ଭାରତୀୟ ଗଣତନ୍ତ୍ରରେ ଗୋଟିଏ ବଡ଼ ମୁହୂର୍ତ୍ତ ଆସୁଛି। ଏଥିପାଇଁ ଏକ ଆଇନଗତ ସୂଚନା କେବଳ ଏକ ବିବୃତ୍ତି ନୁହେଁ। ତାହା ଦେଶର ରାଜନୀତିକ ଚାଲିଚଳନକୁ ମୂଳରୁ ହଲାଇବାର କ୍ଷମତା ରଖୁଛି। ଆଇନ କମିଶନଙ୍କ ନୂତନ ମତ ସେହିପରି ଏକ ମୋଡ଼ ବା ସୂଚନା ଦେଉଛି। ଲୋକସଭା ଓ ବିଧାନସଭାର ପାଞ୍ଚବର୍ଷର କାର୍ଯ୍ୟକାଳ କମି ପାରିବ ନାହିଁ, କିନ୍ତୁ ବଢ଼ି ପାରିବ। ଏହା ସାଧାରଣ ଆଇନ ଦ୍ୱାରା ନୁହେଁ କିନ୍ତୁ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପରିବର୍ତ୍ତନ ହୋଇପାରିବ। ଏହାର ଅର୍ଥ ହେଉଛି- ଯଦି ରାଜନୀତିକ ଇଚ୍ଛା ଥାଏ ତାହା ହୋଇପାରିବ। ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଏକ ଖାଲି ଘୋଷଣା ନୁହେଁ, ପ୍ରକୃତପକ୍ଷେ ଦେଶର ନିର୍ବାଚନ ବାସ୍ତବତାରେ ପରିଣତ ହୋଇପାରିବ। ଏଥିରେ ଦ୍ୱିମତ ହେବାର ନାହିଁ।

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ରାଜନୀତିର ଅତି ପୁରାତନ ସ୍ୱପ୍ନର ନୂତନ ଅଧ୍ୟାୟ
ଦେଶରେ ତ୍ରିସ୍ତରୀୟ ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନର ଧାରଣା ଭାରତରେ ନୂଆ ନୁହେଁ। ୧୯୫୨ଠାରୁ ୧୯୬୭ ପର୍ଯ୍ୟନ୍ତ ଭାରତ ଏହାକୁ ଅନୁଭବ କରିଛି। କାରଣ ଏହି ସମୟ ମଧ୍ୟରେ ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନ ସମଗ୍ର ଦେଶରେ ଗୋଟିଏ ସମୟରେ ହେଉଥିଲା। କିନ୍ତୁ ଏହି ସମୟ ପରେ ରାଜ୍ୟ ସରକାରଗୁଡ଼ିକର ବାରମ୍ବାର ପତନ ହେଲା। କେନ୍ଦ୍ର ସରକାରରେ ଥିବା ରାଜନୈତିକ ଦଳ ଦ୍ୱାରା ଧାରା ୩୫୬ ଅର୍ଥାତ୍ ବିଭିନ୍ନ ରାଜ୍ୟରେ ଥିବା ଅନ୍ୟ ଦଳର ସରକାରଗୁଡ଼ିକ ଉପରେ ରାଷ୍ଟ୍ରପତି ଶାସନର ଅତିରିକ୍ତ ବ୍ୟବହାର କରି ସେମାନଙ୍କୁ ସମୟ ପୂର୍ବରୁ ସେମାନଙ୍କୁ ଭାଙ୍ଗି ଦିଆଗଲା। ମହାଗଠବନ୍ଧନ ରାଜନୀତି ମଧ୍ୟ ଏଥିପାଇଁ ଅନେକ ପରିମାଣରେ ଦାୟୀ। ଏଥିପାଇଁ ଆଜି ଦେଶର ଅନେକ ରାଜ୍ୟରେ ବିଧାନସଭାର ନିର୍ବାଚନ ତାରିଖ ଲୋକସଭା ନିର୍ବାଚନ ସହିତ ସମାନ ନୁହେଁ। ସେହି ସଂକୀର୍ଣ୍ଣ ସ୍ଥିତିରେ ଜେପିସି ଏବଂ ଆଇନ କମିଶନର ମତ ଦେଶ ଶାସନର ସମୟସୀମା ପରିବର୍ତ୍ତନର ଇଙ୍ଗିତ ଦେଉଛି।
ଆଇନ କମିଶନର ବିଚାର: ନମନୀୟତା ହେଉଛି ସମ୍ବିଧାନର ଆତ୍ମା
ଆଇନ କମିଶନ ସୂଚନା ଦେଇଛନ୍ତି-
(କ) ପାଞ୍ଚ ବର୍ଷର କାର୍ଯ୍ୟକାଳ ‘ସ୍ଥିର’ ନୁହେଁ
• ଧାରା ୮୩
• ଧାରା ୧୭୨ରେ ଏକଥା ଦର୍ଶାଯାଇଛି।
ଏହି ଦୁଇଟି ଧାରା ଲୋକସଭା ଓ ବିଧାନସଭାର କାର୍ଯ୍ୟକାଳକୁ ୫ବର୍ଷ ରଖିଛି।
କିନ୍ତୁ ସଂବିଧାନ ଏହି ସମୟକୁ ଅପରିବର୍ତ୍ତନୀୟ କରେନି।
ଜରୁରୀକାଳୀନ ସମୟରେ ସମୟ ବଢ଼େଇବାର ଅନୁମତି ନିଜେ ଏହାକୁ ନମନୀୟ ବୋଲି ସାବ୍ୟସ୍ତ କରେ।
(ଖ) ସଂଶୋଧନ ଦ୍ୱାରା ସବୁକିଛି ସମ୍ଭବ ବୋଲି କମିଶନ କହିଛନ୍ତି।
“ସଂସଦ ସାଧାରଣ ଆଇନ ମାଧ୍ୟମରେ କାର୍ଯ୍ୟକାଳ ହ୍ରାସ କରିପାରିବ ନାହିଁ, କିନ୍ତୁ ସମ୍ବିଧାନ ସଂଶୋଧନ ମାଧ୍ୟମରେ କରାଯାଇପାରିବ।”
ଏହାର ଅର୍ଥ- ରାଜନୀତିକ ସମ୍ମତି ଥିଲେ ଏକକାଳୀନ ନିର୍ବାଚନ ମଧ୍ୟବର୍ତ୍ତୀ ସତ୍ୟ।
(ଗ) ଏଥିପାଇଁ ରାଜ୍ୟମାନଙ୍କର ସମ୍ମତି ଆବଶ୍ୟକ ନୁହେଁ; ଏହା ଏକ ବଡ଼ ମୂଲ୍ୟବୋଧ।
ଅଧାରୁ ଅଧିକ ରାଜ୍ୟର ମଞ୍ଜୁରୀ ଆବଶ୍ୟକ ବୋଲି ବିରୋଧୀ ଦଳ ଯେଉଁ ଯୁକ୍ତି ଦେଇଆସୁଥିଲେ, କମିଶନ ସେଥିରେ ପ୍ରାୟ ଶେଷ ସୂତ୍ର ଆଣିଛି।
କାରଣ କାର୍ଯ୍ୟକାଳର ପରିବର୍ତ୍ତନ ସମ୍ବିଧାନର ‘ଫେଡରାଲ୍ ଷ୍ଟ୍ରକଚର’ ଛୁଁଇବ ନାହିଁ।
ଏହା ପ୍ରାୟ ସ୍ପଷ୍ଟ କରିଦେଇଛି-
“ଏକ ରାଷ୍ଟ୍ର, ଏକ ନିର୍ବାଚନ” କାହାକୁ ବାଧ୍ୟ କରିବା ଦରକାର ନୁହେଁ; ସମ୍ବିଧାନ ନିଜେ ବ୍ୟବସ୍ଥା ଦେଉଛି।
୩. ଏକକାଳୀନ ନିର୍ବାଚନ ହେଲେ ଅନେକ ଲାଭ ଏବଂ ହାନୀର ଆଶଙ୍କା ରହିଛି।
ଏକକାଳୀନ ଭୋଟ ଦେଶକୁ କ’ଣ ଦେବ? କିମ୍ବା କ’ଣ ଚାଲିଯିବ? ଏହା ଆଜିର ସବୁଠୁ ମୁଖ୍ୟ ଚର୍ଚ୍ଚା।
