ପୂର୍ବ ଦିଲ୍ଲୀର ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହିତ ଭିଡିଓ ରେକର୍ଡ଼ିଂ ସମୟରେ ଚାଲିଗଲା ଜୀବନ | ଆଖିପିଛୁଳାକେ ହସି ହସି ନିଜକୁ ଗୁଳି କଲେ ଯୁବକ | ଏହି ପୁରା ଘଟଣାଟି ପୂର୍ବଦିଲ୍ଲୀର ଯେଉଁଠି ୨ ସାଙ୍ଗଙ୍କ ମଧ୍ୟରୁ ଗୋଟିଏ ଅନ୍ୟଟିର ଭିଡିଓ ଉତ୍ତୋଳନ କରିବା ଓ ଅନ୍ୟ ଜଣଙ୍କ ବନ୍ଧୁକ ଲୋଡ଼ କରୁଥିବା ଦେଖାଯାଇଛି | ବନ୍ଧୁକଟିରେ ଗୁଳି ଲୋର୍ଡ କରିବା ପରେ ହସି ହସି ନିଜ ବାମ ଛାତିରେ ବନ୍ଧୁକ ଟିକୁ ରଖୁଛନ୍ତି | ଏହା ମଧ୍ୟରେ ଭିଡିଓ ନେଉଥିବା ସାଙ୍ଗ କହିଛି ‘ଆରେ ତୁ ଇଏ କଣ କରୁଚୁ’! ଆଉ ସେତିକି ମଧ୍ୟରେ ବନ୍ଧୁକ ଧରିଥିବା ଯୁବକ ଜଣଙ୍କ ଟ୍ରିଗର ଦବେଇବା ମାତ୍ରେ ଗୁଳି ଫୁଟି ସେ ତଳେ ପଡୁଥିବା ଦେଖା ଯାଇଛି | ତେବେ ଭିଡିଓରୁ ଜଣାପଡୁଛି ଯେ ଉଭୟଙ୍କୁ ଏହିପରି କିଛି ହୋଇଯିବ ଏନେଇ ଜ୍ଞାତ ନଥିଲା | ତେବେ ଭିଡିଓ ଶେଷରେ ରେକର୍ଡ କରୁଥିଲା ଯୁବକ ଜଣଙ୍କ ଚିତ୍କାର କରାଯାଉଥିବା ମଧ୍ୟ ଶୁଣିବାକୁ ମିଳିଛି |
ଫୁଟେଜ୍ ଆରମ୍ଭରେ, ରେକର୍ଡ କରୁଥିବା ବ୍ୟକ୍ତି ତାଙ୍କୁ ଗୁଳି କିପରି ଭର୍ତ୍ତି କରିବେ ସେ ବିଷୟରେ ନିର୍ଦ୍ଦେଶ ଦେଉଥିବା ଶୁଣାଯାଉଛି, କହୁଛନ୍ତି, “ବଟନ୍ କ୍ଲିକ୍ କର , ଏହା ଭିତରକୁ ଯିବ।”
ଗୁଳି ଲୋର୍ଡ କରିବା ପରେ , ଶାରୀରିକ ଭାବରେ ସୁସ୍ଥ ଦେଖାଯାଉଥିବା ବ୍ୟକ୍ତି ଜଣକ ପିସ୍ତଲକୁ କକ୍ କରୁଥିବା ଦେଖାଯାଉଛି । କ୍ୟାମେରା ପଛରେ ଥିବା ବ୍ୟକ୍ତି ତା’ପରେ କହୁଛନ୍ତି , “ଚଲା ମତ ଦେନା, ଭାଇ” । ଏହାର କିଛି କ୍ଷଣ ପରେ, ବ୍ୟକ୍ତି ଜଣକ ତାଙ୍କ ଛାତିର ବାମ ପାର୍ଶ୍ୱରେ ବନ୍ଧୁକ ଟିକୁ ରଖିଛନ୍ତି । ସେ କ୍ୟାମେରାକୁ କିଛି ସମୟ ପାଇଁ ଚାହିଁଲେ ଏବଂ ହସିଲେ । ତା’ପରେ ହଠାତ୍ ଟ୍ରିଗର ଦବାଇ ତଳେ ପଡ଼ିଗଲେ ଓ ଛାତିର କ୍ଷତ ସ୍ଥାନରୁ ରକ୍ତ ବାହାରୁଥିବା ମଧ୍ୟ ଦେଖାଗଲା। ରେକର୍ଡିଂ କରୁଥିବା ବ୍ୟକ୍ତିଙ୍କୁ ପରିଶେଷରେ ଚିତ୍କାର କରୁଥିବାର ଶୁଣାଗଲା କି “ଭାଇ, କ୍ୟା କର ଦିଆ ତୁନେ ?”
ତେଣେ ଘଟଣା ପରେ ପୋଲିସ ବ୍ୟକ୍ତିଙ୍କୁ ପବନ ବୋଲି ଚିହ୍ନଟ କରିଛି । ଘଟଣାଟି ନ୍ୟୁ ଅଶୋକ ନଗରରେ ଘଟିଥିଲା । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିଆଯାଇଥିଲା କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଘଟଣାରେ ବ୍ୟବହୃତ ପିସ୍ତଲଟି ଭିଡିଓ ରେକର୍ଡ କରିଥିବା ବ୍ୟକ୍ତିଙ୍କର ଏକ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଥିଲା । ଘଟଣା ଟିର ପାରିପାର୍ଶ୍ୱିକ ପରିସ୍ଥିତି ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଥିବା କହିଛି ପୋଲିସ ।
also read : https://purvapaksa.com/scb-medical-fire-nhrc-seeks-detailed-report-from-odisha-chief-secretary/


