ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଉତ୍ଥାନ ପାଇଁ ଯଦି ଜଣେ ବ୍ୟକ୍ତିଙ୍କୁ ଶ୍ରେୟ ଯିବ ସିଏ ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ। ଦେବେନ୍ଦ୍ର ପ୍ରଧାନଙ୍କ ନିଜ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସମ୍ପ୍ରସାରଣ ସହିତ ଗଭୀର ଭାବରେ ଜଡ଼ିତ ଥିଲା। ସେ ରାଜ୍ୟର ଜଣେ ପ୍ରମୁଖ ନେତା ଥିଲେ ଯିଏ କି ଦଳର ଭିତ୍ତିଭୂମି ପ୍ରତିଷ୍ଠା ଏବଂ ସଂଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଓଡ଼ିଶାରେ ବିଜେପିର ପ୍ରାରମ୍ଭିକ ଦିନମାନଙ୍କରେ ଦେବେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, କାରଣ ଦଳ ରାଜ୍ୟରେ ନିଜର ପରିଚୟ ପ୍ରତିