ଓଡ଼ିଶା ପୁଲିସର ସବ–ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା ଦୁର୍ନୀତି ସମୟରେ ପୁରା ରାଜ୍ୟ ଅସ୍ଥିର ହୋଇଥିଲା। ରାଜ୍ୟର ଶହ ଶହ ଆଶାୟୀ- ଯେଉଁମାନଙ୍କ ଲାଗି ସେହି ପରୀକ୍ଷା ବର୍ଷ ବର୍ଷର ପ୍ରସ୍ତୁତି, ପରିବାରର ଆଶା, ଆର୍ଥିକ ଯୁଦ୍ଧ ଓ ଭବିଷ୍ୟତ୍- ସେମାନଙ୍କର ସମସ୍ତ ଶ୍ରମକୁ ଗିଳି ଦେଇଥିଲା ଚାକିରି ବିକ୍ରି ଦୁର୍ନୀତି। ଏହି ଦୁର୍ନୀତିର ମୁଖ୍ୟ କେନ୍ଦ୍ରବିନ୍ଦୁରେ ଥିଲା ‘ସିଲିକନ୍ ଟେକଲାବ୍’ ଯାହାକୁ ପରୀକ୍ଷାର ଟେକ୍ନିକାଲ୍ ଦାୟିତ୍ୱ ଦିଆଯାଇଥିଲା। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ର ନାୟକ ଗିରଫ ହୋଇଥିଲେ ତାଙ୍କ ମ୍ପାନୀକୁ “ଏମ୍ପାନେଲମେଣ୍ଟରୁ ହଟାଇବା” ଭଳି ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ କରି ସରକାର ନିଜ କର୍ତ୍ତବ୍ୟକୁ ସମାପ୍ତ କରିଦେଇଛନ୍ତି।
![]()
ତେଣୁ ପ୍ରଶ୍ନ ଉଠୁଛି- ଏତେ ବଡ଼ ଅପରାଧ କରିଥିବା କମ୍ପାନୀକୁ କାହିଁକି ବ୍ଲାକଲିଷ୍ଟ କରାଯାଇ ନାହିଁ?
ଏହି ପ୍ରଶ୍ନ ସାଧାରଣ ବିବେଚନାରୁ ନୁହେଁ- ଏହା ରାଜ୍ୟର ସାର୍ବଜନିନ ନ୍ୟାୟ ଓ ଅଧିକାର ପ୍ରତି ସନ୍ଦେହ ସୃଷ୍ଟି କରୁଛି।ଆଜିର ପ୍ରସଙ୍ଗ-ଏସଆଇ ପରୀକ୍ଷା ଦୁର୍ନୀତି, ‘ସିଲିକନ୍’କୁ ଘଣ୍ଟ ଘୋଡ଼ାଉଛନ୍ତି ଅଫିସର। ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ମୋର ଆପଣମାନଙ୍କୁ ଅନୁରୋଧ ଆମ ଚ୍ୟାନେଲକୁ ଲାଇକ , ସବସ୍କ୍ରାଇବ ଓ ସେୟାର କରନ୍ତୁ ।
ବିଭାଗୀୟ ବିଜ୍ଞପ୍ତି: ଦୋଷୀ, କିନ୍ତୁ ଦଣ୍ଡ ନାହିଁ
ଏବେ ଆସିବା ପ୍ରସଙ୍ଗକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଡିସେମ୍ବର ୩ ତାରିଖରେ ପ୍ରକାଶ କରିଥିବା ବିଜ୍ଞପ୍ତିରେ ସହଜ ଭାଷାରେ କହିଛି: “ସିଲିକନ୍ ଟେକଲାବ୍ ସର୍ଭିସ୍ ଏଗ୍ରିମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ଉଲ୍ଲଘଂନ କରିଛି । ଅର୍ଥାତ୍—କମ୍ପାନୀ ଦୋଷୀ। କିନ୍ତୁ ଯେତେବେଳେ ଗଭୀର ଦୋଷ ସ୍ୱୀକୃତ ହେଲା, ସେତେବେଳେ କାହିଁକି ‘ବ୍ଲାକଲିଷ୍ଟ’ ହେଲା ନାହିଁ? ଆଇଟି ବିଭାଗର ଏହି ନିଷ୍କ୍ରିୟତାକୁ କୁହାଯାଇପାରେ ଅଜଣା ଦୟା, ଅଜଣା ସୁରକ୍ଷା ଓ ଅଜଣା ଆଶ୍ରୟ।
‘ଏମ୍ପାନେଲମେଣ୍ଟ ରଦ୍ଦ’ ପର୍ଯ୍ୟାପ୍ତ ନୁହେଁ: ପୁଣି ଫେରିବା ମାର୍ଗ ଖୋଲା
ସିଲିକନ୍ ଟେକଲାବ୍କୁ କେବଳ ଏମ୍ପାନେଲମେଣ୍ଟରୁ ହଠାଇବା ଅର୍ଥ ହେଉଛି- ଏହି ମାର୍ଗରେ ଏବେ ନ ଆସ, କିନ୍ତୁ ଅନ୍ୟ ମାର୍ଗରେ ଆସିଲେ ଆପତ୍ତି ନାହିଁ!
ଏହାର କାରଣ:-
• ‘ଏମ୍ପାନେଲମେଣ୍ଟ ରଦ୍ଦ’ କେବଳ ଆଇଟି ବିଭାଗରେ ସୀମିତ
• ଅନ୍ୟ ବିଭାଗ ନୂତନ ଚୁକ୍ତି କରିପାରିବ
• କମ୍ପାନୀ ନୂତନ ନାମରେ ପୁଣି ରେଜିଷ୍ଟର ହୋଇ ପ୍ରବେଶ କରିପାରିବ
• କମ୍ପାନୀର ଚାଲୁ ପ୍ରୋଜେକ୍ଟଗୁଡ଼ିକୁ ପ୍ରଭାବିତ କରିବ ନାହିଁ
ଅର୍ଥାତ୍, ଗାଡ଼ିର ଏକ ଦୁଆର ବନ୍ଦ କଲା, କିନ୍ତୁ ଅନ୍ୟଦ୍ୱାର ଖୋଲା ରହିଲା।
ସିଲିକନ୍କୁ ତାଲିକାଭୁକ୍ତ କରିଥିଲେ ମନୋଜ କୁମାର ମିଶ୍ର—ପ୍ରଶ୍ନ ଅନେକ
ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୩ ସେପ୍ଟେମ୍ବର ୨୬ ତାରିଖରେ ସିଲିକନ୍କୁ ରାଜ୍ୟର ‘ଟାୟାର-୧’ ସଫ୍ଟୱେୟାର ଫାର୍ମ ଭାବେ ଏମ୍ପାନେଲ୍ କରାଯାଇଥିଲା। ଏହାର ସମଗ୍ର ପ୍ରକ୍ରିୟାକୁ ଅନୁମୋଦନ କରିଥିଲେ ପାଣ୍ଡିଆନଙ୍କ କୋର୍ ଗ୍ରୁପର ସଦସ୍ୟ ତଥା ତତ୍କାଳୀନ ଆଇଟି ସଚିବ ମନୋଜ କୁମାର ମିଶ୍ର। ତାଙ୍କ ଦସ୍ତଖତରେ ୨୪ଟି କମ୍ପାନୀକୁ ୨୬ ସେପ୍ଟେମ୍ବର ୨୦୨୬ ଆର୍ଥାତ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଇ-ଗଭର୍ଣ୍ଣାନ୍ସ ପ୍ରୋଜେକ୍ଟ କାମ କରିବା ଅଧିକାର ମିଳିଥିଲା।
ପ୍ରଶ୍ନ ହେଉଛି- କେଉଁ ମାନଦଣ୍ଡରେ ଏହି ୨୪ଟି କମ୍ପାନୀ, ବିଶେଷକରି ସିଲିକନ୍ ଚୟନ ହୋଇଥିଲା?
ଏମ୍ପାନେଲମେଣ୍ଟରେ କୌଣସି ସ୍କ୍ରୁଟିନି ହୋଇଥିଲା କି?
ଦୁର୍ନୀତି ଅଭିଯୋଗ ଥିବାବେଳେ କିପରି ଏମ୍ପାନେଲମେଣ୍ଟ ହେଲା ‘ସିଲିକନ’?
ଏହି ପ୍ରଶ୍ନ ଆଜି ଉତ୍ତର ଆଶାରେ ଜ୍ୱଳନ୍ତ ପ୍ରଶ୍ନଚିହ୍ନ ଲଗାଇଛି।
ସିଲିକନ୍ ଦୋଷୀ, ସରକାରୀ ଦୟା କାହିଁକି?
ଏଠି ପ୍ରଶ୍ନ ହେଉଛି – ସିଲିକନ୍କୁ ବ୍ଲାକଲିଷ୍ଟ କରିବାକୁ ସରକାର କାହିଁକି ଭୟକରୁଛି?
କାରଣ ହୋଇପାରେ –
୧. ସିଲିକନ୍ର ରାଜ୍ୟ ପ୍ରଶାସନରେ ପ୍ରଭାବଶାଳୀ ଲିଙ୍କ୍ ରହିଛି। ସୂଚନା ମିଳୁଛି ଯେ କମ୍ପାନୀର ରାଜ୍ୟର ବିଭିନ୍ନ ଶୀର୍ଷ ସ୍ତରର ଅଧିକାରୀ ଓ ନେତାଙ୍କ ସହ ସିଧାସଳଖ ଲିଙ୍କ୍ ରହିଥିଛି। ସିଲିକନ୍କୁ ବ୍ଲାକଲିଷ୍ଟ କଲେ ବିଭାଗ ଭିତରର ଅନେକ ଅଧିକାରୀଙ୍କ ନାମ ପଦାକୁ ଆସିବାର ଆଶଙ୍କା ରହିଛି।
୨. ଚାଲୁଥିବା ପ୍ରୋଜେକ୍ଟ ଅଟକିଯିବାର ଆଶଙ୍କା ରହିଛି। ସିଲିକନ୍ରେ ଅନେକ ଚାଲୁ ଇ-ପ୍ରୋଜେକ୍ଟ ଅଛି। ସରକାର ଚାହୁଁନାହିଁ- ଯେଉଁ ପୁରୁଣା ଦୁର୍ନୀତି ମୁଣ୍ଡ ଉପରେ ଚଢ଼ିଛି ତାହା ନୂତନ ଭାବରେ ପୁଣି ମୁଣ୍ଡ ନ ଟେକୁ।
୩. ବିଭାଗୀୟ ଅସାବଧାନତା କାହାକୁ ଦୋଷୀ କରିବ। ଯଦି ସିଲିକନ୍କୁ ବ୍ଲାକଲିଷ୍ଟ କରାଯାଏ, ତେବେ ସେହି ସମୟର ଆଇଟି ବିଭାଗ, ତାଙ୍କ ପ୍ରମୁଖ ସଚିବ, ଏମ୍ପାନେଲମେଣ୍ଟ କମିଟି ଏମାନଙ୍କ ଦାୟିତ୍ୱ ଓ ଅବହେଳା ପ୍ରସ୍ତୁତ ହେବ। ସରକାର ଏହି ପ୍ରଦର୍ଶନକୁ ଚାହୁଁନାହିଁ।
୪. ସରକାରୀ କଳର ଅଭିଧାନ: ‘ଆପଣଙ୍କର କମ୍ପାନୀ, ଆମର କାମ!’ ଏହା ଏକ ପ୍ରଚଳିତ ଧାରଣା- “ଆଜି ଯାହା ଆପଣଙ୍କ, ସେଇଟା ଆଗାମୀକାଲି ଆମର ହୋଇପାରେ।” ସିଲିକନ୍ ଭଳି କମ୍ପାନୀମାନେ ବହୁତ ସମୟରେ ନେତା–ଅଧିକାରୀ–ଠିକାଦାର ମିଶ୍ରିତ କ୍ଷମତା ଛତ୍ର ତଳେ କାମ କରନ୍ତି। ବ୍ଲାକଲିଷ୍ଟ କଲେ ସମସ୍ତଙ୍କ ଅଫିସରଙ୍କ କଳାଚିଠା ପ୍ରକାଶ ହୋଇପାରେ।
ସିଲିକନ୍ର ଅପରାଧ: ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳ
ଏସଆଇ ପରୀକ୍ଷା ଦୁର୍ନୀତିର ବିଶ୍ଲେଷଣରେ ମିଳିଛି-
• ପ୍ରଶ୍ନପତ୍ର ଳିକ୍
• ସିଲିକନ୍ ସର୍ଭରରୁ ଡାଟା ଲିକ୍
• ଲାଭ ପାଇଁ ଚକ୍ର
• ପରୀକ୍ଷା ପୂର୍ବରୁ ଉତ୍ତର ବିତରଣ
• ସଂଘଟିତ ଦଳଠାରୁ ଧନ ଗ୍ରହଣ
ଏଠି ସବୁଠାରୁ ଦୁଃଖର କଥା ହେଉଛି ଯେଉଁ ଯୁବକ–ଯୁବତୀ ସକାଳ ୪ଟାରୁ ଉଠି ପଢ଼ୁଥିଲେ, ପରିବାରର ସମସ୍ତ ଟଙ୍କା ପଢ଼ା ପାଇଁ ଖର୍ଚ୍ଚ ହେଉଥିଲା, ବର୍ଷବର୍ଷ ଧରି ଯୁଦ୍ଧ କରୁଥିଲେ ତାଙ୍କ ସ୍ୱପ୍ନକୁ ସକାର କରିବା ପାଇଁ ତାହା କେବଳ ଏକ ନିଜସ୍ୱ ଲୋଭପୂର୍ଣ୍ଣ ବ୍ୟବସ୍ଥା ଚାପି ଦେଲା।
ଏହା ସାଧାରଣ ଅପରାଧ ନୁହେଁ। ଏହା ମାନବତା ବିରୋଧୀ ଅପରାଧ। ଏହା ପବ୍ଲିକ ଟ୍ରଷ୍ଟ ଭଙ୍ଗ। ଏହା ଯୋଗ୍ୟତା–ନ୍ୟାୟ–ପରିଶ୍ରମକୁ ସିଷ୍ଟମେଟିକ ଭାବରେ ଦମନ। ତେଣୁ ସିଲିକନ୍ ପାଇଁ ସର୍ବାଧିକ ଦଣ୍ଡ ହେଉଛି ବ୍ଲାକଲିଷ୍ଟ + ବ୍ୟବସ୍ଥାରୁ ଦୂରେଇବା + ଆସେଟ୍ ସିଜର + କ୍ରିମିନାଲ୍ ପ୍ରୋସିଡିଂସ୍ ହେବା ଉଚିତ।
କିନ୍ତୁ ସରକାର କେବଳ ଧର୍ମକୁ ଆଖିଠାର ଭଳି “ଏମ୍ପାନେଲମେଣ୍ଟ ରଦ୍ଦ” କରିଛି।
ଏହି ସହାନୁଭୂତି କାହା ପାଇଁ? ସଂସ୍ଥା? ବ୍ୟକ୍ତି? କିମ୍ବା ସିଷ୍ଟମ?
ସିଲିକନ୍କୁ ଯେଉଁ ଅତ୍ୟଧିକ ମୃଦୁ ବ୍ୟବହାର ମିଳୁଛି, ତାହାର ପଛରେ ଏକ ପ୍ରଶ୍ନ:
ସରକାର ସିଲିକନକୁ ସୁରକ୍ଷା କାହିଁକି ଦେଉଛି?
ଯଦି ସରକାର ପକ୍ଷ ଠିକ୍, ତେବେ ତାଙ୍କୁ ଦରକାର ଦୃଢ଼ତା- “ଆମେ ଦୁର୍ନୀତିକୁ କୌଣସି ଭାବେ ଚାପିବୁ ନାହିଁ।”
କିନ୍ତୁ ଏଠାରେ ଦେଖାଯାଉଛି- “ଆମେ ସିଲିକନ୍କୁ ଚାପିବୁ ନାହିଁ।”
ଏହି ତଫାତ୍ ମଧ୍ୟରେ ରହିଛି ମୁଖ୍ୟ ରହସ୍ୟ। ଓଡ଼ିଶା ଆଜି ଏହି ରହସ୍ୟର ଉତ୍ତର ଚାହୁଁଛି।
ବ୍ଲାକଲିଷ୍ଟ କରାଗଲେ କଣ ରୁକିଯାଏ?
