ରଥଯାତ୍ରା ସମୟରେ ରଥ ଆଗରେ ଘଟିଥିବା ଦଳାଚକଟା ଘଟଣାରେ ୭ ଜଣ ପୁଲିସ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ପୁଲିସ ଡିଜିଙ୍କୁ ସୁପାରିସ କରିବା ପରେ ହଇଚଇ ହୋଇଛି। ଯେଉଁ ଆଇପିଏସ୍ ଅଫିସରମାନେ ଦାୟିତ୍ଵରେ ଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ଉନ୍ନୟନ କମିସନର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ତତ୍କାଳୀନ ପୁରୀ ଏସ୍ପି ଯିଏ କି ସମସ୍ତ ଦାୟିତ୍ଵରେ ଥିଲେ, ସେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ତାଙ୍କୁ ଏଠାରୁ ବଦଳି କରିଦିଆଯାଇଛି। ଯଦି ଆଇପିଏସ୍ ଅଫିସରଙ୍କୁ କେବଳ ବଦଳି କରାଯାଇଛି ତେବେ ଏହି ୭ ଓପିଏସ୍ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ?

୭ ଜଣ ପୁଲିସ ଅଫିସରଙ୍କ ମଧ୍ୟରୁ ତାପସ ଦାସ, କୌଶିକ ନାୟକ ଓ ପ୍ରଶାନ୍ତ ସାହୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ଵୟ ରକ୍ଷା କରିପାରି ନଥିବାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି। ପହୁଡ଼ ସଅଳ ହେବା ଓ ଦ୍ଵାରଫିଟା କେତେବେଳେ ହେବା କେହି ଜାଣି ନ ପାରିବା ଏହି ଅଧିକାରୀଙ୍କ ଅବହେଳା ଯୋଗୁ ଦର୍ଶାଯାଇଛି । ଦ୍ଵାରଫିଟା ନୀତି ସମୟ ନୀତି ପୁସ୍ତକରେ ନଥିଲା। ତଦନ୍ତ ବେଳେ ନୀତି ପ୍ରଶାସକ ଜିତେନ୍ଦ୍ର
ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ?
ସେଠାରେ ନିୟୋଜିତ ୨ ପ୍ଲାଟୁନ୍ ଫୋର୍ସଙ୍କୁ ଆଇଜି(ସେଣ୍ଡାଲ୍ ରେଞ୍ଜ) ଅଘଟଣ ପୂର୍ବରୁ ହଟାଇ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ କୁହୁଳୁଛି ଅସନ୍ତୋଷ । କୁମାର ସାହୁ ଅତିରିକ୍ତ ମୁଖ୍ୟ ପ୍ରଶାସକଙ୍କୁ ବୟାନ ଦେଇଥିଲେ କି ପହୁଡ଼ ଓ ଦ୍ଵାରଫିଟା ‘ଏଷ୍ଟାବ୍ଲିସ୍ ପ୍ରାକ୍ଟିସ୍’ ଅନୁସାରେ ହୁଏ। ଆମର ସେଥିରେ କୌଣସି ଭୂମିକା ନାହିଁ ଅର୍ଥାତ୍ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଜାଣି ନଥିଲା କି କେତେବେଳେ ଦ୍ଵାରଫିଟା ହେବ। ଦ୍ଵାରଫିଟା ସମୟରେ ନୀତି ଅଧିକାରୀ ମଧ୍ୟ ଉପସ୍ଥିତ ନଥିଲେ। ବିନା ସୂଚନାରେ ଦ୍ଵାରଫିଟା ଯୋଗୁ ହିଁ ଦଳାଚକଟା ହୋଇଥିଲା। ଏଣୁ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ସେଠାରେ କୌଣସି ନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କୁ ଦାୟିତ୍ୱ ଦିଆଯାଇ ନଥିଲା। ସବୁଠାରୁ ବଡ଼ କଥା, ପ୍ରତ୍ୟେକ ବର୍ଷ ରଥ ଲାଗି ଯିବା ପରେ ନିମାପଡ଼ା ଏସ୍ଡିପିଓଙ୍କୁ ରାତି ଡ୍ୟୁଟି ଦିଆଯାଇଥାଏ କିନ୍ତୁ ଚଳିତ ବର୍ଷ ଅଧିକାରୀମାନେ ଏହାକୁ ଭୁଲି ଯାଇଥିଲେ। ଯେଉଁ ଅଧିକାରୀମାନେ ମୂଳ ପ୍ରସଙ୍ଗକୁ ଭୁଲିଯାଇ ଡ୍ୟୁଟି ଚାର୍ଟ ପ୍ରସ୍ତୁତ କରିଥିଲେ ସେମାନେ କାହିଁକି କାର୍ଯ୍ୟାନୁଷ୍ଠାନର ଶିକାର ହେବେନି ?
