ଇରାନ ମିସାଇଲ ଆକ୍ରମଣ କରି ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେଇଛି । ଇରାନ ୧୦୦ରୁ ଅଧିକ ବାଲିଷ୍ଟିକ ମିସାଇଲ ନିକ୍ଷେପ କରି ତେଲ ଆଭିଭକୁ ଧୂଆଁ-ଧୂଆଁ କରି ଦେଇଛି । ୧୩ ଜୁନ୍ ରାତିରେ ତେଲ ଆଭିଭରେ ଭୟଙ୍କର ଦୃଶ୍ୟ ଦେଖାଗଲା । ଆକାଶରୁ ବର୍ଷୁଥିବା ମିସାଇଲ, ଜୀବନ ବଞ୍ଚାଇବା ପାଇଁ ଦୌଡୁଥିବା ଓ ବଙ୍କରରେ ଲୁଚୁଥିବା ଲୋକେ ଦର୍ଶାଉଥିଲେ ଯେ ଇରାନ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି । ସତ କହିବାକୁ ଗଲେ, ଇରାନ ଇସ୍ରାଏଲରେ ନରସଂହାର କରିବାକୁ ମନସ୍ଥ କରିଥିଲା, କିନ୍ତୁ ହଠାତ୍ ଏକ ଦେଶ ଇସ୍ରାଏଲ ସଙ୍କଟମୋଚକ ଭାବେ ଉଭା ହୋଇଥିଲା । ଇସ୍ରାଏଲର ଅପରେସନ ରାଇଜିଂ ଲାୟନର ଜବାବରେ ଇରାନ ୧୩ ଜୁନରେ ଅପରେସନ ଟ୍ରୁ ପ୍ରମିସ-୩ ଦେଇଥିଲା । ଇସ୍ରାଏଲ ୧୩ ଜୁନ ସକାଳେ ଇରାନରେ ଧ୍ୱଂସଲୀଳା ଚଳାଇଥିଲା । ଫାଇଟର ଜେଟରୁ ବୋମାବର୍ଷଣ କରି ତେହେରାନରେ ହଟଚମଟ ସୃଷ୍ଟି କରିଥିଲା । ଇସ୍ରାଏଲୀ ଆକ୍ରମଣରେ ୧୦୦ରୁ ଅଧିକ ଇରାନୀ ପ୍ରାଣ ହରାଇଥିଲେ । ଇରାନର ସେନା ମୁଖ୍ୟ, କମାଣ୍ଡର ଓ ଶୀର୍ଷ ପରମାଣୁ ବୈଜ୍ଞାନିକମାନେ ମୃତ୍ୟୁବରଣ କରିଥିଲେ । ନାତାଞ୍ଜଠାରୁ ଆରମ୍ଭ କରି ଅନେକ ପରମାଣୁ ପ୍ରତିଷ୍ଠାନ ଧ୍ୱଂସ ହୋଇଥିଲା । ଏହା ଇରାନକୁ କ୍ରୋଧିତ କରିଦେଇଥିଲା।
ଇରାନ ଇସ୍ରାଏଲଠାରୁ ପ୍ରତିଶୋଧ ନେବାକୁ ମନସ୍ଥ କରିଥିଲା।
୧୩ ଜୁନ୍ ରାତିରେ ଇରାନ ଧ୍ୱଂସର କାହାଣୀ ଲେଖିଥିଲା । ଇରାନ ୧୦୦ରୁ ଅଧିକ ବାଲିଷ୍ଟିକ ମିସାଇଲ ଦ୍ୱାରା ଇସ୍ରାଏଲର ରାଜଧାନୀ ତେଲ ଆଭିଭ ଉପରେ ଆକ୍ରମଣ କରିଥିଲା । ଏମିତି ଲାଗୁଥିଲା ଯେ ଇସ୍ରାଏଲରେ ପ୍ରଳୟର ରାତି ଆସିଗଲା । ତେଲ ଆଭିଭର ଆକାଶ ଇରାନ ମିସାଇଲରେ ଆଛାଦିତ ହୋଇଥିଲା । ଆୟରନ ଡୋମ ଓ ଡେଭିଡ ସ୍ଲିଙ୍ଗ ମଧ୍ୟ ଇରାନୀ ମିସାଇଲଗୁଡ଼ିକୁ ଅଟକାଇବାରେ ବହୁତ ପରିମାଣରେ ବିଫଳ ହେଉଥିଲେ । ତେଲ ଆଭିଭରେ ଆତଙ୍କ ସୃଷ୍ଟି ହୋଇଥିଲା । ଇରାନୀ ମିସାଇଲଗୁଡ଼ିକ ଇସ୍ରାଏଲରେ ହଟଚମଟ ସୃଷ୍ଟି କରୁଥିଲା । “ବଞ୍ଚାଅ, ବଞ୍ଚାଅ… ଦୌଡ଼, ଦୌଡ଼…” । ଆତଙ୍କର ଏହି ମାହୋଲ ମଧ୍ୟରେ ଗୋଟିଏ ଦେଶ ଇସ୍ରାଏଲର ସଂକଟମୋଚକ ଭାବେ ଉଭା ହୋଇଥିଲା ।
ଇରାନରୁ ଆସୁଥିବା ମିସାଇଲକୁ କେମିତି ଅଟକାଗଲା?
