ସୁନା ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗ୍ରାମ ପିଛା ୧୫ ହଜାର ଟଙ୍କା ପାର୍ କରିଛି । ଏହା ଗହଣା କ୍ରେତାଙ୍କ ପାଇଁ ଚିନ୍ତାର କାରଣ ହେବା ସହ ସମୟୋପଯୁକ୍ତ ତଥ୍ୟ ଜାଣିବାକୁ ଅତ୍ୟାବଶ୍ୟକ କରିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ବିଭିନ୍ନ ସହରର ନବୀନତମ ଦର ଯାଞ୍ଚ କରିବା ଦରକାର।
ଗତକାଲି ସହିତ ତୁଳନା କରିଲେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୧୦ ଟଙ୍କା କମିଛି । ଏହାସହିତ ୧ କେ.ଜି ରୂପା ଦରରେ ୩,୪୬୦ ଟଙ୍କାର ହ୍ରାସ ଦେଖାଯାଇଛି । ଏହି ପରିସ୍ଥିତିରେ କ୍ରେତାମାନେ ନିଷ୍ପତ୍ତି ନେବା ପୂର୍ବରୁ ବୁଝିବାକୁ ଉଚିତ୍ ।

ଆଜି ସର୍ବଭାରତୀୟ ବଜାରରେ, ଅର୍ଥାତ୍ ଇଣ୍ଡିଆର ବିଭିନ୍ନ ସହରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୧୪,୧୨୮ ଟଙ୍କା ରହିଛି। ୨୪ କ୍ୟାରେଟ ସୁନା ମୂଲ୍ୟ ୧୫,୪୧୨ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ୧୧,୫୫୯ ଟଙ୍କା ପ୍ରତି ଗ୍ରାମରେ ବିକ୍ରି ହେଉଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ ସୁନା ୧୪,୧୨୮ ଟଙ୍କା ପ୍ରତି ଗ୍ରାମ ରହିଛି। ୨୪ କ୍ୟାରେଟ ସୁନା ୧୫,୪୧୨ ଟଙ୍କା ଓ ୧୮ କ୍ୟାରେଟ ୧୧,୫୫୯ ଟଙ୍କାରେ ବିକ୍ରି ହେଉଛି। ସ୍ଥାନୀୟ ବଜାରରେ ଦର ସ୍ଥିର ଥିବା ସତ୍ୱେ ଆଗାମୀ ଦିନରେ ଆଉ ପରିବର୍ତ୍ତନ ଆସିପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି।
ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ୧୪,୨୧୫ ଟଙ୍କା ପ୍ରତି ଗ୍ରାମ ରହିଛି। ୨୪ କ୍ୟାରେଟ ସୁନା ଦର ୧୫,୫୦୬ ଟଙ୍କା ଓ ୧୮ କ୍ୟାରେଟ ସୁନା ୧୧,୬୩୩ ଟଙ୍କା ପ୍ରତି ଗ୍ରାମ ରହିଛି। ଦିଲ୍ଲୀରେ ଚାହିଦା ଅଧିକ ଥିବାରୁ ଦରରେ ସାନା ପରିବର୍ତ୍ତନ ଦେଖାଯାଉଛି।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ ସୁନା ୧୪,୧୨୮ ଟଙ୍କା ଓ ୨୪ କ୍ୟାରେଟ ୧୫,୪୧୨ ଟଙ୍କା ପ୍ରତି ଗ୍ରାମ ରହିଛି। ୧୮ କ୍ୟାରେଟ ସୁନା ୧୧,୫୫୯ ଟଙ୍କାରେ ବିକ୍ରି ହେଉଛି।
ମାୟାନଗରୀ ମୁମ୍ୱାଇରେ ମଧ୍ୟ ସମାନ ଦର ଦେଖାଯାଉଛି। ୨୨ କ୍ୟାରେଟ ସୁନା ୧୪,୧୨୮ ଟଙ୍କା ଓ ୨୪ କ୍ୟାରେଟ ୧୫,୪୧୨ ଟଙ୍କା ପ୍ରତି ଗ୍ରାମ ରହିଛି। ୧୮ କ୍ୟାରେଟ ସୁନା ୧୧,୫୫୯ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇ ୨୨ କ୍ୟାରେଟ ସୁନା ୧୪,୩୨୦ ଟଙ୍କା ପ୍ରତି ଗ୍ରାମ ରହିଛି। ୨୪ କ୍ୟାରେଟ ସୁନା ୧୫,୬୨୨ ଟଙ୍କା ଓ ୧୮ କ୍ୟାରେଟ ସୁନା ୧୨,୨୫୦ ଟଙ୍କା ପ୍ରତି ଗ୍ରାମ ରହିଛି, ଯାହା ଅନ୍ୟ ସହର ତୁଳନାରେ କିଛି ଅଧିକ । ସୁନା କିଣିବା ସମୟରେ ଶୁଦ୍ଧତା ମାପ, ହଲମାର୍କ ଚିହ୍ନ ଓ ମେକିଂ ଚାର୍ଜ ଯାଞ୍ଚ କରିବା ଅତ୍ୟାବଶ୍ୟକ। ବଜାରର ଚଢ଼ାଉ-ଉତରାଉ ଦେଖି କ୍ରେତାମାନେ ସତର୍କ ହୋଇ ନିଷ୍ପତ୍ତି ନେବା ଉଚିତ୍।
also read https://purvapaksa.com/today-horoscope/
ଆଜି ସୂର୍ଯ୍ୟଗ୍ରହଣ, ଏହି ରାଶି ପାଇଁ ସୁନା ଓ ଟଙ୍କାର ଲାଭ! ।। Today Horoscope


