ଆଜି ବିଶ୍ୱ ଏକ ବଡ଼ ଆର୍ଥିକ ମହାସଙ୍କଟ ଆଡ଼କୁ ଗତି କରୁଛି।
• କ’ଣ ଇରାନ ନିଜର ସବୁଠାରୁ ବଡ଼ ବ୍ରହ୍ମାସ୍ତ୍ର ପ୍ରୟୋଗ କରିସାରିଛି?
• କ’ଣ ବିଶ୍ୱ ଅର୍ଥନୀତିର ବେକ ଏବେ ଇରାନ ହାତରେ?
• ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ (Strait of Hormuz), ଯେଉଁ ରାସ୍ତା ଦେଇ ସାରା ଦୁନିଆର ୨୦ ପ୍ରତିଶତ ତେଲ ଯାଇଥାଏ, ଆଉ ଯାହାକୁ ଏବେ ଇରାନ ବନ୍ଦ କରିଦେଇଥିବା ଚର୍ଚ୍ଚା ହେଉଛି।
ପ୍ରଥମେ ବୁଝନ୍ତୁ ଏହି ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ କ’ଣ?
• ଏହା ହେଉଛି ପାରସ୍ୟ ଉପସାଗର ଏବଂ ଓମାନ ଉପସାଗର ମଧ୍ୟରେ ଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ।
• ଏହାର ଚଉଡ଼ା ମାତ୍ର ୩୩ ରୁ ୩୯ କିଲୋମିଟର, କିନ୍ତୁ ବଡ଼ ବଡ଼ ଜାହାଜ ଯିବା ପାଇଁ ମାତ୍ର ୩ କିଲୋମିଟର ଚଉଡ଼ା ଗଭୀର ରାସ୍ତା ରହିଛି।
• ଯଦି ଇରାନ ଏହି ୩ କିଲୋମିଟରର ଗଳିକୁ ବନ୍ଦ କରିଦିଏ, ତେବେ ସାରା ବିଶ୍ୱର ଲାଇଫ୍ ଲାଇନ୍ କଟିଯିବ।

ଭାରତ ପାଇଁ ଏହା କେତେ ବିପଜ୍ଜନକ
• ଆମ ଦେଶର ୬୦ ପ୍ରତିଶତ ଅଶୋଧିତ ତେଲ ଏବଂ ୮୦ ପ୍ରତିଶତ ରନ୍ଧନ ଗ୍ୟାସ୍ (LPG) ଏହି ରାସ୍ତା ଦେଇ ଇରାକ, ସାଉଦି ଆରବ ଏବଂ କୁଏତରୁ ଆସିଥାଏ।
• ଯଦି ଏହି ରାସ୍ତା ବନ୍ଦ ହୁଏ, ତେବେ ଜାହାଜଗୁଡ଼ିକୁ ଆଫ୍ରିକା ବୁଲି ଆସିବାକୁ ପଡ଼ିବ।
• ଫଳରେ ତେଲ ପରିବହନ ଖର୍ଚ୍ଚ ୫୦ ପ୍ରତିଶତ ବଢ଼ିଯିବ ଏବଂ ଭାରତରେ ପହଞ୍ଚିବାକୁ ଅଧିକ ୨୦ ଦିନ ସମୟ ଲାଗିବ।
• ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ୍ ଏବଂ ରୋଷେଇ ଘରର ବଜେଟ୍ ଉପରେ ପଡ଼ିବ।

ପ୍ରଶ୍ନ ହେଉଛି, କଣ ଇରାନ କେବଳ ଚୀନ୍ ଏବଂ ରୁଷ ପାଇଁ ଏହି ରାସ୍ତା ଖୋଲା ରଖିଛି?
• କୁହାଯାଉଛି ଯେ, ଯେଉଁ ଦେଶମାନେ ବିପଦ ସମୟରେ ଇରାନ ସହ ଛିଡ଼ା ହୋଇଥିଲେ, ସେମାନଙ୍କୁ ଇରାନ ପୁରସ୍କାର ଦେଉଛି।
• କିନ୍ତୁ ଭାରତର ଅବସ୍ଥା କ’ଣ?
• ଓମାନ ଉପସାଗରରେ ଦୁଇଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଏବଂ ପ୍ରାୟ ୧୧୦୦ ଭାରତୀୟ ନାବିକ ସେଠାରେ ଫସି ରହିବା ଏକ ଚିନ୍ତାର ବିଷୟ।
ଭାରତ ଇରାନର ଚାବହାର୍ ପୋର୍ଟରେ ହଜାର ହଜାର କୋଟି ଟଙ୍କା ନିବେଶ କରିଛି।
• ଯଦି ଏହି ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ଲାଗିରହେ, ତେବେ ଭାରତର ଏହି ବଡ଼ ପ୍ରୋଜେକ୍ଟ କଣ ବେକାର ହୋଇଯିବ?
• କଣ ପୁଟିନ୍ ଏବଂ ମୋଦୀଙ୍କ ବନ୍ଧୁତା ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ବନ୍ଦ ଦ୍ୱାର ଖୋଲିପାରିବ?
ଏହି ସାମୁଦ୍ରିକ ତରଙ୍ଗ କେବଳ ପାଣି ନୁହେଁ, ବରଂ ଆଗାମୀ ଦିନରେ ବିଶ୍ୱ ଏବଂ ଭାରତର ଆର୍ଥିକ ଭବିଷ୍ୟତ ସ୍ଥିର କରିବ।
• ଭାରତ କଣ ଏହି ସଙ୍କଟରୁ ବର୍ତ୍ତି ପାରିବ?
• ଟ୍ରମ୍ପ ଏବଂ ଇରାନର ଏହି ଲଢ଼େଇରେ ଭାରତର କଣ କ୍ଷତି ହେବ?
AlsoRead; https://purvapaksa.com/farmer-throws-paddy-at-collectors-office/
କଲେକ୍ଟର ଅଫିସରେ ଧାନ ଫୋପାଡ଼ିଲେ ଚାଷୀ || Farmer throws paddy at collector’s office


