Vastu Tips for Home: ଯୁଗ ଯୁଗାନ୍ତରରୁ ଟଙ୍କା ପଇସା ପ୍ରତି ସମସ୍ତଙ୍କ ଲୋଭ ରହି ଆସିଛି । ଭଲ ଲାଇଫ ଷ୍ଟାଇଲ ମେନଣ୍ଟେନ କରିବାକୁ କିଏ ନା ଚାହେଁ । ଆମେ ସମସ୍ତେ ଅଧିକ ଅର୍ଥ ପାଇବାକୁ ଇଚ୍ଛା କରୁ, ଯାହାଦ୍ୱାରା ଆମର ସ୍ଥିତି ବଦଳି ଯାଇଥାଏ ଏବଂ ଆମର ଇଚ୍ଛା ପୂରଣ ହୋଇଥାଏ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରନ୍ତି । ଆଜି ଏହି ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ଧନ ବୃଦ୍ଧି କରିବାକୁ ଚାହାଁନ୍ତି, ତେବେ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଆପଣ ମୟୂର ପଙ୍ଖ ବା ପୁଚ୍ଛକୁ ସଠିକ୍ ଦିଗରେ ରଖିପାରିବେ। ବାସ୍ତବରେ, ଏହି ପ୍ରତିକାର ଦ୍ୱାରା ଆପଣ ଆର୍ଥିକ ଲାଭ ସହିତ ସୁଖ, ସମୃଦ୍ଧତା ଏବଂ ଖ୍ୟାତି ପାଇବେ।
ସମସ୍ତେ ନିଜ ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ଚାହିଁଥାନ୍ତି। ବାସ୍ତୁ ସାସ୍ତ୍ରକୁ ହିନ୍ଦୁ ଧର୍ମରେ ବହୁତ ମହତ୍ତ୍ୱ ଦିଆଯାଏ ଏବଂ ଏହା ଘରେ ସୁଖ-ସମୃଦ୍ଧି ବଜାଇ ରଖିବାରେ ସାହାଯ୍ୟ କରାଯାଏ। ହିନ୍ଦୁ ଧର୍ମରେ ମୟୁର ପଙ୍ଖକୁ ବହୁତ ଶୁଭ ବୋଲି ମନା ଯାଏ। ଭଗବାନ ଶ୍ରୀକୃଷ୍ଣକୁ ବି ମୟୁର ପଙ୍ଖ ପ୍ରିୟ । ତେଣୁ ଅନେକ ଲୋକ ଏହାକୁ ନିଜ ଘରେ ରଖନ୍ତି। ମୟୁର ପଙ୍ଖକୁ ଘରେ ରଖିଲେ ସକାରାତ୍ମକ ଶକ୍ତି ଆସିଥାଏ।
ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଗୁରୁତ୍ବପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ ମୟୁର ପଙ୍ଖକୁ ଘରର ପୂର୍ବ ଦିଗରେ ରଖିବା ଉଚିତ। ଏହି ଦିଗରେ ରଖିଲେ ଘରରୁ କଳହ ଦୂର ହୁଏ ଏବଂ ସକାରାତ୍ମକ ଊର୍ଜା ଆସିଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି, ସମ୍ପଦା ଏବଂ ସମୃଦ୍ଧିର ବାସ କରିଥାଏ ।
ଅଧିକ ଧନ ଲାଭ ପାଇଁ ମୟୁର ପଙ୍ଖକୁ ତିଜୋରୀରେ ରଖିବା ଉଚିତ। ଏଭଳି କରିଲେ ଧନ କେବେ ବି କମ ହୁଏ ନାହିଁ। ଏହାସହ ଛୋଟ ପିଲାଙ୍କର ଅଧ୍ୟୟନ କକ୍ଷରେ ମୟୁର ପଙ୍ଖ ରଖିଲେ ସେମାନଙ୍କର ଧ୍ୟାନ ପାଠପଢ଼ାରେ କେନ୍ଦ୍ରିତ ହୁଏ ଏବଂ ସେମାନେ ଭଲ ଫଳ ପାଇଥାନ୍ତି ।
ମୟୁର ପଙ୍ଖକୁ ପୂଜା ଘର ଏବଂ ଘରର ପ୍ରଧାନ ଦ୍ୱାରରେ ରଖିବାରୁ ବହୁତ ଲାଭ ମିଳିଥାଏ। ଏହା ଘରେ ସକାରାତ୍ମକ ପ୍ରବେଶ କରିଥାଏ ଏବଂ ନକାରାତ୍ମକ ଶକ୍ତିମାନେ ଦୂର ହୋଇଥାଏ । ଯଦି ଘରେ ବାରମ୍ବାର ଝଗଡା ହୁଏ କିମ୍ବା ମାନସିକ ଚିନ୍ତା ରହିଥାଏ, ତେବେ ମୟୁର ପଙ୍ଖକୁ ସଠିକ୍ ଦିଗରେ ରଖିବା ଦ୍ୱାରା ଲାଭ ମିଳିଥାଏ ।
ହେଲେ, ଯଦି ଘରର କୌଣସି ସଦସ୍ୟଙ୍କର ସ୍ବାସ୍ଥ୍ୟ ଠିକ୍ ନାହିଁ, ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସେମାନଙ୍କର ରୁମରେ ମୟୁର ପଙ୍ଖ ରଖା ଯାଇପାରେ। ଏହା କେବଳ ମାନସିକ ଶାନ୍ତି ଦିଏନାହିଁ, ବରଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଷ୍ଟଗୁଡିକୁ କମେଇବାରେ ସାହାଯ୍ୟ କରେ।