ସୁନା ଓ ରୁପା ଦରକୁ ନେଇ ସାଧାରଣ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଲଗାତାର ତୃତୀୟ ଦିନ ପାଇଁ ସୁନା ଓ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । କିଛି ଦିନ ତଳେ ସୁନା ଦର ଦେଢ଼ ଲକ୍ଷ ଟଙ୍କା ଟପିଥିବା ବେଳେ ରୁପା ୪ ଲକ୍ଷ ଟଙ୍କା ସ୍ତରକୁ ଛୁଇଁଥିଲା । ଏବେ ଦୁହିଁ ମୂଲ୍ୟରେ ହଠାତ୍ ହ୍ରାସ ଗ୍ରାହକ ଓ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା କମି ୧୦ ଗ୍ରାମ ପିଛା ୧,୫୧,୫୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୮ ହଜାର ୩୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୩୮,୯୦୦ ଟଙ୍କା ରହିଛି। ଏହା ପୂର୍ବରୁ ସୁନା ଦର ଐତିହାସିକ ସ୍ତରରେ ପହଞ୍ଚିଥିବାରୁ ବଜାରରେ କିଣାବିକ୍ରୟ ପ୍ରାୟ ଠପ୍ ହୋଇଯାଇଥିଲା।
କେବଳ ସୁନା ନୁହେଁ, ରୁପା ଦରରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ବର୍ତ୍ତମାନ ଏକ କିଲୋ ରୁପା ଦର ୩,୦୦,୦୦୦ ଟଙ୍କାରେ ପହଞ୍ଚିଛି। କିଛି ଦିନ ପୂର୍ବରୁ ରୁପା ଦର ୪ ଲକ୍ଷ ଟଙ୍କା ସ୍ତରକୁ ଛୁଇଁଥିବାରୁ ଗହଣା ବ୍ୟବସାୟ ଉପରେ ଖୁବ୍ ପ୍ରଭାବ ପଡ଼ିଥିଲା।
ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୫୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୮,୯୦୦ ଟଙ୍କାକୁ ପହଞ୍ଚିଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନା ଦର ୧,୫୧,୫୩୦ ଟଙ୍କା ଓ ୨୨ କ୍ୟାରେଟ ୧,୩୯,୯୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୧,୫୧,୬୮୦ ଟଙ୍କା ଓ ୨୨ କ୍ୟାରେଟ ୧,୩୯,୦୫୦ ଟଙ୍କା ରହିଛି। ଚେନ୍ନାଇରେ ୨୪ କ୍ୟାରେଟ ସୁନା ଦର ୧,୫୨,୧୮୦ ଟଙ୍କା ଓ ୨୨ କ୍ୟାରେଟ ୧,୩୯,୫୦୦ ଟଙ୍କା ରହିଛି। ସେହିପରି କୋଲକାତାରେ ୨୪ କ୍ୟାରେଟ ୧,୫୧,୫୩୦ ଟଙ୍କା ଓ ୨୨ କ୍ୟାରେଟ ୧,୩୮,୯୦୦ ଟଙ୍କା ରହିଛି।

ବଜାର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ସୁନା–ରୁପା ଦର ହ୍ରାସ, ଡଲାରର ଚଳଚଞ୍ଚଳତା ଓ ଲାଭ ବୁକିଂ କାରଣରୁ ଏପରି ଗ୍ରାଫ୍ ତଳକୁ ଖସିଛି। ଆସନ୍ତା ଦିନରେ ଦର ଆହୁରି କମିବ କି ନାହିଁ, ସେନେଇ ନଜର ରହିଛି।
କେମିତି ଜାଣିବେ ସୁନାର ଶୁଦ୍ଧତା?
ଗ୍ରାହକମାନେ ‘BIS Care App’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି।
also read https://purvapaksa.com/presidentvisit/
PresidentVisit ।। ଆସନ୍ତାକାଲି ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି


