ପାଖେଇ ଆସୁଛି ମହାଶିବରାତ୍ରୀ—ଭଗବାନ ଶିବଙ୍କ ଆରାଧନାର ସବୁଠୁ ପବିତ୍ର ଓ ଶକ୍ତିଶାଳୀ ଦିନ । ଏହି ଦିନଟି ଭକ୍ତମାନଙ୍କ ପାଇଁ କେବଳ ଏକ ପର୍ବ ନୁହେଁ ବରଂ ଆତ୍ମଶୁଦ୍ଧି, ସଂଯମ ଓ ଆଧ୍ୟାତ୍ମିକ ଜାଗୃତିର ଏକ ବିଶେଷ ସୁଯୋଗ । ଚଳିତ ବର୍ଷ ମହାଶିବରାତ୍ରୀ ୧୫ ଫେବୃଆରୀ ରବିବାର ଦିନ ପାଳିତ ହେବ। ଏହି ଦିନଟି ଧାର୍ମିକ ଦୃଷ୍ଟିକୋଣ ସହିତ ସହିତ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ମହାଶିବରାତ୍ରୀ ଦିନ ଅନେକ ଭକ୍ତ ଫଳମୂଳ ଖାଇ ଉପବାସ ରଖନ୍ତି, କେହି ସାରା ରାତି ଜାଗ୍ରତ ରହି ଶିବଲିଙ୍ଗର ଅଭିଷେକ, ରୁଦ୍ରାଭିଷେକ ଓ ମନ୍ତ୍ର ପାଠ କରନ୍ତି। ଭକ୍ତି, ଧୈର୍ଯ୍ୟ ଓ ଆସ୍ଥା ସହ ଏହି ଦିନଟି ପାଳନ କଲେ ଭଗବାନ ଶିବଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ।
ଏହି ବର୍ଷ ମହାଶିବରାତ୍ରୀ ଦିନ ଗ୍ରହଗୋଚର ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରଖେ। ଏହି ଦିନ ୩ଟି ପ୍ରମୁଖ ଗ୍ରହ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରିବେ। ମଙ୍ଗଳ ଧନିଷ୍ଠା ନକ୍ଷେତ୍ରରେ ପ୍ରବେଶ କରିବେ, ଚନ୍ଦ୍ର ମକର ରାଶିରେ ଅବସ୍ଥାନ କରିବେ ଓ ବୁଧ ରାତିରେ ପୂର୍ବ ଭାଦ୍ରପଦ ନକ୍ଷେତ୍ରକୁ ଗୋଚର କରିବେ। ଏହି ଗ୍ରହ ଗୋଚରର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ, କିନ୍ତୁ ବିଶେଷ କରି ୩ଟି ରାଶି ପାଇଁ ଏହା ଶୁଭ ସଙ୍କେତ ନେଇଆସିବ।

ବୃଷ ରାଶି ପାଇଁ ଏହି ମହାଶିବରାତ୍ରୀ ମାନସିକ ଆଶ୍ୱସ୍ତି ଓ ସକାରାତ୍ମକ ପରିବର୍ତ୍ତନ ନେଇଆସିପାରେ। ଦୀର୍ଘ ସମୟ ଧରି ଚାଲିଥିବା ଚିନ୍ତା ଧୀରେ ଧୀରେ ଦୂର ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବପେକ୍ଷା ଭଲ ରହିବ ଓ ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ପ୍ରେମ ଓ ପାରିବାରିକ ସମ୍ପର୍କ ମଧ୍ୟ ମଜବୁତ ହେବ। ସ୍ୱାସ୍ଥ୍ୟ ସାଧାରଣ ଓ ସ୍ଥିର ରହିବ।
କର୍କଟ ରାଶି ପାଇଁ ଏହି ମହାଶିବରାତ୍ରୀ ଅତ୍ୟନ୍ତ ସକାରାତ୍ମକ ଫଳ ଆଣିବ। ଅବିବାହିତ ଲୋକମାନଙ୍କ ପାଇଁ ବିବାହ ଯୋଗ ଗଢ଼ିଉଠିପାରେ। ବିବାହିତ ଲୋକମାନେ ଜୀବନସାଥୀଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ, ଯାହା ସମ୍ପର୍କକୁ ଆଉ ମଜବୁତ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ଓ ଆର୍ଥିକ ସ୍ଥିତି ସ୍ଥିର ରହିବ। ଅଚାନକ ଧନଲାଭର ସମ୍ଭାବନା ମଧ୍ୟ ରହିଛି।
ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ସଫଳତାର ସୂଚକ। ଚାକିରି କ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିପାରେ। ଦୀର୍ଘ ଦିନର ପରିଶ୍ରମର ଫଳ ଏବେ ଦୃଶ୍ୟମାନ ହେବ। ପାରିବାରିକ ମାମଲାରେ ସକାରାତ୍ମକ ପରିବର୍ତ୍ତନ ଆସିବ ଓ ସମ୍ପର୍କ ଭଲ ରହିବ। ପିଲାମାନଙ୍କ ସହ ଜଡ଼ିତ କୌଣସି ବିଷୟରେ ସମାଧାନ କିମ୍ବା ସହମତି ମିଳିପାରେ । ଏହି ମହାଶିବରାତ୍ରୀ ଭକ୍ତି ସହ ଶିବାରାଧନା କଲେ ମନ, କର୍ମ ଓ ଭାଗ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ ବୋଲି ଜ୍ୟୋତିଷ ମତ ରହିଛି।
also read https://purvapaksa.com/t20worldcup/
ଟି-୨୦ ବିଶ୍ୱକପ ,ଏହି କାରଣ ଯୋଗୁଁ ବୁମରା ଖେଳିବେନି ମ୍ୟାଚ୍ ।। T20WorldCup


