ଡୋନାଲ୍ଡ୍ ଟ୍ରମ୍ପଙ୍କ ନେତୃତ୍ତ୍ୱରେ ଆମେରିକା ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଚୀନକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ବ୍ୟବହାର କରୁଛି। ଆମେରିକା ଜାଣେ ଯେ ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟାଯୁକ୍ତ ଦେଶ ଓ ବିଶ୍ୱର ଚତୁର୍ଥ ଅର୍ଥନୀତି। ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବାର ପଥରେ ରହିଛି। ଭାରତ,ଆଗକୁ ନିଜ ଆର୍ଥିକ ଓ ସାମରିକ ଶକ୍ତି ବଳରେ କାଳେ ଆମେରିକାକୁ ଚ୍ୟାଲେଞ୍ଜ୍ କରିବ,ଏହି ଚିନ୍ତାରେ ୱାଶିଂଟନ ଭାରତ ବିରୋଧରେ ପାକିସ୍ତାନୀ କାର୍ଡ ଖେଳୁଛି ବୋଲି ବିଶେଷଜ୍ଞ କହୁଛନ୍ତି ।
ଏସିଆରେ ଆମେରିକାର ‘ବିଗ୍ ଗେମ୍’
ୟୁରେସିୟାନ୍ ଟାଇମ୍ସରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ଭବିଷ୍ୟତରେ ଭାରତ ଯେପିର ଆମେରିକାକୁ ସିଧାସଳଖ ଚ୍ୟାଲେଞ୍ଜ୍ ନ କରେ,ସେଥିପାଇଁ ଆମେରିକା ଭାରତକୁ ପାକିସ୍ତାନକୁ ବ୍ୟବହାର କରୁଛି। ଅନ୍ୟପକ୍ଷରେ, ପାକିସ୍ତାନକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ଆଫଗାନିସ୍ତାନକୁ ବ୍ୟବହାର କରୁଛି। ଏହା ବ୍ୟତୀତ, ଆଫଗାନିସ୍ତାନକୁ ଅସନ୍ତୁଳିତ ରଖିବା ପାଇଁ ପାକିସ୍ତାନ ସହିତ ମିଶି ତାଲିବାନ୍ ସହିତ ମଧ୍ୟ ଲଢ଼ୁଛି। ପ୍ରକୃତରେ, ଆମେରିକା ଏହା ନିଶ୍ଚିତ କରୁଛି ଯେ ଏକ ପକ୍ଷକୁ ଅନ୍ୟପକ୍ଷ ବିରୁଦ୍ଧରେ ବ୍ୟସ୍ତ ରଖିବା, ଯାହାଦ୍ୱାରା ପୂରା ଅଞ୍ଚଳ ଅସ୍ଥିର ରହିବ। ଫଳରେ ସବୁ ପକ୍ଷ ଆମେରିକା ଉପରେ ନିର୍ଭର ରହିବେ। ଯାହା ଆମେରିକା ନୀତି ଓ ସ୍ୱାର୍ଥକୁ ସୁହାଇବ ।
ଆମେରିକାର ଚୀନକୁ ନିୟନ୍ତ୍ରଣ କରିବାର ନୀତି କ’ଣ ?
ସୋଭିଏତ୍ ସଂଘର ପତନ ପରେ ବିଶ୍ୱ ଅତି କମରେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଏକଧ୍ରୁବୀୟ ଅବସ୍ଥାରେ ରହିଥିଲା। ଯେଉଁଥିରେ ଆମେରିକା ଏକମାତ୍ର ବିଶ୍ୱଶକ୍ତି ଥିଲା । ଯଦିଓ, ୨୦୧୦ ପରେ ପରିସ୍ଥିତି ବଦଳାଇବା ଆରମ୍ଭ ହୋଇଥିଲା, ଯେତେବେଳେ ଚୀନର ସକଳ ଘରୋଇ ଉତ୍ପାଦନ ଜାପାନକୁ ଟପିଯାଇଥିଲା ଓ ଚୀନ, ବେଲ୍ଟ୍ ଏଣ୍ଡ୍ ରୋଡ୍ ଉଦ୍ୟମରେ ନିଜର ପ୍ରଭାବ ବଢ଼ାଇଥିଲା। ଓବାମା ପ୍ରଶାସନ ଏସିଆରେ ନିଜ ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିବାକୁ ଓ ଚୀନକୁ ଚେକମେଟ୍ କରିବାକୁ ଭାରତ-ପ୍ରଶାନ୍ତ ମହାସାଗରରେ ନିଜ ପ୍ରଭାବ ବଢ଼ାଇବା ଆରମ୍ଭ କରିଥିଲା। ଏହା ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଟାରିଫ୍ ଓ ରପ୍ତାନୀ ନିୟନ୍ତ୍ରଣ ସହିତ ଓ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ପ୍ରଯୁକ୍ତିଗତ ପ୍ରତିବନ୍ଧକ ଓ ମେଣ୍ଟ ସହିତ ବିକଶିତ ହୋଇଥିଲା।
ଆମେରିକା ନାମ ବଦଳାଇ ଭାରତକୁ ଜାଲରେ ଫସାଇଛି
ଲେଖା ଅନୁଯାୟୀ, ଆମେରିକା ମାନିଛି ଯେ ପ୍ରଶାନ୍ତ ଅଞ୍ଚଳରେ ଚୀନର ପ୍ରଭାବକୁ ସୀମିତ କରିବା ଓ ବେଜିଂର ବିଶ୍ୱବ୍ୟାପୀ ପ୍ରଭାବକୁ ହ୍ରାସ କରିବା ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ରଣନୀତି ଅଧୀନରେ ଆମେରିକା ଏସିଆ-ପ୍ରଶାନ୍ତର ନାମ ବଦଳାଇ ଭାରତ-ପ୍ରଶାନ୍ତ ରଖିଛି। ଏହାର ଉଦ୍ଦେଶ୍ୟ ହେଉଛି,ଏହି ଅଞ୍ଚଳରେ ଭାରତର ସମାନ ଭାଗିଦାରୀ ଅଛି ବୋଲି ଜୋର ଦେବା ଓ ଚୀନ ପ୍ରଶାନ୍ତ ଅଞ୍ଚଳକୁ ନିଜର ବାରିପଟ ଅଞ୍ଚଳ ବୋଲି ଯେମିତି ନ ଭାବୁ । କିନ୍ତୁ ଏମିତି କରିବାର ଅସଲ ଉଦ୍ଦେଶ୍ୟ ହେଉଛି,ଚୀନକୁ ଉସକାଇବା।
ଭାରତ-ଚୀନ ମଧ୍ୟରେ ବିବାଦ ଆମେରିକାକୁ ଦେଲା ସୁଯୋଗ
ଆମେରିକା ଭାରତକୁ ଚୀନ ପ୍ରତି ପ୍ରତିପକ୍ଷଭାବେ ଦେଖିବା ଆରମ୍ଭ କରିଦେଇଛି। ଚୀନରେ ୨୦୨୦ର କୋରୋନା ଭାଇରସ୍ ପ୍ରକୋପ ଓ ହିମାଲୟରେ ୨୦୨୦ରେ ଭାରତ-ଚୀନ ମଧ୍ୟରେ ଗଲୱାନ୍ ସୈନ୍ୟ ସଂଘର୍ଷର କାରଣରୁ ଦୁଇ ପକ୍ଷରେ ଅନେକ ମୃତ୍ୟୁ ହୋଇଥିଲା, ଯାହା ଦ୍ୱାରା ଆମେରିକାଙ୍କୁ ଦୁଇ ଏସୀୟ ଶକ୍ତିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାର ଆହୁରି ସୁଯୋଗ ମିଳିଥିଲା। ଚୀନ ପଟୁ ଏହା ଗୋଟିଏ ବଡ଼ ଭୁଲ ଥିଲା, ଯାହା ଦ୍ୱାରା ଆମେରିକା.ଏସୀୟ କ୍ଷେତ୍ରକୁ ପ୍ରବେଶ କରିପାରିଲା।
କ୍ୱାଡ଼ର ଜନ୍ମ ପଛରେ ବି ଖେଳ
ଆମେରିକା ୨୦୧୭ରେ ଚତୁର୍ଭୁଜ ସୁରକ୍ଷା ସମ୍ବାଦ (କ୍ୱାଡ଼)କୁ ପୁନର୍ଜୀବିତ କରିଥିଲା। ମୁକ୍ତ ଓ ଖୋଲା ହିନ୍ଦ-ପ୍ରଶାନ୍ତ (ଏଫଓଆଇପି)କୁ ପ୍ରୋତ୍ସାହନ ଦେବା ପାଇଁ ଆମେରିକା, ଭାରତ, ଜାପାନ୍ ଓ ଅଷ୍ଟ୍ରେଲିୟାର ଏକ ଅନୌପଚାରିକ ମେଣ୍ଟ ଗଢ଼ିଥିଲା। ଏହି ମେଣ୍ଟ ୨୦୨୧ରେ ମାଲାବାର୍ ଅଭ୍ୟାସରେ କ୍ୱାଡ଼ ଦେଶମାନଙ୍କର ଅଂଶଗ୍ରହଣ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚିଥିଲା। ଏହି ଅନୌପଚାରିକ ମେଣ୍ଟକୁ ଚୀନ ବିରୋଧୀ ଏସୀୟ ନାଟୋ (ଉତ୍ତର ଆଟଲାଣ୍ଟିକ୍ ସଂଧି ସଂଗଠନ) ବୋଲି ମଧ୍ୟ କୁହାଯାଏ।
ଆମେରିକା ଡିକପଲିଂ ନୀତି, ଆଉ ଏକ କାହାଣୀ
କୋରୋନା ଭାଇରସ୍ ମହାମାରୀ ପରେ ଆମେରିକା ଚୀନରୁ ‘ଡିକପଲିଂ’ ନୀତିକୁ ମଧ୍ୟ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଇଛି, ଯାହାଦ୍ୱାରା ତାଙ୍କର ମହତ୍ୱପୂର୍ଣ୍ଣ ସପ୍ଲାଏ ଚେନ୍ ଚୀନରୁ ଭାରତକୁ ସ୍ଥାନାନ୍ତରିତ ହୋଇଯାଇଛି। ଯେମିତି ଆପଲ୍ ନିଜର ଅନେକ ଉତ୍ପାଦନ ୟୁନିଟ୍ଗୁଡ଼ିକୁ ଭାରତରେ ସ୍ଥାନାନ୍ତରିତ କରିଦେଇଛି। ଏହି ନୀତିରେ ଭାରତର ଉତ୍ପାଦନ କ୍ଷେତ୍ରକୁ ସମର୍ଥନ ଦେବାର କ୍ଷମତା ଥିଲା।
ଆମେରିକା ଭାରତଙ୍କ ସହିତ ଜାଣିବୁଝି ଏହି ଡିଲଗୁଡ଼ିକ କଲା
ୟୁରେସିୟାନ୍ ଟାଇମ୍ସ ଅନୁଯାୟୀ, ଗତ ଦଶନ୍ଧିରେ ଆମେରିକା ଭାରତ ସହିତ ଅନେକ ମହତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିରେ ହସ୍ତାକ୍ଷର କରିଛି, ଯେଉଁମାନଙ୍କ ମଧ୍ୟରେ ସିଓଏମସିଏସ୍ଏ (୨୦୧୮), ଏଲ୍ଇଏମ୍ଓଏ (୨୦୧୬) ଓ ବେସିଏ (୨୦୨୦) ଅନ୍ତର୍ଭୁକ୍ତ। ଏହି ଚୁକ୍ତିଗୁଡ଼ିକ ଜାଣିଶୁଣି କରାଯାଇଥିଲା, ଯାହା ଦ୍ୱାରା ଭାରତକୁ ସେହି ଅଞ୍ଚଳରେ ଚୀନ ବିରୋଦ୍ଧରେ ମଜବୁତ କରାଯାଇପାରିବ।