(୧) ଲାଭଗୁଡ଼ିକ ହେଲା-
(କ) ରାଜନୀତିକ ସ୍ଥିରତା।
ଆମ ଦେଶରେ ରାଜ୍ୟ ନିର୍ବାଚନ ଲାଗି ରହୁଛି- ପ୍ରତିତିନି, ପ୍ରତି ଛ’ମାସ, ପ୍ରତିବର୍ଷ।
ଏହାର ପ୍ରଭାବ:-
• ମଡେଲ୍ କୋଡ୍ ଅଫ କଣ୍ଡକ୍ଟର କାରଣରୁ ସରକାରୀ କାମ ଅଟକିଯାଏ।
• ନୀତି ନିର୍ମାଣରେ ବିଛିନ୍ନତା ଆସେ।
• ବଜେଟ୍ ଉପରେ ଭାରୀ ଚାପ ସୃଷ୍ଟି ହୁଏ।
ଏକକାଳୀନ ଭୋଟ ଏହି ସମସ୍ୟାକୁ ମୂଳରୁ ନିରାକରଣ କରେ।
(ଖ) ନିର୍ବାଚନ ଖର୍ଚ୍ଚର ଭାରୀ ହ୍ରାସ ପାଇବ।
ଭାରତ ପୃଥିବୀର ସବୁଠୁ ବଡ଼ ନିର୍ବାଚନ ବ୍ୟୟ କରୁଥିବା ଦେଶ ଭାବରେ ଗଣା। ପ୍ରତିଥର ସରକାରୀ ରାଜକୋଷରୁ ହଜାର କୋଟି ଭୋଟ ପାଇଁ ଖର୍ଚ୍ଚ ହୁଏ। ଦଳମାନେ ମଧ୍ୟ ଏହି ନିର୍ବାଚନ ପାଇଁ ଦାନ ଓ କର୍ପୋରେଟ୍ ନିର୍ଭରତାରେ ପଡ଼ନ୍ତି।
ଏକାଥରରେ ଭୋଟ ହେଲେ—ଖର୍ଚ୍ଚ ୬୦ରୁ ୭୦% ହ୍ରାସ ପାଇପାରେ।
(ଗ) ସୁଶାସନ ଉପରେ ଧ୍ୟାନ ଦିଆଯାଇପାରିବ।
ରାଜନୀତି କ୍ଷଣିକ ନୁହେଁ- ଏହା ୫ ବର୍ଷର ସ୍ଥିର ଶାସନ।
ଏହା କୌଣସି ସରକାର ପାଇଁ ଅଧିକ ସଫଳତାର ସ୍ଥାନ ସୃଷ୍ଟି କରେ।
ଆଶଙ୍କାଗୁଡ଼ିକ ହେଲା

ଆଇନ କମିଶନ ଯେଉଁ ସୁପାରିଶ କରିଛନ୍ତି ସେଥିରେ ଅନେକ ଆଶଙ୍ତକା ରହିଛି।
(କ) ଲୋକତନ୍ତ୍ରର ବିଭିନ୍ନତାକୁ କମାଇପାରେ?
ଅନେକ ରାଜନୀତିକ ବିଶ୍ଳେଷକ କହନ୍ତି-
ରାଜ୍ୟ ବିଷୟଗୁଡ଼ିକରେ ରାଷ୍ଟ୍ରୀୟ ନାରେଟିଭ୍ ଆସି ବସିଯିବ।
ଏହା ଭାରତର ଫେଡରାଲ୍ ଗଠନ ପାଇଁ ଚ୍ୟାଲେଞ୍ଜ।
(ଖ) ସରକାର ଅକାଳରେ ଭାଙ୍ଗିଗଲେ କେଉଁ ମେକାନିଜମ୍ କାମ କରିବ?
କୌଣସି ରାଜ୍ୟର ସରକାର ପତନ ହେଲେ?
ଫ୍ଲୋର ଟେଷ୍ଟରେ ହାରିଲେ?
ମହାଜୋଟ ଭାଙ୍ଗିଗଲେ?
ଏଭଳି କ୍ଷେତ୍ରରେ କିଏ ସରାକାର ଗଠନ କରି ରାଜ୍ୟ ଚଳାଇବ?
• କାମଚଳା ସରକାର?
• ରାଷ୍ଟ୍ରପତି ଶାସନ?
ଏ ସମ୍ପର୍କରେ ଆଇନ କମିଶନ କହିଛନ୍ତି- ବିକଳ୍ପ ବ୍ୟବସ୍ଥା ଖୋଜିବା ଆବଶ୍ୟକ।
(ଗ) ନିର୍ବାଚନ କମିଶନ ଅତିକ୍ଷମତା ପାଇପାରେ?
