୨୦୨୬ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ ଫାଲଗୁଣ ପୂର୍ଣ୍ଣିମାର ପବିତ୍ର ତିଥିରେ ଘଟିବାକୁ ଯାଉଛି। ଜ୍ୟୋତିଷ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣାଯାଉଛି। ଏହି ଗ୍ରହଣ ୩ ମାର୍ଚ୍ଚ ୨୦୨୬ ଦିନ ଅପରାହ୍ନ ୨ଟା ୧୬ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୫୨ ମିନିଟରେ ଶେଷ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚନ୍ଦ୍ରଗ୍ରହଣ ଭାରତରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ସେହିକାରଣରୁ ସୂତକ କାଳ ବୈଧ ହେବ ବୋଲି ଜ୍ୟୋତିଷମାନେ କହିଛନ୍ତି। ସୂତକ କାଳ ୩ ମାର୍ଚ୍ଚ ସକାଳ ୯ଟା ୩୯ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ। ଏହି ସମୟରେ ଧାର୍ମିକ କାର୍ଯ୍ୟ, ପୂଜାପାଠ ଏବଂ ମନ୍ଦିର ପ୍ରବେଶ ଉପରେ ନିୟମ ମାନାଯିବ।

ଚନ୍ଦ୍ରଗ୍ରହଣର ମୁଖ୍ୟ ପର୍ଯ୍ୟାୟ ଅପରାହ୍ନ ୩ଟା ୨୧ ମିନିଟରେ ଦେଖିବାକୁ ମିଳିବ। ଏହା ପରେ ସନ୍ଧ୍ୟା ୬ଟା ୪୬ ମିନିଟରେ ଚନ୍ଦ୍ର ଗ୍ରହଣରୁ ବାହାରିବା ଆରମ୍ଭ କରିବ ଏବଂ ୭ଟା ୫୨ ମିନିଟରେ ଗ୍ରହଣ ସମ୍ପୂର୍ଣ୍ଣ ଭାବରେ ଶେଷ ହେବ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ, କିନ୍ତୁ ମେଷ, ସିଂହ ଓ ଧନୁ—ଏହି ୩ଟି ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ ଫଳଦାୟକ ହେବ।
ମେଷ ରାଶି
ଏହି ଚନ୍ଦ୍ରଗ୍ରହଣ ମେଷ ରାଶିର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିପାରେ। ଚାକିରିରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ମଧ୍ୟ ଲାଭ ପାଇବେ।
ସିଂହ ରାଶି
ସିଂହ ରାଶି ପାଇଁ ଏହି ଗ୍ରହଣ ଆର୍ଥିକ ସ୍ଥିତିକୁ ମଜବୁତ କରିବ। ପୈତୃକ ସମ୍ପତ୍ତି କିମ୍ବା ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ। ସରକାରୀ ସେବା, ପ୍ରଶାସନ ଓ ରାଜନୀତି ସହିତ ଜଡିତ ଲୋକଙ୍କ ପାଇଁ ସମୟ ଶୁଭ ରହିବ।
ଧନୁ ରାଶି
ଧନୁ ରାଶି ପାଇଁ ଏହି ଚନ୍ଦ୍ରଗ୍ରହଣ ଅପ୍ରତ୍ୟାଶିତ ଲାଭ ଆଣିବ। ଦୀର୍ଘ ଦିନର ଆର୍ଥିକ ସମସ୍ୟାର ସମାଧାନ ହେବ। ଛାତ୍ରମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ ଏବଂ ପରିବାରିକ ଜୀବନ ସୁଖମୟ ରହିବ।
also read https://purvapaksa.com/presidentvisit/
PresidentVisit ।। ଆସନ୍ତାକାଲି ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି


