ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁକ୍ଳ ଛାଟ ମଧ୍ୟରେ ବିଶ୍ବବ୍ୟପୀ ସେୟାର ବଜାରଗୁଡ଼ିକ ଧରାସାୟୀ ଅବସ୍ଥାରେ। ଗତ ସପ୍ତାହର ଅନ୍ତିମ କାରବାର ଦିବସରେ ଆମେରିକା ଷ୍ଟକ୍ ବଜାରରେ ବଡ଼ ପତନ ଦେଖିବାକୁ ମିଳିଥିଲା। ସୋମବାର ଜାପାନ ସମେତ ଅନ୍ୟ ଏସୀୟ ବଜାରଗୁଡ଼ିକ ଧୀମା ରହିଛି ।
ବିଶ୍ୱର ଶ୍ରେଷ୍ଠ-୧୦ ୧୦୦ ଅରବପତିଙ୍କ ସମ୍ପତ୍ତିରେ ଦେଖିବାକୁ ମିଳିଛି ସୁନାମୀ। ଗତ ୨୪ ଘଣ୍ଟାରେ ଜେଫ୍ ବେଜୋସ୍ ସମ୍ପତ୍ତିରେ ୧୭ ବିଲିୟନ ଡଲାରରୁ ଅଧିକ ବା ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କା ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ହରାଇଛନ୍ତି ୪ ବିଲିୟନ ଡଲାର ବା ପ୍ରାୟ ୩୪,୦୦୦ କୋଟି ଟଙ୍କା।

ବ୍ଳୁମ୍ବର୍ଗ ଅରବପତି ସୂଚକାଙ୍କର ସଂଶୋଧିତ ତଥ୍ୟକୁ ଦେଖିଲେ ବିଶ୍ବର ଶୀର୍ଷ ୧୦ ମହାଧନୀଙ୍କ ସମ୍ପତ୍ତିରେ ବୃହତ୍ ହ୍ରାସ ଦେଖିବାକୁ ମିଳିଛି। ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କଠାରୁ ଆରମ୍ଭ କରି ଦଶମ ବୃହତ୍ ଧନୀ ୱାରେନ୍ ବଫେଙ୍କ ନେଟ୍ ସମ୍ପତ୍ତି ଖସିଛି। ସବୁଠାରୁ ଅଧିକ ଝଟ୍କା ଲାଗିଛି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ଙ୍କୁ । ତାଙ୍କ ନେଟ୍ ସମ୍ପରି ୧୭.୨ ବିଲିୟନ ଡଲାର ହ୍ରାସ ୨୩୭ ବିଲିୟନ ଡଲାରକୁ ଖସିଆସିଛି। ଏଥିସହ ବିଶ୍ଵ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ବେଜୋସ ।
ବିଶ୍ଵର ଦ୍ଵିତୀୟ ବୃହତ୍ ଧନି ଲ୍ୟାରୀ ଏଲିସନ୍ଙ୍କ ସମ୍ପରିରେ ୯.୯୪ ବିଲିୟନ ଡଲାର (୮୬,୮୩୦ କୋଟି ଟଙ୍କାରୁ ଅଧିକ) ହ୍ରାସ ଘଟିଛି। ଫଳରେ ତାଙ୍କର ନେଟ୍ ସମ୍ପରି ୨୯୫ ବିଲିୟନ ଡଲାରକୁ ଖସିଆସିଛି ।
