ଏସଆଇଆର ଓ ଆଧାର ନାରେଟିଭ୍ର ମିଛ ନାଟକକୁ ସୁପ୍ରିମକୋର୍ଟ ଧ୍ୱଂସ୍ତ କରିଦେଇଛନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ରାଜନୀତିକ ଦଳମାନେ ଶବ୍ଦରୁ ବାଦଲ ସୃଷ୍ଟି କରୁଥିଲେ, ଅଦାଲତ ସେଠି ତଥ୍ୟ ରୂପରେ ବଜ୍ରପାତ କରିଛନ୍ତି।
ଭାରତୀୟ ଗଣତନ୍ତ୍ରର ସବୁଠାରୁ ସେନ୍ସିଟିଭ୍ ଯନ୍ତ୍ରଣା- ଭୋଟର୍ ତାଲିକା ଏବଂ ସବୁଠାରୁ ସହଜରେ ବିକୃତ କରାଯାଇପାରୁଥିବା ନାରେଟିଭ୍- ନାଗରିକତା। ଗତ କିଛି ମାସ ଧରି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ, ମଞ୍ଚରେ, ସଭାରେ ଏବଂ ଟେଲିଭିଜନ୍ ଷ୍ଟୁଡିଓରେ ଗୋଟିଏ ନାରେଟିଭ୍ ଚାଲୁଥିଲା; “ଏସଆଇଆର ହେଉଛି ଭୋଟ କାଟିବା ଷଡ଼ଯନ୍ତ୍ର।”
“ଆଧାର ଥିଲେ ଯେକେହି ଭାରତର ନାଗରିକ।”
“ଲକ୍ଷ–ଲକ୍ଷ ଅସଲି ନାଗରିକଙ୍କ ନାମ ଭୋଟ୍ ତାଲିକାରୁ କଟାଯାଉଛି।”
ନାରେଟିଭ୍ରେ ତୀବ୍ରତା ଥିଲା, କିନ୍ତୁ ପ୍ରମାଣ ନ ଥିଲା।
କିନ୍ତୁ ଏହି ପ୍ରସଙ୍ଗ ଯେତେବେଳେ ସୁପ୍ରିମକୋର୍ଟର ହଲ୍ରେ ପହଞ୍ଚିଲା, ତାହା ଗୋଟିଏ ପ୍ରଶ୍ନରେ ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇଗଲା- “ସୁପ୍ରିମକୋର୍ଟ ପଚାରିଲେ କେଉଁ ପ୍ରକୃତ ନାଗରିକଙ୍କ ନାମ ଭୋଟର ତାଲିକାରୁ କଟାଯାଇଛି ତା’ର ଗୋଟିଏ ଉଦାହରଣ ଦିଅନ୍ତୁ।”
ଏହି ଗୋଟିଏ ପ୍ରଶ୍ନ, ଦେଶରେ ବିଗତ କିଛି ମାସ ଧରି ଚାଲୁଥିବା ହୋ ହାଲାକୁ ଗୋଟିଏ ମିନିଟରେ ମିଛ ପ୍ରମାଣ କରିଦେଲା।
🔸ମିଛରେ ଗଢ଼ାଯାଇଥିବା ଏକ ବିଶାଳ ଭୟ: “ଭୋଟର ତାଲିକା ହଟାଯାଉଛି”

ଭାରତୀୟ ରାଜନୀତିରେ ଅଣ ବିଜେପି ରାଜନୈତିକ ଦଳମାନଙ୍କର ଭୋଟବ୍ୟାଙ୍କ ସାଜିଥିବା ଅବୈଧ ଅନୁପ୍ରବେଶକାରୀମାନଙ୍କୁ ରାଜନୈତିକ ଦଳମାନେ ନିଜର ସ୍ୱାର୍ଥ ସାଧନ ପାଇଁ “ମିଛ ଭୟ” ଦେଖାଇବା ହୋଇଯାଇଛି ସବୁଠୁ ଶସ୍ତା ଏବଂ ସବୁଠୁ ପ୍ରଭାବଶାଳୀ ଅସ୍ତ୍ର। କେତେକ ଦଳ ଏହି ଅସ୍ତ୍ରକୁ ସଫଳତାର ସହିତ ବ୍ୟବହାର କରୁଛନ୍ତି- କାରଣ ଭୟ ସୃଷ୍ଟି ହେଲେ ଅବୈଧ ଅନୁପ୍ରବେଶକାରୀ ଭୋଟ ଭିତ୍ତି ଆହୁରି ଡରିଥାଏ, ଏବଂ ଡରିଥିବା ଭୋଟର ଯୁକ୍ତି ଶୁଣନ୍ତି ନାହିଁ- ସେମାନେ ନାରେଟିଭ୍ ପଛରେ ଚାଲିଯାଆନ୍ତି।
ଏସଆଇଆର ଯେତେବେଳେ ପ୍ରଥମେ ଆସିଲା, ଦେଶର କେତେକ ଅଞ୍ଚଳରେ ଏହାକୁ “ଭୋଟ କାଟିବା ନୂଆ ଅପେରେସନ୍” ବୋଲି ପ୍ରଚାରିତ କରାଗଲା।
କିନ୍ତୁ ବାସ୍ତବରେ ଏସଆଇଆର କ’ଣ କରେ?