ଯଦି ସିଲିକନ୍କୁ ଆଜି ବ୍ଲାକଲିଷ୍ଟ ହୋଇଯାଏ, ତାହାହେଲେ—
• ଯେକୌଣସି ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଟେଣ୍ଡରରେ ଭାଗ ନେଇପାରିବ ନାହିଁ
• କମ୍ପାନୀର ଡାଇରେକ୍ଟରମାନେ ପୁଣି ଯେକୌଣସି ନୂତନ କମ୍ପାନୀରେ ପଶିଲେ ସେହିଠିକୁ ମଧ୍ୟ ମେଟା-ବ୍ଲାକଲିଷ୍ଟ
• ଫ୍ରଡ ମନିଟରିଂ ସିଷ୍ଟମରେ ସିଲିକନ୍ର ନାମ ଯାଇ ପଡ଼ିବ
• ବ୍ୟାଙ୍କ ଫାସିଲିଟିଜ୍, ସରକାରୀ ଅପ୍ରୁଭାଲ୍ ଅଟକିଯିବ
• ଅନେକ ଶୀର୍ଷ ସ୍ତରର ଲିଙ୍କ୍ ମଧ୍ୟ ଜାହିର ହୋଇଯିବ
ଏହି ଉପରୋକ୍ତ ୫ଟି କାରଣ ହେଉଛି ସିଲିକନ୍କୁ ବ୍ଲାକଲିଷ୍ଟ ନ କରିବାର ପ୍ରକୃତ ଚାପ।
ସଂକେତ ଏକ—ନ୍ୟାୟ!
ଏହି ସମସ୍ୟାର ନିଷ୍କର୍ଷ ସ୍ପଷ୍ଟ- ସିଲିକନ୍କୁ ତୁରନ୍ତ ବ୍ଲାକଲିଷ୍ଟ କରିବା ଦରକାର
ଏମ୍ପାନେଲମେଣ୍ଟ ରଦ୍ଦ କେବଳ ପ୍ରଶାସନିକ ଲିପା ପୋଚ୍ଛା କାମ।
ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସହ ଏମ୍ପାନେଲମେଣ୍ଟ କମିଟି ସଦସ୍ୟଙ୍କ ଭୂମିକା ତଦନ୍ତ ଆବଶ୍ୟକ।
ପରୀକ୍ଷା ପ୍ରଣାଳୀର ସମୁପଯୁକ୍ତ ପୁନର୍ଗଠନ ଆବଶ୍ୟକ।
ଏହି ଦୁର୍ନୀତିର ମୂଳ ରୋଗ ହେଉଛି ସିଷ୍ଟମର ଅସୁରକ୍ଷା। ଔଷଧ ହେଉଛି-ଦୃଢ଼ ପଦକ୍ଷେପ, ନ୍ୟାୟ, ଓ ପ୍ରତ୍ୟକ୍ଷତା।
ସିଲିକନ୍ ତାଲିକାରୁ ହଟିଲା—ସିଷ୍ଟମ କେବେ ହଟିବ?
ସିଲିକନ୍ର ଏମ୍ପାନେଲମେଣ୍ଟ ରଦ୍ଦ ହେବା- ନ୍ୟାୟ ଯାତ୍ରାର ପ୍ରଥମ ପଦକ୍ଷେପ। କିନ୍ତୁ ଏହା ଶେଷ ନୁହେଁ।
ଯଦି ସରକାର ବ୍ଲାକଲିଷ୍ଟ କରୁନାହିଁ, ତାହେଲେ ସେମାନେ ନିଜେ ଏକ ସନ୍ଦେହଜନକ ବାର୍ତ୍ତା ଦେଉଛନ୍ତି-“ଦୁର୍ନୀତିକୁ ଆମେ ମାନିବୁ ନାହିଁ ।”
ଏହା କେବଳ ଏସଆଇ ପରୀକ୍ଷା ଦୁର୍ନୀତି ନୁହେଁ- ଏହା ଓଡ଼ିଶାର ନ୍ୟାୟ, ପରିଶ୍ରମ ଓ ପ୍ରତିଭା ଉପରେ ଆକ୍ରମଣ।
ALSO READ https://purvapaksa.com/why-rahul-gandhi-isolated/


