ଅପରେସନ୍ ସିନ୍ଦୂର ଏବଂ ଅପରେସନ୍ ମିଡନାଇଟ୍ ହାମର ମଧ୍ୟରେ ସମୟ ବ୍ୟବଧାନ ୪୭ ଦିନ ଥିଲା। ତଥାପି, ଭାରତର ସାହସୀ ଟେଲିଭିଜନ ନ୍ୟୁଜ୍ ଆଙ୍କର ଏବଂ ରିପୋର୍ଟରମାନଙ୍କୁ ଗୋଟିଏରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ମାତ୍ର କିଛି ସେକେଣ୍ଡ ଲାଗିଥିଲା। ଗୋଟିଏ ମୁହୂର୍ତ୍ତରେ, ସେମାନେ ଭାରତ ଦ୍ୱାରା ଡ୍ରୋନ୍ ଆଉ ମିସାଇଲ ମାଡରେ ଆଲୋକିତ ହୋଇଥିବା ପାକିସ୍ତାନର ରାତିର ଆକାଶକୁ ଇଙ୍ଗିତକରିଥିଲେ ତ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ଇରାନର ଫୋର୍ଡୋ ଉପର ଆକାଶକୁ ବ୍ୟାଖ୍ୟା କରିଥିଲେ, ଯାହା ହଠାତ୍ ଆମେରିକୀୟ GBU-57 “ବଙ୍କର୍ ବୁଷ୍ଟର୍” ବୋମାର ଧୂଆଁରେ ଘେରି ରହିଥିଲା।
ଗୋଟିଏ ମୁହୂର୍ତ୍ତରେ, ଭାରତୀୟ ଟିଭି ଆଙ୍କରମାନେ ରାଫାଲ୍, ସୁଖୋଇ Su-30MKI ଏବଂ ମିରାଜ 2000 ଲଢ଼ୁଆ ବିମାନର ସଠିକତାକୁ ପ୍ରଶଂସା କରିବାକୁ କହୁଛନ୍ତି, ଯାହାକି ଭାରତୀୟ ବାୟୁସେନା ପାକିସ୍ତାନର ବାୟୁସେନା ଘାଟିଗୁଡ଼ିକୁ “ଧ୍ୱଂସ” କରୁଥିଲା; ପରଦିନ, ଆମେ ଇରାନର ପରମାଣୁ ଆଡ୍ଡା ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ଆମେରିକୀୟ ବାୟୁସେନାର B-2 ଗୁପ୍ତ ବୋମାବର୍ଷୀଙ୍କ ଆଶ୍ଚର୍ଯ୍ୟଜନକ ସଠି ଉଡାଣଙ୍କୁ ଚର୍ଚ୍ଚା କରିଛି – ଧମାକା ଆଉ ଧମାକା। କେବଳ ଖବର ନୁହେଁ ବିଭିନ୍ନ ଚ୍ଯାନେଲର ଭାଷା ମଧ୍ୟ ସମାନ ଥିଲା।
ହଠାତ୍, ଭାରତୀୟ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଅପରେସନ୍ ସିନ୍ଦୁର ଘୋଷଣା କଲେ: ପାକିସ୍ତାନକୁ “ଚକନାଚୁର” ମନେ ଅଛି କି (ଏବିପି ନ୍ୟୁଜ୍)? ନା, “ନା ସେ କହିଲେ ନା ସେ ଛାଡିଲେ, ସେ ଘରେ ପଶି ମାରିଲେ” (ଜି ନ୍ୟୁଜ୍)? ସମାନ ସପ୍ତାହରେ, ଇରାନୀ ପରମାଣୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଆମେରିକାର ଅପରେସନ୍ ମିଡନାଇଟ୍ ହାମର୍ ପାଇଁ, ଟାଇମ୍ସ ନାଓ ଲେଖିଥିଲା, “ଫ୍ୟୁରି ଇନ୍ ମୋସନ୍।” ଟିଭି୯ ଭାରତବର୍ଷ ପଚାରିଥିଲା, “ଇରାନକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେଲା?”, ଯେତେବେଳେ ଆମେରିକା ପ୍ରଥମେ ଇରାନୀରେ ପ୍ରବେଶ କରିଥିଲା ଏବଂ ତିନୋଟି ସ୍ଥାନକୁ ଗୁରୁତର ଭାବରେ କ୍ଷତିଗ୍ରସ୍ତ କରିଥିଲା। ଇଣ୍ଡିଆ ଟୁଡେ କହିଥିଲା, “ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି।” ରିପବ୍ଲିକ୍ ଟିଭି ଲେଖିଥିଲା, “ଭାରତ ପାକିସ୍ତାନ ଉପରେ କଠୋର ଆକ୍ରମଣ କରିଛି।” ଆଜ ତକ୍ କହିଲା, “ଆମେରିକା ଇରାନ ଉପରେ ଆକ୍ରମଣ କରିଛି।” ସିଏନଏନ ନ୍ୟୁଜ ୧୮ କହିଲା, “ଆମେରିକା ଇରାନ ଉପରେ ଆକ୍ରମଣ କରିଛି।”
ମଇ ମାସରେ, ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ରୁଷିଆନ୍ S-400କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ସ୍ୱଦେଶୀ ଭାବରେ ବିକଶିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ନେଇ ଗଠିତ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଉତ୍ସବପାଳନ କରିଥିଲା - ପାକିସ୍ତାନ ସହିତ ଯୁଦ୍ଧବିରତି ପରେ ଆଦମପୁର ଏୟାରବେସରେ S-400 ସାମ୍ନାରେ ଠିଆ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଶ୍ୟ ମନେ ଅଛି? ଜୁନ୍ ୧୩ ତାରିଖରୁ, ଯେତେବେଳେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲା ଏବଂ ଇରାନ ତେଲ ଅଭିଭ ଏବଂ ଇସ୍ରାଏଲର ଅନ୍ୟାନ୍ୟ ସ୍ଥାନରେ ବିମାନ ଆକ୍ରମଣ କରି ଜବାବ ଦେଲା, ଭାରତୀୟ ଟେଲିଭିଜନ ଇସ୍ରାଏଲର ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ପ୍ରଣାଳୀକୁ ଆଶ୍ଚର୍ଯ୍ୟ କର କହିଥିଲେ। ଦର୍ଶକଙ୍କୁ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ଅସଂଖ୍ୟ ଏଆଇ ଏବଂ କମ୍ପ୍ୟୁଟର-ଜେନେରେଟେଡ୍ ଚିତ୍ର ଦେଖାଯାଇଛି। ଭିନ୍ନ ଯୁଦ୍ଧ, ସମାନ ଭାଷାର ମିଳନ ଏଠାରେ ଶେଷ ହୁଏ ନାହିଁ। ଏପ୍ରିଲ ମାସରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ଟେଲିଭିଜନ ରିପୋର୍ଟର ଏବଂ ଆଙ୍କରମାନେ ଯୁଦ୍ଧ ପାଇଁ ଡାକ ଦେଉଛନ୍ତି। ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟା ଉପରେ ଭୟ ଏବଂ କ୍ରୋଧର ସେହି ପ୍ରାରମ୍ଭିକ ଦିନଗୁଡ଼ିକରେ, ନ୍ୟୁଜ୍ ଆଙ୍କରମାନେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଦାବି କରିଥିଲେ। ଟିଭି୯ ରେ, ୨୦୨୨ ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସେମାନେ ‘ଯୁଦ୍ଧ କ୍ଷେତ୍ରରେ’ ଅଛନ୍ତି। ସେହିପରି ଇଣ୍ଡିଆ ଟିଭିରେ, ସେମାନେ ଏବେ ବି ସେହି ‘ଯୁଦ୍ଧ କୋଠରୀ’ରେ ଅଛନ୍ତି ଯାହାକୁ ସେମାନେ ଅପରେସନ୍ ସିନ୍ଦୂର ପାଇଁ ବ୍ୟବହାର କରିଥିଲେ।
ମଇ ମାସରେ ଯେତେବେଳେ ପାକିସ୍ତାନ ଡ୍ରୋନ୍ ଆକ୍ରମଣ ସହିତ ପ୍ରତିଶୋଧ ନେଇଥିଲା, ସେତେବେଳେ ଯେଉଁମାନେ କାଶ୍ମୀର, ପଞ୍ଜାବ, ଗୁଜରାଟ ଏବଂ ରାଜସ୍ଥାନକୁ ଖବର ସଂଗ୍ରହ ପାଇଁ ଯିବା ପୂର୍ବରୁ ସେମାନଙ୍କର ସୁରକ୍ଷା ପୋଷାକ ପିନ୍ଧିଥିଲେ, ସେହି ଗିଅର୍ ପ୍ୟାକ୍ କରି ଜୁନ୍ ମାସରେ ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ଅବତରଣ କରିଥିଲେ। ହେଲମେଟ୍ ପିନ୍ଧି, ଭାରତର ଟିଭି ଖବର ରିପୋର୍ଟରମାନେ ଅଗଣିତ କ୍ଷତିଗ୍ରସ୍ତ କୋଠା ପରିଦର୍ଶନ କରିଥିଲେ ଯେତେବେଳେ ଇରାନ ଡ୍ରୋନ୍ ଆକ୍ରମଣ ମାଧ୍ୟମରେ “ଇସ୍ରାଏଲରେ ବ୍ୟାପକ ଧ୍ୱଂସ ଘଟାଇଲା” (ସିଏନଏନ ଇଣ୍ଟରନ୍ୟାସନାଲ)।
ସେମାନେ ରାସ୍ତା ଉପରେ ଠିଆ ହୋଇ ସର୍ବଶେଷ ଘଟଣାବଳୀ ପ୍ରସାରଣ କରୁଥିଲେ, ଯେତେବେଳେ ଘରେ ଟିଭି ଷ୍ଟୁଡିଓରେ ଆଙ୍କରମାନେ ସେମାନଙ୍କୁ “ସାବଧାନ ରହିବା” ପାଇଁ ଚେତାବନୀ ଦେଇ ଚାଲିଥିଲେ – ଯେପରି ସେମାନେ ଅପରେସନ୍ ସିନ୍ଦୂର ସମୟରେ କାଶ୍ମୀରରେ ସେମାନଙ୍କର ରିପୋର୍ଟରମାନଙ୍କ ସହିତ କରିଥିଲେ। ତଥାପି, କଭରେଜରେ ଦୁଇଟି ବଡ଼ ପାର୍ଥକ୍ୟ ଥିଲା; ଇସ୍ରାଏଲରେ, ଭାରତର ଟିଭି ନ୍ୟୁଜ ଚ୍ୟାନେଲ ରିପୋର୍ଟରମାନେ ନିଜକୁ ବଙ୍କରରେ ଲୁଚେଇ ରଖୁଥିଲେ ଏବଂ ତୁରନ୍ତ ଟୁର୍ ଗାଇଡ୍ ହୋଇଯାଉଥିଲେ। ଜଣେ ଜୀ ନ୍ୟୁଜ ରିପୋର୍ଟର ଲୋକଙ୍କୁ ସିଧା ତେଲ ଅଭିଭରେ ‘ଆଶ୍ରୟ ସ୍ଥଳ 421’କୁ ନେଇଯାଇଥିଲେ। ସିଡ଼ି ଦେଇ ତଳକୁ ଚାଲିବା ସମୟରେ, ସେ କହିଥିଲେ, “ଏହାର ଏକ ବହୁତ ଭାରୀ ଦ୍ୱାର ଅଛି ଯାହା ସ୍ୱୟଂଚାଳିତ ଭାବରେ ଖୋଲିଯାଏ। ଏହି ସ୍ଥାନଟି ପ୍ରଥମେ ୧୯୯୪ ମସିହାରେ ନିର୍ମିତ ହୋଇଥିଲା, ଏବଂ ଏଥିରେ ଅନେକ କୋଠରୀ ଅଛି…” ରିପୋର୍ଟର ଆମକୁ ଏକ ଶୌଚାଳୟ-ରୋଷେଇ ଘର (ହଁ, ସେମାନେ ଏକାଠି ଅଛନ୍ତି) ଏବଂ ଏକ ‘ହଲ୍’ ଦେଖାଇଲେ ଯାହା ପ୍ରାୟ ୨୫୦ ଲୋକଙ୍କୁ ଆଶ୍ରୟ ଦେଇ ପାରିବ।