● ତାଲିକାରୁ ଦୋହରା ନାମ ବାହାର କରେ
● ମୃତ ଭୋଟରଙ୍କ ନାମ ବାଦ୍ ଦିଏ
● ଗୋଟିଏ ନାମ ଦୁଇଟି ତାଲିକାରେ ଥିଲେ ତାହାକୁ ଠିକ କରେ
● ଭୋଟରଙ୍କ ଠିକଣା ଯାଞ୍ଚ କରେ
ଏହାକୁ ଠିକଣା ଭାବରେ ବୁଝିବାକୁ ଯତ୍ନ କରିବା ପଦକ୍ଷେପରୁ ନାରେଟିଭ୍ ଗଢ଼ାଗଲା-
“ଅସଲି ନାଗରିକଙ୍କ ନାମ ଭୋଟର ତାଲିକାରୁ କଟାଯାଉଛି।”
ଅଭିଯୋଗ ଥିଲା ଉଚ୍ଚ ସ୍ୱରରେ।
ପ୍ରମାଣ ଥିଲା ଶୂନ୍ୟ।
ଏବଂ ସୁପ୍ରିମକୋର୍ଟ ସେଇ ଖାଲି ଦାବିକୁ ମିଛ ବୋଲି ସ୍ପଷ୍ଟ କରିଦେଲେ।
🔸ସୁପ୍ରିମକୋର୍ଟର ପ୍ରଶ୍ନ—ନାରେଟିଭ୍କୁ ସବୁଠୁ ବଡ଼ ଆଘାତ

ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା କପିଲ ସିବଲ ସୁପ୍ରିମକୋର୍ଟରେ ଦାବି କଲେ-
“ଏହି ଏସଆଇଆର ସମଗ୍ର ଦେଶରେ ଭୋଟ କାଟୁଛି। ଦେଶର ନିର୍ବାଚନ ବ୍ୟବସ୍ଥା ଏବେ ଆତଙ୍କରେ ଗତି କରୁଛି।”
ଅଭିଯୋଗ ଶକ୍ତିଶାଳୀ ଥିଲା।
ସ୍ୱର ଉଚ୍ଚ ଥିଲା।
କିନ୍ତୁ ସୁପ୍ରିମକୋର୍ଟର ପ୍ରଶ୍ନ ତୀବ୍ର ହେଲା- “ଆମକୁ ଭୋଟର ତାଲିକାରୁ ମତାଦାତାଙ୍କ ନାମ କଟିଥିବାର ଗୋଟିଏ ଉଦାହରଣ ଦିଅନ୍ତୁ; କେଉଁ ପ୍ରକୃତ ଭାରତୀୟ ନାଗରିକଙ୍କ ନାମ ଏସଆଇଆର କାରଣରୁ ଅବୈଧ ଭାବରେ କଟିଛି?”
