ବଦଳିବାକୁ ଯାଉଛି ଭାରତୀୟ ରେଳବାଇରେ ଟ୍ରେନ୍ ଯାତ୍ରା କରିବାର ଅଭିଜ୍ଞତା । ଖୁବ ଶୀଘ୍ର ଆପଣ ଏକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ (ସ୍ଲିପର୍)ରେ ଯାତ୍ରାର ମଜା ଉଠାଇପାରିବେ । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୩୦ଟି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚଳାଇବାର ଯୋଜନା ରଖିଛନ୍ତି । ପ୍ରଥମ ଟ୍ରେନ୍ ଜୁଲାଇ ଶେଷ ସୁଦ୍ଧା ଟ୍ରାକରେ ଦୈାଡିବା ଆରମ୍ଭ କରିବ। ଅଧିକାରୀମାନଙ୍କ କହିବା ଅନୁସାରେ , ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ର ସ୍ପିଡ୍ ଟ୍ରାଏଲ୍ ସମାପ୍ତ ହୋଇଛିସାରିଛି । ରିସର୍ଚ୍ଚ ଡିଜାଇନ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅର୍ଗାନାଇଜେସନ୍ ଲକ୍ଷ୍ନୌ ଟ୍ରେନ୍ର ପ୍ରଯୁକ୍ତିବିଦ୍ୟା ଏବଂ ଗତି ସମ୍ବନ୍ଧୀୟ ତଦନ୍ତ ସମାପ୍ତ କରିଛି। ଏବେ ରେଳବାଇ ବୋର୍ଡ ଟ୍ରେନ୍ର ରୁଟ୍ ଏବଂ ଭଡ଼ା ନିର୍ଣ୍ଣୟ କରୁଛି।
ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆସନ୍ତା ମାସରେ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିପାରନ୍ତି । ପରେ ଏହା ଲୋକଙ୍କ ସୁଯାତ୍ରାରେ ନିୟୋଜିତ ହେବ । ଅଧିକାରୀ ଜଣକ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୦୨୬ ରେ ମୋଟ ୩୦ଟି ଟ୍ରେନ ଚାଲିବ । ଏଥିରେ ସରକାରଙ୍କ ସାର୍ବଜନୀନ କ୍ଷେତ୍ର ଉପକ୍ରମ (PSU) ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (BEML) ବାଙ୍ଗାଲୋରରେ ୧୦ଟି ବନ୍ଦେ ଭାରତ ସ୍ଲିପର ଟ୍ରେନ ପ୍ରସ୍ତୁତ ଅଛି। ପ୍ରଥମ ଟ୍ରେନକୁ ସବୁଜ ସଙ୍କେତ ମିଳିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଟ୍ରେନଗୁଡ଼ିକୁ ଯାତ୍ରୀଙ୍କ ସେବାରେ ଲାଗିବ । ସେ କହିଛନ୍ତି ଯେ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ICF) ରେ ଆଠରୁ ଦଶଟି ବନ୍ଦେ ଭାରତ ନିର୍ମାଣ କରାଯାଉଛି। BEML ଏବଂ ICF ମିଳିତ ଭାବରେ ଉକ୍ତ ଟ୍ରେନର କୋଚ୍ ତିଆରି କରୁଛନ୍ତି।
ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ ଏବଂ ବନ୍ଦେ ଭାରତ (ଚେୟାର କାର୍) ସର୍ବାଧିକ ୧୩୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲୁଛି। ପରବର୍ତ୍ତୀ ପିଢ଼ିର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ୧୬୦ ରୁ ୨୪୦ କିଲୋମିଟର ପ୍ରତି ଘଣ୍ଟା ବେଗ ପାଇଁ ଡିଜାଇନ୍ କରାଯାଉଛି । ଏହା ପରେ ପର୍ଯ୍ୟାୟକ୍ରମେ ସେମାନଙ୍କର ଗତି ବୃଦ୍ଧି କରାଯିବ। ଏହି ଗତି ସହିତ ବନ୍ଦେ ଭାରତ ଟ୍ରେନ୍ ମୁଖ୍ୟତଃ ଦିଲ୍ଲୀ-ହାୱଡା ଏବଂ ଦିଲ୍ଲୀ-ମୁମ୍ବାଇ ରେଳ ଲାଇନରେ ଚାଲିବ। ଜଣାଶୁଣା ଯେ ଉକ୍ତ ରେଳ ଲାଇନଗୁଡ଼ିକୁ ହାଇ ସ୍ପିଡ୍ କରିବା ପାଇଁ ଆଣ୍ଟି-କଲିଜନ ଟେକ୍ନୋଲୋଜି ସିଲ୍ଡ ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଲଗାଯାଉଛି।
ALSO READ https://purvapaksa.com/hospitals-in-odisha-are-becoming-death-trap-for-children/
Hospital in Odisha are becoming death trap for children ।। ଶିଶୁ ବେକରେ ମୃତ୍ୟୁ ଫାଶ!
1 Comment
Pingback: Trump ମସ୍କଙ୍କ ପାଇଁ ଭାରତ ଉପରେ ଟ୍ରମ୍ପ ଖପା!