ବିନା ଗବେଷଣାରେ କେବଳ ଗାଲୁ ଗପ କହିଲେ
ଟିଭିରେ ଦେଖିଥିବା ଦୃଶ୍ୟଗୁଡ଼ିକ, ଯାହାକୁ ଅନେକ ନ୍ୟୁଜ୍ ଚ୍ୟାନେଲ୍ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ବିବେଚନା କରୁଥିଲେ, ତାହା ସାଧାରଣ ଥିଲା। ଲକ୍ଷ୍ୟସ୍ଥଳରେ ବିସ୍ଫୋରଣ ହେଉଥିବା ଡ୍ରୋନ୍ ଏବଂ ବୋମାର ସାଟେଲାଇଟ୍ ଚିତ୍ର; ମାନଚିତ୍ର ଏବଂ ଗ୍ରାଫିକ୍ସ; ତେହେରାନ କିମ୍ବା ତେଲ ଅଭିଭ୍ ଏବଂ ପରେ ବେର୍ଶେବା (ଇସ୍ରାଏଲ)ର କିଛି ଅଂଶ ଧୂଆଁରେ ଉଠିବା। ଚ୍ୟାନେଲଗୁଡ଼ିକ କଭରେଜ୍କୁ ଟିଭି ସ୍କ୍ରିନ୍ର ତଳ ଭାଗକୁ ଜାବୁଡି ଧରିଥିବା ଅଗ୍ନିଶିଖା ଏବଂ ବିସ୍ଫୋରଣର ଶବ୍ଦ, ସାମରିକ ସଙ୍ଗୀତ, ଯାହାକୁ ସେମାନେ ଯୁଦ୍ଧର “ବିଗୁଲ୍” ବୋଲି କହିଥିଲେ କିମ୍ବା ଯେପରି ଏବିପି ନ୍ୟୁଜ୍ କହିଥିଲା, “ତୃତୀୟ ବିଶ୍ୱଯୁଦ୍ଧର ସତର୍କ ଘଣ୍ଟି”।
ସତ କହିବାକୁ ଗଲେ, ଏହି ଚିତ୍ରଗୁଡ଼ିକ ଯେକୌଣସି ଯୁଦ୍ଧର ହୋଇପାରେ – ଏବଂ ଦର୍ଶକମାନେ କିଛି ଜାଣି ନ ଥାଆନ୍ତେ। ଷ୍ଟୁଡିଓରେ, ନ୍ୟୁଜ୍ ଆଙ୍କରମାନେ ନିରନ୍ତର ‘ପ୍ରତିରକ୍ଷା’ କିମ୍ବା ‘ରଣନୈତିକ’ ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରୁଥିଲେ, ଯେଉଁମାନଙ୍କ ମଧ୍ୟରୁ ଅନେକ ଅପରେସନ୍ ସିନ୍ଦୂର ବିଶ୍ଳେଷଣ କରିଥିଲେ। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଯାହାଙ୍କ ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନାହାଁନ୍ତି କିମ୍ବା ତାଙ୍କୁ ଦେଖି ନାହାଁନ୍ତି। ଏହି ଗୋଷ୍ଠୀର ଆଗରେ କିଛି ସାଧାରଣ ସନ୍ଦିଗ୍ଧ ବ୍ୟକ୍ତି ଥିଲେ: ମେଜର ଜେନେରାଲ୍ ଜିଡି ବକ୍ସି (ଅବସରପ୍ରାପ୍ତ), ମେଜର ଜେନେରାଲ୍ ସଞ୍ଜୟ ମେଷ୍ଟନ୍ (ଅବସରପ୍ରାପ୍ତ), ଏବଂ ପୂର୍ବତନ କୂଟନୀତିଜ୍ଞ ଦୀପକ ଭୋହରା। ଭୋହରା ଗୋଟିଏ ଦିନରେ ଏତେ ନ୍ୟୁଜ୍ ଚ୍ୟାନେଲରେ ଦେଖାଗଲେ ଯେ ମନେ ହେଲା ସେ ଯିବା ଆସିବା ପାଇଁ ହେଲିକପ୍ଟର ବ୍ୟବହାର କରିଥିବେ।