ଏକ ମିନିଟ୍ର ନିରବତା ମଧ୍ୟରେ ସମସ୍ତ ତର୍କର ମିଛ ପ୍ରଚାରର ଢାଙ୍କୁଣି ଖୋଲିଯାଇଥିଲା।
ଏଠାରେ ନାରେଟିଭ୍ ଭାଙ୍ଗିଲା।
ଏଠାରେ ହାଇପ୍ ଚୁନା ହେଲା।
ଏଠାରେ ଉଠୁଥିବା ପ୍ରଶ୍ନ ହେଲା-
ଯଦି ଲକ୍ଷ–ଲକ୍ଷ ଭୋଟର ନାମ ତାଲିକାରୁ କଟିଯାଇଛି, ତା’ହେଲେ କାହିଁକି ଗୋଟିଏ ମଧ୍ୟ ପ୍ରମାଣ ଦିଆଯାଇପାରିଲା ନାହିଁ?
🔸“ଆଧାର ହେଉଛି ନାଗରିକତା” ମିଥ୍ୟା ପ୍ରଚାରକୁ ଅଦାଲତ ପ୍ରମାଣ କରିଦେଲା
ରାଜନୈତିକ ଦଳମାନଙ୍କ ସହାୟତାରେ ଭୋଟର ସାଜିଥିବା ଅବୈଧ ଅନୁପ୍ରବେଶକାରୀଙ୍କ ମନରେ ଭୟ ସୃଷ୍ଟି କରିବାର ଦ୍ୱିତୀୟ ମହାବାଜାର ଥିଲା- “ଆଧାର ଥିଲେ ନାଗରିକତା ସ୍ୱତଃ ମିଳିଯାଏ।”
ଏହି ବାକ୍ୟର ପଛରେ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା-
● ଆଧାରକୁ ନାଗରିକତାର ସହିତ ମିଶାଇ ତଥ୍ୟରୁ ଧ୍ୟାନ ହଟାଇବା
● ଅନୁପ୍ରବେଶକାରୀଙ୍କ ମାମଲାକୁ ରାଜନୀତିକ ଭାବେ ଉଠାଇ ଲାଭ ପାଇବା
● ସରକାରକୁ ଟାର୍ଗେଟ କରିବା ପାଇଁ ଏକ ନୂଆ ନାରେଟିଭ ତିଆରି କରିବା
ସୁପ୍ରିମକୋର୍ଟ ଏହାକୁ ସିଧା ସଳଖ ଭାବରେ ଖଣ୍ଡନ କଲେ- “ଆଧାର କାର୍ଡର ଅର୍ଥ ନାଗରିକତା ନୁହେଁ। ଅନେକ ଅଣନାଗରିକଙ୍କ ପାଖରେ ମଧ୍ୟ ଆଧାର ଥାଇପାରେ।”
ଏହି ଏକ ବାକ୍ୟ ଦେଶରେ ଦୀର୍ଘ ସମୟ ଧରି ଅସତ୍ୟର ଆଧାରରେ ଗଢ଼ା ହୋଇଥିବା ଅନେକ ତର୍କକୁ ଧ୍ୱଂସ କରିଦେଲା।
🔸ଭୋଟର୍ ତାଲିକାର ତ୍ରୁଟି ନୂଆ ନୁହେଁ—ପୁରୁଣା ଯନ୍ତ୍ରଣା, କିନ୍ତୁ ନୂଆ ଭୟ
ଭାରତର ଭୋଟର୍ ତାଲିକାରେ ତ୍ରୁଟି ନୂଆ ନୁହେଁ।
ନୀତି ଆୟୋଗଠାରୁ ଆରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଏହା ସ୍ୱୀକାର କରାଯାଉଛି-
● ଭୋଟର ତାଲିକାରେ ମୃତ ଭୋଟରଙ୍କ ନାମ ଅଧିକାଂଶ ରାଜ୍ୟରେ ଥାଏ
● ଠିକଣା ବଦଳି ଗଲେ ଲୋକମାନଙ୍କ ନାମ ମଧ୍ୟ ପୁରୁଣା ତାଲିକାରେ ରହିଯାଏ