ଆଇଜି(ସେଣ୍ଟାଲ୍ ରେଞ୍ଜ) ଡିଜିଙ୍କୁ ଦେଇଥିବା ରିପୋର୍ଟ ମୁତାବକ, ଭିଡ଼ ନିୟନ୍ତ୍ରଣ କରିବା ଦାୟିତ୍ଵରେ ଥିବା ଜୋନ୍ ଇନ୍ ଚାର୍ଜ, ସହକାରୀ ଜୋନ୍ ଇନ୍ଚାର୍ଡ, ସେକ୍ଟର ଅଫିସରମାନେ ଯେତେବେଳେ ତଳିଆ ଅଫିସର ଓ କର୍ମଚାରୀମାନଙ୍କୁ ଡ୍ୟୁଟିରୁ ଛାଡ଼ିଲେ ସେତେବେଳେ ୨୮ ତାରିଖ ବିଳମ୍ବିତ ରାତିରେ କଣ କାମ ତାହା ଅବଗତ (ବ୍ରିଫ୍) କରାଇ ନଥିଲେ। ଦଳାଚକଟା ହେବା ବେଳକୁ ସେଠାରେ ଅଫିସର ନଥିଲେ କି ଫୋର୍ସ ନଥିଲେ।
ଉପରେ କାର୍ଯ୍ୟାନୁଷ୍ଠାନ ହେବନି ?

ଚାରମାଳ ଗାଡ଼ି ଶ୍ରୀମନ୍ଦିର ପାଖରୁ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲା। ନନ୍ଦିଘୋଷ ସମ୍ମୁଖରେ ଚାରମାଳ ଗଦା ହୋଇ ଯିବାରୁ ଭକ୍ତମାନେ ବାହାରି ନ ପାରିବାରୁ ଦଳାଚକଟାରେ ମୃତ୍ୟୁ ବରଣ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଏ ନେଇ କାହାକୁ ଅବଗତ କଲେନାହିଁ। ଟ୍ରାଫିକ୍ ଦାୟିତ୍ୱରେ ଥିବା ଅଧିକାରୀ ବି ଏହାକୁ ଗୁରୁତ୍ଵର ସହ ନେଲେ ନାହିଁ ଏଥିପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ? ଇଜି (ସେଣ୍ଟ୍ରାଲ୍ ରେଞ୍ଜ) ଏହି ଅଫିସରମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ସେମାନେ ତାଙ୍କର ଉତ୍ତରରେ ବାସ୍ତବ ଚିତ୍ର ଉପସ୍ଥାପନ କରିଛନ୍ତି। ୨୮ ତାରିଖ ରାତିରେ ପୁରୀକୁ ପ୍ରବଳ ଗାଡ଼ି ଆସୁଥିବା ଓ ଆଗକୁ କିଭଳି ପ୍ରସ୍ତୁତି କରିବାକୁ ହେବ, ତାହା ଏହି ଅଧିକାରୀମାନେ ହ୍ରାସ୍ ଆପ୍ ଗ୍ରୁପ୍ରେ ଅବଗତ କରାଇଥିଲେ। କିନ୍ତୁ ଉପରିସ୍ଥ ଅଧିକାରୀମାନେ ଏହାକୁ ଗୁରୁତ୍ୱର ସହ ନ ନେବାରୁ ଏହି ଅଘଟଣ ଘଟିଛି। ଏ ନେଇ ଭଏସ୍ ଅଫ୍ କମନ୍ ମ୍ୟାନ୍ ମୁଖ୍ୟ ହେକ୍ଟର ମିଶ୍ର କହିଛନ୍ତି, ଯେଉଁ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନି। ଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନେ ଘଟଣାସ୍ଥଳରେ ଅନୁପସ୍ଥିତ ଥିଲେ। ସମନ୍ଵୟ ରକ୍ଷା କରିବାକୁ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ନଥିଲେ। ନୀତି ପ୍ରଶାସକଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ତେବେ ଏହି ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦୁଃଖଦାୟକ
ଆମ୍ ଆଦ୍ମୀ ପାର୍ଟି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, ତଳିଆ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଖସି ଯାଇ ପାରିବେନି। ତୁରନ୍ତ ବଡ଼ବଡ଼ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ
also read https://purvapaksa.com/thar-danger-in-bhubaneswar/