ସେଠାରେ ଅନେକ ଅବସରପ୍ରାପ୍ତ ସାମରିକ ଅଧିକାରୀ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ରେଜିମେଣ୍ଟାଲ୍ କ୍ୟାପ୍ ପିନ୍ଧିଥିଲେ। ଇଣ୍ଡିଆ ଟିଭିରେ ଜଣେ ବିଶ୍ଳେଷକ ଏକ ଫେଡୋର ଦେଖାଦେଇଥିଲେ। ସେମାନଙ୍କୁ ସମସ୍ତେ ‘ପ୍ରତିରକ୍ଷା ବିଶେଷଜ୍ଞ’ କିମ୍ବା ‘ରଣନୈତିକ ବିଶ୍ଳେଷକ’ ଭାବରେ ବର୍ଣ୍ଣନା କାରୁଥିଲେ, କିନ୍ତୁ ସେମାନେ କେଉଁ ପ୍ରତିଷ୍ଠାନ କିମ୍ବା ସଂଗଠନର ଥିଲେ ତାହା କୁହାଯାଇ ନଥିଲା। ପୂର୍ବତନ ରାଷ୍ଟ୍ରଦୂତ ଭାବରେ ଚିହ୍ନଟ ଅବସରପ୍ରାପ୍ତ କୂଟନୀତିଜ୍ଞ ଏବଂ କିଛି ପ୍ରଫେସରଙ୍କୁ ମଧ୍ୟ ଶୋ’ରେ ଡକାଯାଇଥିଲା। ପସନ୍ଦଗୁଡ଼ିକ ଅନିୟମିତ ପରି ମନେ ହେଉଥିଲା; ପଶ୍ଚିମ ଏସିଆ କିମ୍ବା ଆମେରିକା ବ୍ୟାପାରରେ କାହାର କୌଣସି ବିଶେଷ ବିଶେଷଜ୍ଞତା ନଥିଲା ଭଳି ଲାଗୁଥିଲା । ଲାଗୁଥିଲା ସେମାନେ କେବଳ ଢାବା ମାରି କଥା କହୁଥିଲେ ଭିତରକୁ ଯାଉ ନଥିଲେ।
ଅନ୍ତର୍ଜାତୀୟ ଭାବନାକାରୀମାନେ ସମସ୍ତ ଇଂରାଜୀ ଭାଷାର ନ୍ୟୁଜ୍ ଚ୍ୟାନେଲରେ ଦେଖାଦେଇଥିଲେ – ସେମାନଙ୍କର ପଦବୀ ଏବଂ ସମ୍ପୃକ୍ତି ସହିତ। ଅଷ୍ଟ୍ରିଆର ଭିଏନାରେ ବାସ କରୁଥିବା ଜଣେ ‘ସାମର୍ଥ୍ୟ ବିଶ୍ଳେଷକ’ ଟମ୍ କୁପର ଥିଲେ, ଯିଏ ଇଣ୍ଡିଆ ଟୁଡେ ଏବଂ ସିଏନଏନ ନ୍ୟୁଜ ୧୮ ଉଭୟରେ ଦେଖାଦେଇଥିଲେ। ରୁଷିଆନ୍ ଏସୀୟ ବ୍ୟବସାୟ ପରିଷଦର ମ୍ୟାକ୍ସିମ୍ କୁଜନେତ୍ସୋଭ୍ ରିପବ୍ଲିକ୍ ଟିଭିରେ ଥିଲେ। ଏହା ସହିତ, ଆରବିଆନ୍ ପେନିନସୁଲା ଇନଷ୍ଟିଚ୍ୟୁଟ୍ର ନ୍ୟୁୟର୍କ-ଭିତ୍ତିକ ଆଡ୍ରିଆନ୍ କାଲାମେଲ୍ ନ୍ୟୁଜ୍ ଏକ୍ସରେ ଥିଲେ। ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ପାଇଁ, ଯୁଦ୍ଧ ରିପୋର୍ଟିଂ କରିବା ଏବଂ ଯୁଦ୍ଧ ଉପରେ ମନ୍ତବ୍ୟ ଦେବା ଏକ ନୀତିଦିନିଆ ହୋଇଗଲାଣି।
ଏହି ମତାମତ ଲେଖକଙ୍କ ବ୍ୟକ୍ତିଗତ, @shailajabajpai ଏହାକୁ ଟ୍ୱିଟ୍ କରିଛନ୍ତି।
Also read https://purvapaksa.com/american-airforce-controlled-pakistan-jacobabad-and-pasni-airbases/
