ଆଜିକାଲି ଲୋକମାନେ ଫିଟନେସ୍ ପାଇଁ ପାଗଳ । ଓଜନ ହ୍ରାସ କରିବାକୁ ବିଭିନ୍ନ ଉପାୟ ପ୍ରକାର ଉପାୟ ଅବଲମ୍ବନ କରନ୍ତି । କେତେକ ଲୋକ ଓଜନ ହ୍ରାସ କରିବା ପାଇଁ ଜିମ୍ରେ ଘଣ୍ଟା ଘଣ୍ଟା ଝାଳ ବୁହାନ୍ତି ତ ଆଉ କିଛି ଲୋକ କଠୋର ଡାଏଟିଂ ଅନୁସରଣ କରନ୍ତି । କିନ୍ତୁ, ଆପଣ ଜାଣନ୍ତି କି ସକାଳେ ଏବଂ ରାତିରେ କିଛି ପାନୀୟ ପିଇବା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ? ଏହି ପାନୀୟଗୁଡ଼ିକ ମଧ୍ୟରୁ କିଛି ସମସ୍ତଙ୍କ ରୋଷେଇ ଘରେ ରଖାଯାଇଥିବା ମସଲାରେ ପ୍ରସ୍ତୁତ କରାଯାଏ, ଆସନ୍ତୁ ଜାଣିବା ସେହି ପାନୀୟଗୁଡ଼ିକ ବିଷୟରେ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ ।

ଲେମ୍ବୁ ପାଣିରେ ମହୁ ମିଶାଇ ପିଅନ୍ତୁ । ସକାଳେ ଲେମ୍ବୁ ପାଣି ପିଇବା ଲାଭଦାୟକ ହୋଇଥିଲେ ମଧ୍ୟ, ଯଦି ଆପଣ ଏଥିରେ ମହୁ ମିଶାଇ ରାତ୍ରୀ ଭୋଜନ ପରେ ପିଅନ୍ତି , ତେବେ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଲେମ୍ବୁ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା କେବଳ ଆପଣଙ୍କର ମେଟାବୋଲିଜିମ୍ ବୃଦ୍ଧି ହୁଏ ନାହିଁ ବରଂ ପାଚନ କ୍ରିୟା ମଧ୍ୟ ଉନ୍ନତ ହୁଏ ।



ALSO READ https://purvapaksa.com/cholera-a-major-health-crisis-for-odisha-no-feast-in-functions/