Akshaya Tritiya 2025: ଶାସ୍ତ୍ରରେ ସୁନା କିଣିବାକୁ ସବୁଠୁ ଶୁଭ ବୋଲି ଗଣାଯାଇଛି, କାହିଁକି ନା ଏହା ମା ଲକ୍ଷ୍ମୀଙ୍କର କୃପାକୁ ଆକର୍ଷଣ କରେ ବୋଲି କହାଯାଏ।
ସୁନା କେବେ ମଧ୍ୟ କିଣାଯାଇପାରେ, କିନ୍ତୁ ପଞ୍ଚାଙ୍ଗ ଅନୁସାରେ କିଛି ବିଶେଷ ଦିନ ଅଛି ଯେଉଁଦିନ ସୁନା କିଣିବା ଦ୍ୱାରା ମା ଲକ୍ଷ୍ମୀ ଘରେ ସ୍ଥାୟୀ ଭାବରେ ବାସ କରନ୍ତି। ଏହା ଆନନ୍ଦ, ଧନ, ସମୃଦ୍ଧିର ବୃଦ୍ଧି କରେ ଏବଂ ବୈଭବ-ଐଶ୍ୱର୍ୟ ପ୍ରାପ୍ତ କରାଇଥାଏ। ଆସନ୍ତୁ ଜାଣିବା ଏପ୍ରିଲରେ ସୁନା କିଣିବା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ କେଉଁଟି?
ଏପ୍ରେଲରେ ସୁନା କିଣିବାର ସବୁଠାରୁ ଭଲ ଦିନ
ଭବିଷ୍ୟ ପୁରାଣ, ସ୍କନ୍ଦ ପୁରାଣ, ପଦ୍ମ ପୁରାଣ, ମତ୍ସ୍ୟ ପୁରାଣ ଆଦି ଯୋଗ୍ୟ ପୁରାଣଗୁଡିକରେ ଅକ୍ଷୟ ତୃତୀୟାକୁ ବହୁତ ପବିତ୍ର ତିଥି ଭାବରେ ବିବେଚନା କରାଯାଏ। ଧନତେରସର ପରେ ଅକ୍ଷୟ ତୃତୀୟାକୁ ସୁନା କିଣିବା ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ କୁହାଯାଏ । ମାନ୍ୟତା ଅନୁଯାୟୀ, ଏହି ଦିନ ସୁନା କିଣିଲେ ସେହି ବର୍ଷ ଜୀବନରେ ସୁଖର ଅଭାବ ହୋଇନାହିଁ। ସୁନାକୁ ସ୍ରେଷ୍ଠ ନିବେଶ ମାନାଯାଏ ।
C
ଅକ୍ଷୟ ତୃତୀୟାରେ ସୁନା କିଣିବାର ମୁହୂର୍ତ୍ତ
ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ଅଛି। ବୈଶାଖ ଶୁକ୍ଲ ପକ୍ଷର ତୃତୀୟା ତିଥି ୨୯ ଏପ୍ରିଲ ସନ୍ଧ୍ୟା ୫:୩୧ ମିନିଟରୁ ଆରମ୍ଭ ହୋଇ ୩୦ ଏପ୍ରିଲ ମଧ୍ୟାନ୍ୟ ୨:୧୨ ମିନିଟରେ ସମାପ୍ତ ହେବ।
ଅକ୍ଷୟ ତୃତୀୟାରେ ସୁନା କିଣିବା ଦ୍ୱାରା କଣ ହୁଏ?
ସୁନାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନା ଯାଏ, ଏହି ମାନ୍ୟତା ପଛରେ ପୌରାଣିକ କଥା ରହିଛି । ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନରେ ସେହି ମନ୍ଥନରୁ ସୁନା ମଧ୍ୟ ବାହାରିଥିଲା । ଯାହାକୁ ଭଗବାନ ବିଷ୍ଣୁ ଧାରଣ କରିଥିଲେ। ଏହି କାରଣ ପାଇଁ ସୁନାକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନା ଯାଏ । ସେହି କାରଣରୁ ଅକ୍ଷୟ ତ୍ରୈତୀୟା ଏବଂ ଧନତେରସର ଅବସରରେ ସୁନା କିଣିବାର ପ୍ରଥା ରହିଛି। ମାନ୍ୟତା ଅଛି ଯେ ଯେତେବେଳେ ସୁନା କିମ୍ବା ସୁନାରୁ ତିଆରି ଜିନିଷକୁ ଘରକୁ ଅଣାଯାଏ, ତେବେ ସେହି ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୁଏ।
ଯେଉଁମାନଙ୍କ ଘରେ ରହିଥାଏ ଏହି ଦୋଷ, ତାଙ୍କୁ ମିଳି ନଥାଏ ଲକ୍ଷ୍ମୀ ମା’ଙ୍କର କୃପା