ଭାରତର ଡିଜିଟାଲ୍ ମେସେଜିଂ ବଜାରରେ ବର୍ତ୍ତମାନ ଦୁଇଟି ବଡ଼ ନାମ ଚର୍ଚ୍ଚାରେ ରହିଛି ପ୍ରଥମ ହ୍ୱାଟସ୍ ଆପ୍ ଓ ଦ୍ୱିତୀୟର ନାମ ହେଉଛି ଅରଟ୍ଟୈ । ମେଟାର ହ୍ୱାଟସ୍ ଆପ୍କୁ ବିଶ୍ୱର ୩ ବିଲିୟନର ଅଧିକ ୟୁଜର ବ୍ୟବହାର କରୁଛନ୍ତି। ୩ଶହ କୋଟି ୟୁଜର ସହିତ ଏହା ଇନଷ୍ଟାଣ୍ଟ୍ ମେସେଜିଂ ଦୁନିଆରେ ଏକ ନମ୍ବର ସ୍ଥାନରେ ଅଛି । ଅନ୍ୟପକ୍ଷରେ ଭାରତୀୟ କମ୍ପାନୀ ଜୋହୋର ଦେଶୀ ଆପ୍ ଅରଟ୍ଟୈ ଭାରତରେ ଧୂମ୍ ମଚାଉଛି ଓ ଆପ୍ ଷ୍ଟୋର ସୋସିଆଲ୍ ନେଟୱର୍କିଂ କ୍ୟାଟେଗୋରୀରେ ନମ୍ବର୍ ୧ରେ ପହଞ୍ଚିଛି। ଏହି ଆପ୍କୁ ୩ ଦିନରେ ୧୦୦ ଗୁଣାଧିକ ଏନଗେଜମେଣ୍ଟ ମିଳିଛି। ପ୍ରଶ୍ନ ହେଉଛି ଫିଚର୍, ପ୍ରାଇଭେସି ଓ ବିଜନେସ୍ ଟୁଲଗୁଡ଼ିକରେ କ୍ଷେତ୍ରରେ କେଉଁଟି ଅଧିକ ଦମଦାର ମେସେଜିଂ ଆପ୍?
ହ୍ୱାଟସଆପ୍ ବନାମ ଅରଟ୍ଟୈ
ହ୍ୱାଟସଆପ୍ ମେଟା ଅଧୀନରେ ଥିବା ବିଶ୍ୱସ୍ତରୀୟ ଆପ୍ ଯାହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିସନ ଓ ଶକ୍ତିଶାଳୀ ଫିଚର୍ସଗୁଡ଼ିକ ପାଇଁ ଜଣାଶୁଣା। ଅନ୍ୟପକ୍ଷରେ, ଅରଟ୍ଟୈ, ଜୋହ ଦ୍ୱାରା ନିର୍ମିତ ଏକ ମେଡ୍-ଇନ୍-ଇଣ୍ଡିଆ ଆପ୍, ଯାହାର ନାମ ତାମିଲ ଶବ୍ଦ “ଅରଟ୍ଟୈ” ଅର୍ଥାତ୍ “କେଜୁୟାଲ୍ ଚାଟ୍”ରୁ ନେଇଛି। ଏହାକୁ ବିଶେଷଭାବେ ଭାରତର “ଆତ୍ମନିର୍ଭର ଭାରତ” ଉଦ୍ୟୋଗକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି ଓ ଏଥିରେ ଅନେକ ଆଞ୍ଚଳିକ ଭାଷାର ସପୋର୍ଟ୍ ରହିଛି।
ମେସେଜିଂ ଓ ଭାଷା ସପୋର୍ଟ୍
ଅରଟ୍ଟୈ ହାଲକା ଇଣ୍ଟରଫେସ୍ ଓ ଭାରତୀୟ ଭାଷାଗୁଡ଼ିକ ଯେମିତି ତାମିଲ, ତେଲୁଗୁ ଆଦିରେ ମଜବୁତ ସପୋର୍ଟ୍ ସହ ଆସେ। ଏହା ବ୍ୟତୀତ ଜାପାନୀ, ରୁଷ୍ ଓ ତୁର୍କୀ ଭଳି ମୋଟ ୧୬ଟି ଭାଷାର ସପୋର୍ଟ୍ ରହିଛି। ଏହା କମ୍ ଷ୍ଟୋରେଜ୍ ଓ ଧୀର ନେଟୱର୍କରେ ମଧ୍ୟ ସହଜରେ ଚାଲେ। ହ୍ୱାଟସ୍ ଆପ୍ ଗ୍ଲୋବାଲ୍ ସ୍ତରରେ ମଜବୁତ ମେସେଜିଂ ଏକ୍ସପିରିୟେନ୍ସ ଦିଏ ଓ ବଡ଼ ଭାରତୀୟ ଭାଷାଗୁଡ଼ିକୁ ମଧ୍ୟ ସପୋର୍ଟ୍ କରେ, ଯଦିଓ ଏହା ଅଧିକ ଇଉନିଭର୍ସାଲ୍ ଅଡିୟେନ୍ସ କେନ୍ଦ୍ରୀଭୂତ ଓ ୬୦ରୁ ଅଧିକ ଭାଷାକୁ ସପୋର୍ଟ୍ କରେ। ମେସେଜିଂ ଆପ୍ର କ୍ଷେତ୍ରରେ ହ୍ୱାଟସ୍ ଆପ୍ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହୁଏ।
ପ୍ରାଇଭେସି ଓ ସିକ୍ୟୁରିଟି
ହ୍ୱାଟସ୍ ଆପ୍ ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିସନ ସହ ସମସ୍ତ ଚାଟ୍, କଲ୍ ଓ ମିଡିଆକୁ ସୁରକ୍ଷିତ କରେ। ଯଦିଓ ମେଟାର ଡେଟା-ଡ୍ରିଭେନ୍ ବିଜନେସ୍ ମଡେଲକୁ ନେଇ ୟୁଜରଙ୍କ ଚିନ୍ତା ରହିଛି। ଅନ୍ୟପକ୍ଷରେ ଅରଟ୍ଟୈ ଭଏସ୍ ଓ ଭିଡିଓ କଲ୍ ପାଇଁ ଏନକ୍ରିପସନ ଦିଏ କିନ୍ତୁ ଟେକ୍ସଟ୍ ମେସେଜ୍ ସମ୍ପୂର୍ଣ୍ଣ ଏନକ୍ରିପଟେଡ ନୁହେଁ। ତଥାପି, ଏହାର ଭାରତ-ଆଧାରିତ ସର୍ଭର୍ ଓ ଜୋହର ଡେଟାକୁ ବିଜ୍ଞାପନରେ ବ୍ୟବହାର ନ କରିବା ନୀତି ଏହାକୁ ଅଲଗା କରେ।
କଲିଂ ଓ ଗ୍ରୁପ୍ ଚାଟ୍ଗୁଡ଼ିକ
ଅରଟ୍ଟୈ ହାଇ-ଡେଫିନିସନ୍ କଲିଂ ସୁବିଧା ଦିଏ ଯାହା ନିମ୍ନ ନେଟୱର୍କରେ ମଧ୍ୟ ସହଜରେ ଚାଲିଥାଏ । ଏଥିରେ ୧୦୦୦ ସଦସ୍ୟ ପର୍ଯ୍ୟନ୍ତର ଗ୍ରୁପ୍ ଚାଟ୍ ଓ ଚ୍ୟାନେଲ୍ ସପୋର୍ଟ୍ ରହିଛି। ଅନ୍ୟପକ୍ଷରେ ହ୍ୱାଟସ୍ ଆପ୍ କଲିଂରେ ସ୍ଥିର ଓ ୧୦୨୪ ପର୍ଯ୍ୟନ୍ତର ଗ୍ରୁପ୍ ଚାଟ୍ ସହ ଏଡମିନ୍ କଣ୍ଟ୍ରୋଲ୍ ଓ ମେସେଜକୁ ପିନ୍ କରିବା ଭଳି ଫିଚର୍ସଗୁଡ଼ିକ ଦିଏ।
ଫାଇଲ୍ ସେୟାରିଂ ଓ ଷ୍ଟୋରିଂ ଅରଟ୍ଟୈରେ ୧ଜିବି ପର୍ଯ୍ୟନ୍ତର ଫାଇଲଗୁଡ଼ିକୁ ସେୟାର୍ କରାଯାଇପାରେ ଯେତେବେଳେ ହ୍ୱାଟସଆପ ୨ଜିବି ପର୍ଯ୍ୟନ୍ତର ଫାଇଲ୍ ସେୟାରିଂ ସୁବିଧା ଦିଏ। ହ୍ୱାଟସ୍ ଆପରେ “ଷ୍ଟେଟସ୍” ଫିଚର୍ ମିଳିଥାଏ,ଯେତେବେଳେ କି ଅରଟ୍ଟୈରେ ଷ୍ଟୋରି ଫିଚର୍ ମିଳେ।
ପ୍ରୋଡକ୍ଟିଭିଟି ଓ ବିଜନେସ୍ ଟୁଲ୍ଗୁଡ଼ିକ
ଅରଟ୍ଟୈର “ପକେଟ୍” ଫିଚର୍ ସେଲ୍ଫ୍-ଷ୍ଟୋରେଜ୍ ପାଇଁ ବିଶେଷ, ଯେଉଁଥିରେ ଫଟୋ, ନୋଟ୍ଗୁଡ଼ିକ ଓ ଫାଇଲଗୁଡ଼ିକ ସେଭ୍ କରାଯାଇପାରେ। ଏହା ବ୍ୟତୀତ ଏଥିରେ ମିଟିଂ ସ୍କେଡ୍ୟୁଲିଂ ସେକ୍ସନ୍ ମଧ୍ୟ ରହିଛି। ହ୍ୱାଟସଆପ “ଚାଚ୍ ୱିଥ୍ ଇୟୋସେଲ୍ଫ” ଫିଚର୍ ଲିଙ୍କ୍, ଫଟୋ ଓ ଟାସ୍କ୍ ସେଭ୍ କରିବାକୁ ଦିଏ। ହ୍ୱାଟସଆପର ପ୍ଲାଟ୍ଫର୍ମ ପେମେଣ୍ଟଗୁଡ଼ିକ, କ୍ୟାଟାଲଗ୍ ଓ ମେଟା ଇଣ୍ଟିଗ୍ରେସନ୍ ଭଳି ସୁବିଧାଗୁଡ଼ିକ ସହ ସଜ୍ଜିତ, କିନ୍ତୁ ଏଥିରେ ମିଟିଂ ସ୍କେଡ୍ୟୁଲିଂର ଅଭାବ ରହିଛି।
ପର୍ଫର୍ମେନ୍ସ୍ ଓ ୟୁଜର୍ ଏକ୍ସପିରିୟେନ୍ସ
ଅରଟ୍ଟୈ ସମ୍ପୂର୍ଣ୍ଣ ବିଜ୍ଞାପନ-ଫ୍ରି ଓ ଲୋ-ଏଣ୍ଡ୍ ଡିଭାଇସରେ ମଧ୍ୟ ସହଜରେ ଚାଲେ। ଏହା ଗ୍ରାମ୍ୟ ଓ ବଜେଟ୍ ଇଉଜରମାନଙ୍କ ପାଇଁ ଭଲ ହୋଇପାରେ। ହ୍ୱାଟସ୍ ଆପ୍ ଫିଚର୍-ରିଚ୍ ଆପ୍ ହେଉଛି କିନ୍ତୁ ପୁରୁଣା କିମ୍ବା ଧୀର ଡିଭାଇସରେ ଏହା ଧିରଗତିରେ ଚାଲିଥାଏ । ଏହା ବ୍ୟତୀତ ଏହାର ଆପ୍ ଷ୍ଟୋରେଜ୍ ସାଇଜ୍ ମଧ୍ୟ ଅଧିକ।
ALSO READ https://purvapaksa.com/the-story-of-two-goddesses-whose-mounts-are-donkeys/
The story of two goddesses, whose mounts are donkeys ।। ଦୁଇ ଦେବୀଙ୍କ କାହାଣୀ,ଯାହାଙ୍କ ବାହନ ଗଧ