● ତାଲିକାରେ ଦୁଇଥର ନାମ ଥିବା ମାମଲା ଅଧିକ
ଏହି ସମସ୍ୟା ଏସଆଇଆରର ପୂର୍ବରୁ ଥିଲା।
ଏସଆଇଆର ଏହି ସମସ୍ୟାକୁ ଠିକ କରୁଛି—ଭୁଲ କରୁନାହିଁ।
କିନ୍ତୁ ଯେଉଁମାନେ ଏହି ଭୁଲକୁ ନିଜ ରାଜନୀତିର ଲାଭରେ ବ୍ୟବହାର କରୁଥିଲେ, ସେମାନଙ୍କ ପାଇଁ ଏସଆଇଆର ନିଶ୍ଚୟ ଅସୁବିଧାଜନକ।
ଜଷ୍ଟିସ ବାଗଚିଙ୍କ ଏକ ବାକ୍ୟ ସବୁଠାରୁ ଆଘାତକାରୀ ଥିଲା:- “ମୃତ ଭୋଟର୍ ତାଲିକାକୁ ଗୋପନ ରଖିବା କିଛି ରାଜନୀତିକ ଶକ୍ତିଙ୍କୁ ଲାଭ ଦେଇଥାଏ।”
ଏହା ଖାଲି ଆଇନ ନୁହେଁ, ଏହା ଗୋଟେ ଗମ୍ଭୀର ରାଜନୀତିକ ସତ୍ୟ।
🔸ନାରେଟିଭ୍ରେ ନା ଥିଲା ପ୍ରମାଣ, ନା ଥିଲା ସଂଖ୍ୟା—ଥିଲା କେବଳ ସୃଷ୍ଟି କରାଯାଇଥିବା ଭୟ
![]()
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସିବଲଙ୍କ ମତ ଥିଲା- “ଲକ୍ଷ–ଲକ୍ଷ ଭୋଟରଙ୍କ ନାମ ତାଲିକାରୁ କଟାଯାଇଛି।”
କିନ୍ତୁ ସଂଖ୍ୟା ମିଳିଲାନି।
ନମୂନା ବି ମିଳିଲାନି।
ଏହା ମନେପକାଇବା ଦରକାର- ଯେତେବେଳେ ଭୟ ସୃଷ୍ଟି ହୁଏ, ତାହାକୁ ପ୍ରମାଣ କରିବା ଦରକାର।
ନାରେଟିଭ୍ ଧରି ଅଦାଲତ ଚାଲେନାହିଁ।
କୋର୍ଟ ଯାହା ଚାହିଁଲା- ତାହା ଏକ ଅସଲି ଦୃଷ୍ଟାନ୍ତ।
ସରକାର ନୁହେଁ, ନିର୍ବାଚନ କମିଶନ ନୁହେଁ- କେବଳ ଦରକାର ଏକ ପ୍ରମାଣ।
ଏହା ସିବଲ କୋର୍ଟକୁ ଦେଇପାରିଲେ ନାହିଁ, କେବଳ ଚୁପ ରହିଲେ।
ତେଣୁ ଫଳସ୍ୱରୂପ- ନାରେଟିଭ୍ ହାରିଗଲା। ତଥ୍ୟ ଜିତିଲା।
🔸ନାରେଟିଭ୍ ବନାମ ଆଇନ—ଏହି ଯୁଦ୍ଧରେ ସୁପ୍ରିମକୋର୍ଟ ଜିତିଲା କିନ୍ତୁ ରାଜନୀତି ହାରିବ ନାହିଁ
ସତ୍ୟ କିଛି ସମୟ ପାଇଁ ହାରିଯାଇପାରେ, କିନ୍ତୁ ଅଶୁଦ୍ଧ ନାରେଟିଭ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେନାହିଁ।
ସୁପ୍ରିମକୋର୍ଟର ଏହି ହିସାବରେ ଯୁକ୍ତି:-
● ଏସଆଇଆର ତ ଭୋଟ ସଂରକ୍ଷଣ କରୁଛି, ଧ୍ୱଂସ ନୁହେଁ
● ଅନୁପ୍ରବେଶକାରୀ ଆଧାର ପାଇପାରନ୍ତି, କିନ୍ତୁ ଭୋଟ ଅଧିକାର ନୁହେଁ
