ବଢୁଛି ରାଜଧାନୀ ସହର । ରାଜଧାନୀ ସହରର ପରିସୀମା ବୃଦ୍ଧି ସାଙ୍ଗକୁ ଉପକଣ୍ଠରେ ଥିବା ଚାଷଜମିଠାରୁ ଆରମ୍ଭ କରି ଜଙ୍ଗଲ ଉପରେ ଗୋଟିଏ ପରେ ଗୋଟିଏ ଜନବସତି ଗଢ଼ି ଉଠିଛି । ଏହିକ୍ରମରେ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ଆମ୍ବ, ପଣସ, ଜାମୁ, ଆକାଶିଆ ତୋଟାମାନ ଥିଲା। କିନ୍ତୁ ସମୟକ୍ରମ ଏସବୁ ତୋଟା ବଦଳରେ ଏବେ ଗଢ଼ି ଉଠିଛି ବଡ଼ବଡ଼ ଆପାର୍ଟମେଣ୍ଟ ସହ ଘରଦ୍ୱାରା ଏବଂ ଶିକ୍ଷାନୁଷ୍ଠାନ । ଫଳରେ ତୋଟା ଏବଂ ଜଙ୍ଗଲ କ୍ରମେ ହ୍ରାସ ପାଇବାରେ ଲାଗିଛି ।
ଆଜକୁ ଦୀର୍ଘ ୩୦ ବର୍ଷ ତଳର ସ୍ଥିତିକୁ ଅନୁଧ୍ୟାନ କଲେ ରାଜଧାନୀ ଉପକଣ୍ଠସ୍ଥତ, ମଦନପୁର, ବଡ଼ରଘୁନାଥପୁର, କାଇମାଟିଆ, ଦେଉଳିଆପାଟଣା, ପାଇକରାପୁର, ମଳିପଡା, ଘାଟିକିଆ, ନୂଆଗାଁ, ଶାମପୁର ଆଦି ଅଞ୍ଚଳରେ ଛୋଟବଡ଼ ହୋଇ ଦେଢ଼ଶହରୁ ଅଧିକ ତୋଟା ରହିଥିଲା । ଯଦିବା ସେଥି ମଧ୍ୟରେ ଜାମୁ ଓ କାଜୁ ତୋଟା ରହିଥିଲା କିନ୍ତୁ ଅଧିକାଂଶ ଥିଲା ଆମ୍ବ ଓ ପଣସ।
ସେଥିମଧ୍ୟରୁ ବଡ଼ରଘୁନାଥପୁର ଗ୍ରାମରେ ଚମ୍ପେଇ ତୋଟା, ଜେନା ତୋଟା, ହଳଦୀବାରି ତୋଟା, ସାମନ୍ତରାୟ ତୋଟା, ଫଟେଇ ତୋଟା, ଭୂୟାଁ ତୋଟା, କଦଳିଆ ତୋଟା, ମୂଷା ଚେତେଇ ତୋଟା, କୁରାଡ଼ିଆ ତୋଟା, ମରିଚିପାଣିଆ ତୋଟା, ବେଲ ପତରିଆ ତୋଟା, ନାଚେଇ ତୋଟା ଆଦି ୧୫ରୁ ଅଧୂଳ ତୋଟା ରହିଥିଲା,ଯେଉଁଠାରେ ଅଧିକାଂଶ ଆମ୍ବ ଓ ପଣସ ଗଛ ରହିଥିଲା। ସେହିଭଳି ମଦନପୁର ଗ୍ରାମରେ ପଟ୍ଟନାୟଳ, ସୁନ୍ଦରରାୟ ତୋଟା, ଚମ୍ପତି ତୋଟା ରହିଥିବା ବେଳେ ଦେଉଳିଆ ପାଟଣାରେ ମହାଜନସାହି ତୋଟା ଏବଂ କପିଳ ସାହୁ ତୋଟା ଦୁଇଟି ବଡ଼ ତୋଟା ତୋଟା ସମେତ ୪ରୁ ୫ଟି ତୋଟା ଭଳିଥିଲା ।
କାଇମାଟିଆ ଗ୍ରାମରେ ଦଳବେହେରା ତୋଟା, ପାଇକରାପୁର ଗ୍ରାମରେ ମଙ୍ଗରାଜ ତୋଟା, ହାଡତୋଟା,
ଅଠରଭରିଆ ତୋଟା ଭଳି ୧୦ରୁ ଅଧିକ ତୋଟା ଉଳିଥିଲା। କେବଳ ପାଇକରାପୁର, ମଦନପୁର, ବଡ଼ରଘୁନାଥପୁର କି କାଇମାଟିଆ ନୁହେଁ ମଳିପଡ଼ା, ଗୋଠପାଟଣା, ମେଣ୍ଢାଶାଳଠାରୁ ଆରମ୍ଭ କରି ଛତାବର, ଅରିସଲ, ଅନ୍ଧାରୁଆ ପର୍ଯ୍ୟନ୍ତ ଉପକଣ୍ଠ ପ୍ରତ୍ୟେକ ଗାଁରେ ମାଳମାଳ ଆମ୍ବ ପଣସ ତୋଟା ରହିଥିଲା। ଯେଉଁଠାରେ ପ୍ରଚୁର ପରିମାଣ ଆମ୍ବ ଓ ପଣସ ଗଛ ରହିଥିଲା। ଏହା ଉପକଣ୍ଠର ପରିବେଶ ସୁରକ୍ଷା ରଖିବା ସହ ସବୁଜ ପରିବେଶ ସୃଷ୍ଟିରେ ସହଯୋଗୀ ହୋଇଥଲା। ଏହିସବୁ ଗ୍ରାମରେ ଥିବା ତୋଟାରୁ ପ୍ରଚୁର ପରିମାଣର ଆମ୍ବ, ପଣସ ସଂଗ୍ରହ କରି ଲୋକେ ନିଜେ ଖାଇବା ସହ ଅନେକ ଲୋକେ ବାହାରେ ବିକ୍ରି କରୁଥିଲେ। ଅନେକ ଏହାକୁ ପେସା କରି ପରିବାର ପ୍ରତିପୋଷଣ କରୁଥିଲେ ।
କିନ୍ତୁ ସମୟ କ୍ରମେ ଗତ ୨୫ରୁ୩୦ ବର୍ଷ ମଧ୍ୟରେ ରାଜଧାନୀ ସହର ମାଡ଼ିଯିବା ଫଳରେ ଏସବୁ ତୋଟାଗୁଡ଼ିକ ବିଭିନ୍ନ ଲୋକଙ୍କୁ ବିକ୍ରି କରି ଦିଆଗଲା। ଅନେକ ତୋଟା ସ୍ଥାନରେ ଘରମାନ ଗଢ଼ି ଉଠିଲା। ଏବେ ପ୍ରାୟ ଅଧିକାଂଶ ତୋଟାରେ ମାଳମାଳ କୋଠା ତଥା ଆପାର୍ଟମେଣ୍ଟମାନ ଗଢ଼ି ଉଠିଛି। ଏକଦା ଗାଡ଼ିଗାଡ଼ି ଆମ୍ବ, ପଣସ ଉତ୍ପାଦନ ହେଉଥିବା ଏହି ଅଞ୍ଚଳ ଲୋକେ ଏବେ ଆମ୍ବ କସିଟିଏ ପାଇବା କାଠିକର ବ୍ୟାପାର ହୋଇଯାଇଛି। ଉପକଣ୍ଠ ଞ୍ଚଳବାସୀ ଆମ୍ବ ପଣସ ପାଇଁ ଭୁବନେଶ୍ବର ସହର ଉପରେ ନିର୍ଭର କରୁଛନ୍ତି । ଯଦିବା କାଁ ଭାଁ ଆମ୍ବଗଛ କି ପଣସ ଗଛ ରହିଛି, ସେତିକି ପରିମାଣର ଫଳ ଉତ୍ପାଦନ ହେଉନାହିଁ । ବାହାରେ ବିକିବା ତ ପରର କଥା ଲୋକେ ନିଜେ ଖାଇବାକୁ ପାଉ ନାହାନ୍ତି।
Also Readhttps://purvapaksa.com/3-probable-frontrunners-in-vice-president-race-after-dhankhar/


