ବଦଳିବ ରାଜ୍ୟ ସଚିବାଳୟର ଠିକଣା। ପଣ୍ଡିତ ଜବାହାରଲାଲ୍ ନେହରୁ ମାର୍ଗ ବା ସଚିବାଳୟ ମାର୍ଗରୁ ଉଠିଯିବ ରାଜ୍ୟ ଲୋକସେବା ଭବନ ଅଥବା ସଚିବାଳୟ। ବିଜେପି ସରକାର ଆସିବା ପରେ ଏହିପରି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଖାଲି ସେତିକି ନୁହେଁ ରାଜ୍ୟ ବିଧାନସଭାର ଠିକଣା ମଧ୍ୟ ବଦଳିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ଜାଣିଛନ୍ତି କି କେଉଁଠି ହେବ ନୂଆ ସଚିବାଳୟ ବା ଲୋକସେବା ଭବନ? ଆଉ କେଉଁଠିକୁ ଘୁଞ୍ଚିଯିବ ବିଧାନସଭା?
ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏନେଇ ଜାଗା ନିରୂପଣ କରାଯାଇଛି। ସେତୁ ନିଗମ ପକ୍ଷରୁ ଆପଶ୍ୟକ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ପ୍ରକଳ୍ପ ଲାଗି ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ନୂଆ ପ୍ରକଳ୍ପକୁ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଚିବାଳୟ ଢାଞ୍ଚଳରେ କରାଯିବ। ଏଥିରେ ସୁରକ୍ଷାଠୁ ଆରମ୍ଭ କରି ଆଧୁନିକ ସୁବିଧା ଯାଏ ଉପଲବ୍ଧ ରହିବ। ଖାଲି ସେତିକି ନୁହେଁ ନୂଆ ସଚିବାଳୟରେ ମନ୍ତ୍ରୀ ଓ ସଚିବ ଗୋଟିଏ ସ୍ଥାନରେ ବସିବେ। ପ୍ରତି ବିଭାଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପଲବ୍ଧ କରାଯିବ। ଏବେ ଯେମିତି ମନ୍ତ୍ରୀ ଓ ସଚିବ ଅଲଗା ଅଲଗା ତଳେ ବସୁଛନ୍ତି। ନୂଆ ବ୍ୟବସ୍ଥାରେ ମନ୍ତ୍ରୀ, ସଚିବ, ଅନ୍ୟ ଅଧିକାରୀ ଗୋଟିଏ ସ୍ଥାନରେ ବସିବେ। ପୁଣି ପ୍ରତି ବିଭାଗ ପାଇଁ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର କନ୍ଫରେନ୍ସ ହଲ ରହିବ। ଏହା ବିଭାଗ ସମ୍ବନ୍ଧୀୟ ଆଲୋଚନା ଲାଗି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ।

ଏହି ନୂତନ ସଚିବାଳୟ ବା ଲୋକସେବା ଭବନକୁ ନିର୍ମାଣ ପାଇ: ୭୧.୧୩ ଏକର ସ୍ଥାନ ନିରୂପଣ କରାଯାଇଛି। ଏଠାରେ ଆଧୁନିକ ପାର୍କିଂ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ଖାଲ ସେତିକି ନୁହେଁ ଏହାକୁ ସର୍ବୋଚ୍ଚ ସରକାରୀ କୋଠା ଭାବେ ନିର୍ମାଣ କରାଯିବ। ଯେଉଁଥିରେ ୧୨ଟି ମହଲା ରହିବ। ଭୂତଳ ପାର୍କିଂ ଓ ଗ୍ରାଉଣ୍ଡ ଫ୍ଲୋରକୁ ଛାଡ଼ିଲେ ୧୧ଟି ମହଲାରେ ଭିନ୍ନ ଭିନ୍ନ ବିଭାଗକାର୍ଯ୍ୟ କରିବେ।
ମିଳିଥିବା ସୂଚନା ଅନୁସାରେ ଏହି ନୂତନ କୋଠା ଏବେ ଅବସ୍ଥିତ ଥିବା ଲୋକସେବା ଭବନର ପଛପାଖରେ ନିର୍ମାଣ ହେବ। ସଚିବାୟର ସମ୍ପ୍ରସାରିତ କୋଠା ଖାରବେଳ ଭବନ ପାଖରେ ରହିବ ଏହି କୋଠା। ଏଥିଲାଗି ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରାଧୀକରଣ କାର୍ଯ୍ୟାଳୟ ବି ସାମୟିକ ଭାବେ ଅନ୍ୟତ୍ର ଉଠିବ। ଏହି ସମୁଦାୟ ପରିସରରେ ନିର୍ମାଣ ହେବ ନୂଆ କୋଠା।
ପୁଣି ଏହି କୋଠାର ନିର୍ମାଣ କାର୍ଯ୍ୟ ସରିଲେ ସେହି ପାଖରେ ଆଉ ଏକ ଭବ୍ୟ କୋଠା ନିର୍ମାଣ ହେବ। ଏହା ହେବ ଓଡ଼ିଶା ବିଧାନସଭାର ନୁଆ କୋଠା। ଆଗକୁ ଜନସଂଖ୍ୟା ଗଣତି ପରେ ସୀମା ପୁନଃନିର୍ଦ୍ଧାରଣ ହୋଇପାରେ। ଏହାଦ୍ୱାରା ଆସନ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛ। ବର୍ଦ୍ଧିତ ଜନସଂଖ୍ୟା ଅନୁସାରେ ପ୍ରତିନିଧି ବଢ଼ିବାକୁ ଥିବାରୁ କେନ୍ଦ୍ର ଲୋକସଭା ପରି ରାଜ୍ୟ ବିଧାନସଭାଗୁଡ଼ିକରେ ମଧ୍ୟ ଆସନ ବଢ଼ିବ। ଏହି ଆବଶ୍ୟକତାକୁ ଧାରଣ କରିବା ପାଇଁ ବିଧାନସଭାକୁ ପ୍ରାୟ ୩୦୦ ପ୍ରତିନିଧି ବସିବା ଭଳି ପ୍ରସ୍ତୁତ କରାଯିବ। ଏବେ ୧୪୭ ଜଣ ପ୍ରତିନିଧି ଓଡ଼ିଶା ବିଧାନସଭାରେ ବସିବା ପାଇଁ ବ୍ୟବସ୍ଥା ରହିଛି।
ଏହି ନିର୍ମାଣ ହେଲେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ, ଇଓଡବ୍ଲୁ କାର୍ଯ୍ୟାଳୟ, ଉଚ୍ଚଶି଼ା ବିଭାଗ କାର୍ଯ୍ୟାଳୟ, ବିଜୁଳି ନିରୀକ୍ଷକ, ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ସାଇବର କମ୍ପ୍ଲେକ୍ସ, ଜିଓଲୋଜି ନିର୍ଦ୍ଦେଶାଳୟ ପ୍ରଭୃତି କାାର୍ଯ୍ୟାଳୟ ମଧ୍ୟ ସ୍ଥାନାନ୍ତରୀତ ହେବ। ଏଥିପାଇଁ ମଧ୍ୟ ସେମାନଙ୍କୁ ବିଜ୍ଞପିତ କରାଯାଇଥିବା ସୂଚନା ମିଳିଛି।
AlsoRead; https://purvapaksa.com/ed-files-fir-against-mamata/
https://purvapaksa.com/ed-files-fir-against-mamata/