ବିରୋଧୀମାନେ ଅନୁମାନ କରୁଛନ୍ତି- ଏକକାଳୀନ ଭୋଟ ନିର୍ବାଚନ କମିଶନକୁ ବଜ୍ରକ୍ଷମତା ଦେଇଦେବ।
କିନ୍ତୁ କମିଶନ ସ୍ପଷ୍ଟ କରିଛନ୍ତି-
“ଏହା ନିର୍ବାଚନ କମିଶନଙ୍କୁ କୌଣସି ଅତିକ୍ଷମତା ଦେଉ ନାହିଁ।”
ରାଜନୀତିକ ମନୋଭାବ: ରାଜ୍ୟ ଏବଂ କେନ୍ଦ୍ରର ମତ
ବିଜେପି କହୁଛି;
• ଏହା ସ୍ଥିରତା ଓ ଆର୍ଥିକ ଶୃଙ୍ଖଳା ପାଇଁ ଆବଶ୍ୟକ
• ‘ଦେଶ ଭୋଟ୍ ପାଇଁ ନୁହେଁ, ଉନ୍ନତି ପାଇଁ ଚାଲିବା ଦରକାର’
ବିରୋଧୀ ଦଳ କହୁଛି
• ‘ଏହା ଫେଡରାଲିଜିମର ବିରୋଧୀ’
• ‘କେନ୍ଦ୍ରୀକୃତ ରାଜନୀତିର ଷଡ଼ଯନ୍ତ୍ର’
• ‘ସ୍ଥାନୀୟ ବିଷୟ ଅବହେଳିତ’
କିନ୍ତୁ ଆଜି ଆଇନ କମିଶନ ଯେଉଁ ସୂଚନା ଦେଇଛନ୍ତି ତାହା ହେଲା-
ସେଥିରେ ବିରୋଧମାନଙ୍କ ସବୁଠୁ ମହତ୍ତ୍ୱପୂର୍ଣ୍ଣ ‘ରାଜ୍ୟ ସମ୍ମତି’ ଯୁକ୍ତି ପ୍ରାୟ ଅନୁପସ୍ଥିତ।
ଦେଶକୁ ଏହା କେଉଁ ଦିଗକୁ ନେବ?
ଭାରତୀୟ ଲୋକତନ୍ତ୍ର ଗୋଟିଏ ତଥ୍ୟରେ ରହିଛି- ଦେଶ ପ୍ରତ୍ୟେକ ଚାରି–ଛଅ ମାସରେ ନିର୍ବାଚନକୁ ଯାଉଛି।
ଏହା କଣ ଦେଶ ପାଇଁ ଭଲ?
ନା ସବୁଠୁ ଅଧିକ ନିର୍ବାଚନ ହେବାର ପ୍ରଭାବ ଉପରେ କୌଣସି ସ୍ଵାଧୀନ ଆଲୋଚନା ସମ୍ଭବ?
ଜନସ୍ୱାର୍ଥର ଯୁକ୍ତି ହେଉଛି; ଆଇନ କମିଶନ ଯାହା କହୁଛି ତାହା ହେଲା-
“ଏହା ଗଣତନ୍ତ୍ରକୁ ଦୁର୍ବଳ କରିନଥାଏ; ସୁଦୃଢ଼ ହେବା ପାଇଁ ଏହାକୁ ନିର୍ମାଣ କରେ।”
କେନ୍ଦ୍ରୀୟ ଚିନ୍ତା ହେଉଛି-
• ତୀବ୍ର ରାଜନୀତିକ ଧ୍ୱନି
• ବିକାଶର ଗତି
• ଆର୍ଥିକ ଶୃଙ୍ଖଳା
• ଦୀର୍ଘମିଆଦୀ ଯୋଜନା
ଏହି ସବୁ ପାଇଁ ସ୍ଥିରତା ଆବଶ୍ୟକ ହେଉଛି।
“ଏକ ଦେଶ, ଏକ ନିର୍ବାଚନ” ପାଇଁ ପ୍ରସ୍ତାବିତ ମେକାନିଜମ
ଆଇନ କମିଶନ ମଡେଲ ଅନୁସାରେ ଦୁଇ-ସ୍ତରୀୟ ନିର୍ବାଚନ ଗଠନ
୧. ପ୍ରଥମ ସ୍ତର (ଜାତୀୟ ଚକ୍ର) ଲୋକସଭା + ସମସ୍ତ ପ୍ରମୁଖ ରାଜ୍ୟ
