନୀ କରୁଛି।
- ଦେଶରେ ବର୍ତ୍ତମାନ ୫୩ଲକ୍ଷ ମେଟ୍ରିକ୍ ଟନ୍ ପେଟ୍ରୋଲିୟମ୍ ଷ୍ଟକ୍ ଅଛି।
- ଅତିରିକ୍ତ ୬୫ଲକ୍ଷ ମେଟ୍ରିକ୍ ଟନ୍ ପେଟ୍ରୋଲିୟମ୍ ସୁରକ୍ଷିତ କରିବା ପାଇଁ କାର୍ଯ୍ୟ ଚାଲିଛି।
- ପୂର୍ବରୁ ୨୭ଦେଶରୁ ଶକ୍ତି ଆମଦାନି କରାଯାଉଥିଲା ; ଆଜି ୪୧ଦେଶରୁ ଆମଦାନି କରାଯାଉଛି।
- ବିଶ୍ୱ ପରିସ୍ଥିତି ବିପଦପୂର୍ଣ୍ଣ।
- ମୁଁ ପଶ୍ଚିମ ଏସିଆର ରାଷ୍ଟ୍ରମୁଖ୍ୟମାନଙ୍କ ସହିତ ଆଲୋଚନା କରିଛି।
- ପଶ୍ଚିମ ଏସିଆର ସଙ୍କଟ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରୁଛି।
- ଭାରତର ଅର୍ଥନୀତି ସୁଦୃଢ଼ ରହିଛି।
- ପଶ୍ଚିମ ଏସିଆ ସଙ୍କଟ ସମ୍ପର୍କରେ ସରକାର ସମ୍ବେଦନଶୀଳ, ସାବଧାନ ଓ ସତର୍କ ରହିଛନ୍ତି।
also read : https://purvapaksa.com/sc-status-limited-to-hindus-sikhs-buddhists-not-for-converted/


