ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ରାଶି ପରିବର୍ତ୍ତନକୁ ଅତ୍ୟନ୍ତ ବିରଳ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଶନି ପ୍ରାୟ ପ୍ରତ୍ୟେକ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି, ଯାହାକୁ ଶନି ଗୋଚର କୁହାଯାଏ। ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ ଓ ବ୍ୟକ୍ତିଗତ, ସାମାଜିକ ତଥା ଆର୍ଥିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ।
ଜ୍ୟୋତିଷ ମତାନୁସାରେ, ଯଦି କାହାର ଜାତକରେ ଶନି ସନ୍ତୁଷ୍ଟ ରହନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ପରିଶ୍ରମର ଯଥୋଚିତ ଫଳ ମିଳେ। ଶନି ନ୍ୟାୟର ଦେବତା ଭାବେ ପରିଚିତ ଓ ସେ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି। ଏହି କାରଣରୁ ଶନିଙ୍କ ଗୋଚର ସମୟକୁ ଜୀବନରେ ପରିବର୍ତ୍ତନ ଆଣୁଥିବା ସମୟ ବୋଲି କୁହାଯାଏ।
ମଙ୍ଗଳ ପରେ ଶନିଙ୍କୁ ସବୁଠାରୁ ପ୍ରଭାବଶାଳୀ ଗ୍ରହ ଭାବେ ଗଣାଯାଏ। ଗ୍ରହମାନେ ଯେତେବେଳେ ନିଜ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ବ୍ୟକ୍ତିର ଜୀବନରେ କେତେବେଳେ ଭାଗ୍ୟ ଖୋଲିଯାଏ, ଆଉ କେତେବେଳେ ଜୀବନ ଦୁର୍ବିସହ ହୋଇପଡ଼େ। ବିଶେଷକରି କର୍ମ, ଚାକିରି, ବ୍ୟବସାୟ, ଧନ-ସମ୍ପତ୍ତି ଓ ସମ୍ପର୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

୨୦୨୬ ମସିହା ଶନି ଗୋଚର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଏହି ବର୍ଷ ପୂରା ସମୟ ଯାକ ଶନି ଗୋଟିଏ ରାଶିରେ ହିଁ ଗୋଚର କରିବେ, ଯାହା ହେଉଛି ମୀନ ରାଶି। ଏହାର ପ୍ରଭାବ ଅନେକ ରାଶିର ଲୋକଙ୍କ ଜୀବନରେ ଆର୍ଥିକ ଲାଭ ଓ କେରିୟରରେ ଉନ୍ନତି ଆଣିପାରେ।
ଜ୍ୟୋତିଷ ଅନୁସାରେ, ଆସନ୍ତା ଜାନୁଆରୀ ୨୭ ତାରିଖରୁ ଶନି ବକ୍ରୀ ଗତିରେ ପ୍ରବେଶ କରିବେ। ଏହାପରେ ୨୦୨୬ ଡିସେମ୍ବର ୧୧ ତାରିଖରେ ଶନି ପୁଣି ମାର୍ଗୀ ହେବେ। ଏହି ସମ୍ପୂର୍ଣ୍ଣ ସମୟ ମଧ୍ୟରେ ଶନି ମୀନ ରାଶିରେ ଅବସ୍ଥିତ ରହିବେ।
ଏହି ଶନି ଗୋଚରର ପ୍ରଭାବ ବିଶେଷକରି ମେଷ, କୁମ୍ଭ ଓ ମୀନ ରାଶି ଉପରେ ଅଧିକ ପଡ଼ିବାକୁ ଯାଉଛି। କେତେକ ରାଶି ପାଇଁ ଏହି ସମୟ ଆର୍ଥିକ ସୁଦୃଢ଼ତା ଓ କର୍ମକ୍ଷେତ୍ରରେ ସଫଳତା ନେଇଆସିବ, ଯେତେବେଳେ କିଛି ରାଶି ପାଇଁ ଧୈର୍ଯ୍ୟ, ପରିଶ୍ରମ ଓ ସଂଯମର ପରୀକ୍ଷା ହେବ। ସେହିପରି, ଶନିଙ୍କ ଏହି ବିରଳ ରାଶି ପରିବର୍ତ୍ତନ ସମସ୍ତ ରାଶି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଜ୍ୟୋତିଷମାନଙ୍କ ମତରେ, ସଠିକ୍ କର୍ମ, ସତ୍ୟ ଓ ଧୈର୍ଯ୍ୟ ହିଁ ଏହି ସମୟରେ ଶନିଙ୍କ କୃପା ପାଇବାର ମୁଖ୍ୟ ଉପାୟ।
ମେଷ- ମେଷ ରାଶିରେ ଶନିଙ୍କ ବକ୍ରୀ ପରେ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବ । ବର୍ଷେ ପର୍ଯ୍ୟନ୍ତ କିଛି ଅଭାବ ରହିବନି । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ । ଶନିଙ୍କ କୃପା ଆପଣଙ୍କ ଉପରେ ରହିବ ।ମେଷ ରାଶି ପାଇଁ ଶନିଙ୍କ ବକ୍ରୀ ହେବା ଅତ୍ୟନ୍ତ ଭଲ ପ୍ରଭାବ ପକାଇବ । ଏହି ଅବଧି ମଧ୍ୟରେ, ଅର୍ଥ ବିନିଯୋଗ ଏହି ରାଶି ପାଇଁ ଅଭିବୃଦ୍ଧି ଘଟାଇବ। ନୂଆ ଗାଡ଼ି କିଣିପାରନ୍ତି । ଶତ୍ରୁମାନଙ୍କ ଉପରେ ବିଜୟୀ ହେବେ। ଏହି ଲୋକଙ୍କ ପାଇଁ ସରକାରୀ ଚାକିରି ମଧ୍ୟ ସମ୍ଭବ। ନୂଆ ଚାକିରି ପାଇଁ ଅଫର ଆସିବ ।
ଧନୁ- ଶନି ଗୋଚର ଯୋଗୁଁ ପଞ୍ଚମ ଗ୍ରହରେ ସବୁକିଛି ଭଲ ରହିବ । ଇଚ୍ଛାକୃତ କାର୍ଯ୍ୟଗୁଡ଼ିକ ପୂରଣ ହେବ। ଶନିବାର ନିୟମ ଅନୁସରଣ କରନ୍ତୁ । ଯଦି ଏହି ରାଶିର ଲୋକମାନେ କଠିନ ପରିଶ୍ରମ କରନ୍ତି, ତେବେ ଏମାନଙ୍କୁ ସରକାରୀ ଚାକିରି କରିବାର ସୁଯୋଗ ମିଳିବ ।
କୁମ୍ଭ- ଶନିଙ୍କ ବକ୍ରୀ ଫଳରେ ପଞ୍ଚମ ଗ୍ରହରେ ସବୁକିଛି ଭଲ ରହିବ। ଇଚ୍ଛାକୃତ କାର୍ଯ୍ୟଗୁଡ଼ିକ ପୂରଣ ହେବ। ଶନିବାର ନିୟମ ଅନୁସରଣ କରନ୍ତୁ। ଯଦି ଏହି ରାଶିର ଲୋକମାନେ କଠିନ ପରିଶ୍ରମ କରନ୍ତି, ତେବେ ଏମାନଙ୍କୁ ସରକାରୀ ଚାକିରି କରିବାର ସୁଯୋଗ ମିଳିବ। ରାତାରାତି ମାଲେମାଲ ହେବେ । ଆକସ୍ମିକ ଭାବେ ଧନ ଲାଭ ହେବାର ଯୋଗ ରହିଛି ।