ପାକିସ୍ତାନ, ଭାରତ ବିରୋଧରେ କାର୍ଡ୍
ଲେଖାରେ କୁହାଯାଇଛି ଯେ ଚଳିଚ ବର୍ଷର ଜାନୁଆରୀରୁ ଟ୍ରମ୍ପଙ୍କ ପୁନର୍ବାର କ୍ଷମତା ଲାଭ କରିବା ପରେ ପାକିସ୍ତାନ ପ୍ରତି ଆମେରିକୀୟ ନୀତିରେ ଏକ ସ୍ପଷ୍ଟ ପରିବର୍ତ୍ତନ ଦେଖାଯାଇଛି। ପାକିସ୍ତାନୀ ସେନାମୁଖ୍ୟ ଅସୀମ୍ ମୁନୀର୍ ଜୁନ୍ ସୁଦ୍ଧା ତିନି ଥର ଆମେରିକା ଗସ୍ତ କରିଛନ୍ତି। ଜୁନ୍ ମାସରେ ଟ୍ରମ୍ପ-ମୁନୀର ବୈଠକ ହୋଇଥିଲା। ମୁନୀର୍ ଅଗଷ୍ଟରେ ପୁନର୍ବାର ଆମେରିକା ଯାଇଥିଲେ, ଯେଉଁଠାରେ ସେ ଆମେରିକୀୟ ଭୂମିରୁ ଭାରତ ବିରୋଦ୍ଧରେ ପରମାଣୁ ଧମକ ଦେଇଥିଲେ। ସମ୍ପ୍ରତି ମୁନୀର୍ ତୃତୀୟ ଥର ହ୍ୱାଇଟ୍ ହାଉସ୍ ଯାଇଥିଲେ। ଏହି ସମୟରେ, ଆମେରିକା ପାକିସ୍ତାନ ସହିତ ଅନେକ ବ୍ୟବସାୟ ଚୁକ୍ତିରେ ହସ୍ତାକ୍ଷର କରିଛି ଓ ପାକିସ୍ତାନରେ ମହତ୍ବପୂର୍ଣ୍ଣ ଖଣିଜ ଓ ତୈଳ ଅନୁସନ୍ଧାନ ପାଇଁ ୫୦ କୋଟି ଆମେରିକୀୟ ଡଲାରର ନିବେଶର ପ୍ରତିବଦ୍ଧତା ଜଣାଇଛି।
ଭାରତ ଆମେରିକାଙ୍କ ଆଗରେ ‘ଆତ୍ମସମର୍ପଣ’ କରିନାହିଁ
ଆମେରିକୀୟ ଆଶାର ବିପରୀତରେ ଭାରତ ରୁଷ ସହିତ ନିଜର ରକ୍ଷା ସମ୍ପର୍କକୁ ହ୍ରାସ କରିନାହିଁ କି ରୁଷରୁ ତୈଳ କିଣିବା ବନ୍ଦ କରିନାହିଁ। ରୁଷ ଭାରତ ପାଇଁ ଅସ୍ତ୍ରଶସ୍ତ୍ର ଆମଦାନୀର ସବୁଠାରୁ ବଡ଼ ସ୍ରୋତ ଓ ତୈଳର ସର୍ବାଧିକ ମହତ୍ବପୂର୍ଣ୍ଣ ସ୍ରୋତ ଭାବେ ରହିଛି। ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ମଧ୍ୟ ଲଗାଇଛନ୍ତି, ଯାହା ଯେକୌଣସି ଦେଶ ଉପରେ ଲଗାଯାଇଥିବା ସର୍ବାଧିକ ଟାରିଫ୍। ଏହା ବ୍ୟତୀତ, ୨୫ ସେପ୍ଟେମ୍ବରରେ ଟ୍ରମ୍ପ ଭାରତୀୟ ଔଷଧ କ୍ଷେତ୍ର ଉପରେ ୧୦୦% ଟାରିଫ୍ ଲଗାଇଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଟାରିଫକୁ ବ୍ୟାପକ ଭାବେ ଭାରତର ସ୍ୱାଧୀନ ବିଦେଶୀ ନୀତି ପାଇଁ ଏକ ଦଣ୍ଡ ଭାବେ ଦେଖାଯାଉଛି।
ALSO READ https://purvapaksa.com/mahatma-gandhi-son-love-with-a-muslim-girl/
mahatma gandhi son love with a muslim girl ।। ଗାନ୍ଧୀଙ୍କ ପୁଅଙ୍କ ମୁସଲିମ ପ୍ରେମ
