MATRIC RESULT: ଆସନ୍ତା ମାସ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏହାକୁ ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିଥିଲା । ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୨୨ ହଜାର ପରୀକ୍ଷାର୍ଥୀ । 45ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା କାର୍ଯ୍ୟ କରାଯାଇଥିବା ବେଳେ 12 ହଜାର 800 ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଥିଲେ ।
ତେବେ ସାମାଜିକ ବିଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ରରେ ଯେଉଁ ତ୍ରୁଟି ରହିଥିଲା ସେଥିପାଇଁ ବୋର୍ଡ ପଦକ୍ଷେପ ନେଇଥିବା ଉପସଭାପତି କହିଛନ୍ତି । କିନ୍ତୁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ସେନେଇ ଏହାକୁ ସାର୍ବଜନୀନ କରାଯିବ ନାହିଁ। ଫଳ ପ୍ରକାଶ ପରେ ଏନେଇ ସୂଚନା ଦିଆଯିବ ବୋଲି ଉପସଭାପତି କହିଛନ୍ତି । ତେବେ ଆସନ୍ତା ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇଁ ବୋର୍ଡ ଯୋଜନା ରଖିଛି ।
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ‘ମାର୍ଚ୍ଚ ୧୯ରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ବିଭିନ୍ନ କାରଣରୁ ଏହି ପ୍ରକ୍ରିୟା ଟିକେ ବିଳମ୍ବ ହୋଇଛି । ବିଶେଷକରି ୨ ରୁ ୩ ଦିନ ଏହି ପ୍ରକ୍ରିୟା ବିଳମ୍ଵ ହୋଇଛି । ଖାତା ମୂଲ୍ୟାୟନ ପରେ ଟାବୁଲେସନ୍ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଛି ।
ଟାବୁଲେସନ୍ ଓ ମାର୍କ ପ୍ରୋସେସିଙ୍ଗ୍ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବ । ରୋଲ୍ ନମ୍ବର ଆଧାରରେ ମାର୍କ ପ୍ରୋସେସିଂ କାର୍ଯ୍ୟ ପରେ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ତେବେ ଫଳ ପ୍ରକାଶ ମାତ୍ରେ ଡିଜିଟାଲ୍ ସାର୍ଟିଫିକେଟ ୱେବ ସାଇଟରେ ଉପଲବ୍ଧ କରାଯିବ । ଚଳିତ ମାସ ଶେଷ ସପ୍ତାହ ମଧ୍ୟରେ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ ।’
ALSO READ: https://purvapaksa.com/low-pressure-to-trigger-1-week-long-rain-spell-in-odisha-starting-today-imd/