ତୃତୀୟ ବୃହତ୍ ଧନୀ ତଥା ମେଟା ଫେସ୍ବୁକ୍ର ମାର୍କ ଜୁଙ୍କରବର୍ଗଙ୍କ ନେଟ୍ ସମ୍ପରି ୮.୦୮ ବିଲିୟନ ଡଲାର (ପ୍ରାୟ ୭୦, ୬୩୬ କୋଟି ଟଙ୍କାରୁ ଅଧିକ) ହ୍ରାସ ଘଟି ୨୬୩ ବିଲିୟନ ଡଲାରକୁ ଖସି ଆସିଛି। ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ନେଟ୍ ସମ୍ପର୍କରେ ୪,୦୩ ବିଲିୟନ ଡଲାର ହ୍ରାସ ଘଟି ୩୫୨ ବିଲିୟନ ଡଲାରକୁ ଖସିଆସିଛି । ଏଥିସହିତ ଚଳିତବର୍ଷ ୮୦ ବିଲିୟନ ଡଲାର ସମ୍ପରି ହରାଇଛନ୍ତି ମସ୍କ।
)
ଅନ୍ୟ ଅରବପତିଙ୍କ ମଧ୍ୟରେ ଷ୍ଟିର ବାଲ୍ମାର୍ଙ୍କ ସମ୍ପତ୍ତି ୩,୦୨ ବିଲିୟନ ଡଲାର ଖସି ୧୮୦ ବିଲିୟନ ଡଲାରକୁ ଆସିଛି। ଲ୍ୟାରି ପେଜଙ୍କ ସମ୍ପତ୍ତି ୨.୩୧ ବିଲିୟନ ଡଲାର ଖସି ୧୭୦ ବିଲିୟନ ଡଲାର ହୋଇଛି । ସର୍ଗୀ ବ୍ରିନଙ୍କ ନେଟ୍ ସମ୍ପତ୍ତି ୨.୧୮ ବିଲିୟନ ଡଲାର, ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଟଙ୍କ ନେଟ୍ ସମ୍ପରି ୯୨୮ ନିୟୁତ ଡଲାର, ଜେନ୍ସେନ୍ ହୁଆଙ୍ଗଙ୍କ ୩.୬୦ ବିଲିୟନ ଡଲାର ଏବଂ ଓ୍ବାରେନ୍ ବଫେଙ୍କ ନେଟ୍ ସମ୍ପରି ୮୯୬ ନିୟୁତ ଡଲାର ହ୍ରାସ ଘଟିଛି। ଏମାନଙ୍କ ନେଟ୍ ସମ୍ପତ୍ତି ଯଥାକ୍ରମେ ୧୫୯ ବିଲିୟନ ଡଲାର, ୧୫୨ ବିଲିୟନ ଡଲାର,୧୫୧ ବିଲିୟନ ଡଲାର, ୧୪୩ ବିଲିୟନ ଡଲାର ଡଲାରକୁ ଖସି ଆସିଛି।
ପୂର୍ବରୁ ଶୀର୍ଷ ୧୦ ଧନୀ ତାଲିକାରେ ରହିଆସିଥିବା ବିଲ୍ ଗେଟ୍ସ କିଛି ସମୟ ହେବ ତାଲିକାରେ ବାହାରେ ରହି ଆସୁଛନ୍ତି। ଗତ ୨୪ ଘଣ୍ଟାରେ ତାଙ୍କ ସମ୍ପଭିରେ ୧.୦୯ ବିଲିୟନ ଡଲାର ହ୍ରାସ ଘଟିଛି। ଫଳରେ ଏହା ୧୨୨ ବିଲିୟନ ଡଲାରକୁ ଖସିଆସିଛି।
ଭାରତୀୟ ଧନୀମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁକେଶ ଅମ୍ମାନିଙ୍କ ନେଟ୍ ସମ୍ପରି ୩୦୬ ନିୟୁତ ଡଲାର ବଢ଼ି ୧୦୦ ବିଲିୟନ ହୋଇଛି। ସେ ବିଶ୍ଵ ଧନୀ ତାଲିକାରେ ୧୭ ତମ ସ୍ଥାନରେ ଅଛନ୍ତି। ସେହିଭଳି ୨୧ ନମ୍ବରରେ ଥିବା ଉଦ୍ୟୋଗପତି ଗୌତମ ଆଦାନିଙ୍କ ନେଟ୍ ସମ୍ପରି ୨.୧୪ ବିଲିୟନ ଡଲାର ଖସିଛି । ଫଳରେ ଏହା ୭୬.୫ ବିଲିୟନ ଡଲାରକୁ ଆସିଯାଇଛି।
ALSO READ https://purvapaksa.com/odisha-to-form-task-force-for-bcppr-corridor-development/