ଏହା ଆମେରିକା ଥିଲା, ଯିଏ ଇରାନୀ ମିସାଲଗୁଡ଼ିକୁ ଅଟକାଇବାରେ ଇସ୍ରାଏଲର ସାଥ୍ ଦେଇଥିଲା । ଇରାନ ଯେଉଁଭଳି ଭାବେ ଆକ୍ରମଣ କରିଥିଲା, ତାକୁ ଏକାକୀ ଅଟକାଇବା ଇସ୍ରାଏଲ ପାଇଁ କଷ୍ଟକର ହେଉଥିଲା । ଏହି ସମୟରେ ଆମେରିକା ତାର ବନ୍ଧୁ ପାଇଁ ରକ୍ଷାକବଚ ସାଜିଥିଲା । ଫଳରେ ଧ୍ୱଂସ ଟଳିଗଲା । ନଚେତ ଇସ୍ରାଏଲରେ ସାଂଘାତିକ ଧ୍ୱଂସଲୀଳା ସୃଷ୍ଟି ହୋଇଥାନ୍ତା । ଇରାନର ଆକ୍ରମଣରେ ୧ ଜଣେ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଖବର ମିଳିଛି ଓ ୭୦ରୁ ଅଧିକ ଆହତ ହୋଇଛନ୍ତି ।ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।
ଆମେରିକା ନିଜେ ସ୍ୱୀକାର କଲା ସତ
ପିଟିଆଇ ଅନୁସାରେ, ଆମେରିକୀୟ ସେନା ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପ୍ରତିଶୋଧାତ୍ମକ କାର୍ଯ୍ୟରେ ନିକ୍ଷେପ କରାଯାଇଥିବା ମିସାଇଲକୁ ଅଟକାଇବାରେ ସାହାଯ୍ୟ କରୁଛି । ଆମେରିକାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଆମେରିକା ମିସାଇଲ ଅଟକାଇବାରେ ସାହାଯ୍ୟ କରିବା ଓ ଉକ୍ତ କ୍ଷେତ୍ରରେ ଆମେରିକୀୟ ସାମରିକ ଶିବିରଗୁଡ଼ିକୁ ଉନ୍ନତ ସୁରକ୍ଷା ପ୍ରଦାନ କରିବା ପାଇଁ ଇସ୍ରାଏଲ ନିକଟକୁ ନିଜ ସିଷ୍ଟମ ନେଉଛି । ଅଧିକାରୀ ଏହା କହି ନାହାନ୍ତି ଯେ ଆମେରିକା କେଉଁଭଳି ଭାବେ ସାହାଯ୍ୟ ପ୍ରଦାନ କରିଛି, କିନ୍ତୁ ଆମେରିକୀୟ ବାୟୁସେନାର ଯୁଦ୍ଧବିମାନ ଓ ବିନାଶକାରୀ ମିସାଇଲ ପ୍ରତିରକ୍ଷା ସିଷ୍ଟମ ପୂର୍ବ ଆକ୍ରମଣ ସମୟରେ ମିସାଇଲକୁ ଅଟକାଇଛି।
ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ
ଇସ୍ରାଏଲ, ଶୁକ୍ରବାର ଦିନ ଇରାନର ପରମାଣୁ ଓ ସାମରିକ ସ୍ଥାନଗୁଡ଼ିକ ଉପରେ ଯୁଦ୍ଧବିମାନ ଓ ଡ୍ରୋନରୁ ଭୀଷଣ ଆକ୍ରମଣ କରିଥିଲା । ଉଦ୍ଦେଶ୍ୟ ଥିଲା ଇରାନର ପରମାଣୁ ଠିକଣାଗୁଡ଼ିକୁ ଧ୍ୱଂସ କରିବା । ଇସ୍ରାଏଲର ଏହି ଆକ୍ରମଣରେ ଇରାନର ସେନା ମୁଖ୍ୟ, ଆଇଆରସିଜି ମୁଖ୍ୟ ଓ ଅନେକ ପରମାଣୁ ବୈଜ୍ଞାନିକ ମୃତ୍ୟୁବରଣ କରିଥିଲେ । ଏହାପରେ ଇରାନ ଶୁକ୍ରବାର ରାତିରେ ଇସ୍ରାଏଲ ଆଡ଼କୁ ଶହେରୁ ଅଧିକ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିଥିଲା। ଇରାନର ସରକାରୀ ସଂବାଦ ସଂସ୍ଥା ଆଇଆରଏନଏ ଅନୁସାରେ, ଇରାନ ଦେଶର ପରମାଣୁ ଓ ସାମରିକ ସ୍ଥାନଗୁଡ଼ିକ ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣର ଜବାବରେ ଏହି ପଦକ୍ଷେପ ନେଇଥିଲା । ଇରାନୀ ସେନା ଇସ୍ରାଏଲ ବିରୁଦ୍ଧରେ ନିଜର ଅଭିଯାନକୁ ‘ସିଭିଅର ପନିଶମେଣ୍ଟ’ (ଗମ୍ଭୀର ଦଣ୍ଡ) ନାମ ଦେଇଛି।
ALSO READhttps://purvapaksa.com/these-5-muslim-countries-have-the-highest-hindu-population/