୨. ଦ୍ୱିତୀୟ ସ୍ତରୀୟ (ମଧ୍ୟ-ଚକ୍ର ୱିଣ୍ଡୋ) ବହୁମତ ନ ଥିବା ବିଧାନସଭାଗୁଡ଼ିକ ଭଙ୍ଗ ଓ ନିର୍ବାଚନ ୬ ମାସ ମଧ୍ୟରେ ହେବ
ଜରୁରୀକାଳୀନ ଧାରା:
* ବହୁମତ ନ ଥିବା ଗୃହ “ଅବିଶ୍ୱାସର ଗଠନମୂଳକ ଭୋଟ” (ଜର୍ମାନ ମଡେଲ)
* କେବଳ ଶେଷ ଉପାୟ ଭାବରେ ରାଷ୍ଟ୍ରପତି ଶାସନ
ବିଶ୍ୱର କେଉଁ ଦେଶରେ ଏକକାଳୀନ ନିର୍ବାଚନ ହେଉଛି
ଦେଶ ନିର୍ବାଚନ ପ୍ରଣାଳୀ
ଦକ୍ଷିଣ ଆଫ୍ରିକା ଜାତୀୟ + ପ୍ରାଦେଶିକ ଏକକାଳୀନ
ସ୍ୱିଡେନ ଜାତୀୟ + ଆଞ୍ଚଳିକ + ସ୍ଥାନୀୟ ଏକକାଳୀନ
ଇଣ୍ଡୋନେସିଆ ବହୁ ସ୍ତରୀୟ ନିର୍ବାଚନ ଏକକାଳୀନ
ବ୍ରିଟେନ / କାନାଡା ସ୍ଥିର-ଅବଧି କିନ୍ତୁ ସଂସଦ ଭଙ୍ଗ ସାଧାରଣ କଥା।
କିନ୍ତୁ ଭାରତରେ ନିର୍ବାଚନ ନେଇ କୌଣସି ସ୍ଥିର ସମୟ ନାହିଁ।
ଭାରତର ଲୋକତନ୍ତ୍ର ଏକ ବିପ୍ଳବ ମଞ୍ଚରେ
ଆଇନ କମିଶନର ମତ- ଦେଶର ନିର୍ବାଚନ ପ୍ରଣାଳୀକୁ ପରିବର୍ତ୍ତନ ପାଇଁ ‘ସମ୍ବିଧାନିକ ବିକଳ୍ପ’ ଉପଲବ୍ଧ ଅଛି। ଏକ ସାଧାରଣ ବିବେଚନା ନୁହେଁ; ଏହା ଭାରତୀୟ ଲୋକତନ୍ତ୍ରର ଭବିଷ୍ୟତର ଠିକଣାକୁ ଇଙ୍ଗିତ କରୁଛି।
କିନ୍ତୁ ପ୍ରଶ୍ନ ଏବେ ମଧ୍ୟ ରହିଗଲା-
• ଦେଶ କ’ଣ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ?
• ରାଜ୍ୟଗୁଡ଼ିକ କ’ଣ ପ୍ରକୃତରେ ଏହି ପରିବର୍ତ୍ତନର ସ୍ୱରକୁ ମଞ୍ଜୁର କରିବ?
• ସ୍ଥିରତା କ’ଣ ମୂଲ୍ୟବାନ, ନା ଫେଡରାଲିଜିମ ଅଧିକ?
• ଜନତା- ଏହି ପରିବର୍ତ୍ତନକୁ କିପରି ନେବ?
ଏକକାଳୀନ ନିର୍ବାଚନ ଏକ ରାଜନୀତିକ ସ୍ୱପ୍ନ ନୁହେଁ; ଏବେ ଏହା ସମ୍ବିଧାନିକ ସମ୍ଭାବନା।
ଦେଶର ଆଗାମୀ କିଛି ମାସ- ଭାରତୀୟ ଗଣତନ୍ତ୍ରର ଭବିଷ୍ୟତରେ ସବୁଠୁ ଅଧିକ ପ୍ରଭାବ ପକେଇବ।
also read https://purvapaksa.com/putin-is-coming-to-india/
Putin is coming to India ।। ପୁଟିନ ଭାରତ ଆସୁଛନ୍ତି ,ପ୍ରତିରକ୍ଷା ସଚିବଙ୍କ ଇଙ୍ଗିତ