● ଅଭିଯୋଗ ନୁହେଁ-ପ୍ରମାଣ ଦିଅନ୍ତୁ
● ତାଲିକା ତ୍ରୁଟିପୂର୍ଣ୍ଣ ହେବା ସାଧାରଣ ଓ ଦଳ–ନିରପେକ୍ଷ
ଏହା ରାଜନୀତିକଭାବେ ଅନେକଙ୍କୁ ଅସୁବିଧାଦାୟକ ଲାଗିଥିବ।
କାରଣ ଯେଉଁମାନେ ଏହି ଭୟକୁ ଅବୈଧ ଅନୁପ୍ରବେଶକାରୀଙ୍କ ଭିତରେ ନିଜ ଭୋଟର୍ ଭିତ୍ତି ପାଇଁ ପ୍ରସ୍ତୁତ କରୁଥିଲେ-ସେମାନଙ୍କର ନାରେଟିଭ୍ ଆଜି ଭାଙ୍ଗିଗଲା।
କିନ୍ତୁ ଏଠାରେ ପ୍ରଶ୍ନ ଉଠେ- ଭାରତୀୟ ଭୋଟର୍ କେତେଦିନ ନାରେଟିଭ୍ରେ ବିଶ୍ୱାସ କରିବେ? କେତେଦିନ ପର୍ଯ୍ୟନ୍ତ ତଥ୍ୟକୁ ଅଣଦେଖା କରିବେ?
ଏହି ମାମଲା ତାର ଯବାବ ସ୍ପଷ୍ଟ ବୁଝାଇଦେଲା- ନାରେଟିଭ୍ କରାଯାଇପାରେ, କିନ୍ତୁ ଆଇନରେ ତାହା ଆଦୌ ପ୍ରମାଣ କରାଯାଇ ପାରିବ ନାହିଁ।
ସୁପ୍ରିମକୋର୍ଟ ଦେଶକୁ ଯେମିତି ମେସେଜ୍ ଦେଲେ, ତାହା ରାଜନୀତି ପାଇଁ ମିଠା ନୁହେଁ, କିନ୍ତୁ ଗଣତନ୍ତ୍ର ପାଇଁ ଆବଶ୍ୟକ।
ଏହି ମାମଲା କେବଳ ଏସଆଇଆର ନୁହେଁ। ଏହା ଗୋଟେ ଗଣତନ୍ତ୍ରିକ ପରିଶୋଧନ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଲେ-
● ନାଗରିକତା ଆଧାରରେ ନୁହେଁ- ସମ୍ବିଧାନ ଉପରେ ନିର୍ଭର
● ଭୋଟର୍ ତାଲିକା ତ୍ରୁଟିପୂର୍ଣ୍ଣ ହେଲେ- ସୁଧାର କରନ୍ତୁ, ଅପପ୍ରଚାର ନୁହେଁ
● ଅନୁପ୍ରବେଶକାରୀ ଭୟ ଦରକାର, କିନ୍ତୁ ତଥ୍ୟ ଆଧାରରେ
● ରାଜନୀତି ପ୍ରଶ୍ନ କରିପାରେ, କିନ୍ତୁ ଆଇନ ପ୍ରମାଣ ଚାହିଁଥାଏ
ଏହି ରାୟ ଦେଶକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଲା-“ନାରେଟିଭ୍ ତୁମର ରାଜନୀତିକୁ ଚଲାଇପାରେ, କିନ୍ତୁ ଗଣତନ୍ତ୍ରକୁ ନୁହେଁ। ସମ୍ବିଧାନ ଓ ସତ୍ୟ ହେଉଛି ଶେଷ ଶକ୍ତି।”
also read https://purvapaksa.com/is-your-money-stuck-with-sahara/
Is your money stuck with Sahara? ।। ଆପଣଙ୍କର ଟଙ୍କା ସାହାରାରେ ଫସି ରହିଛି କି?


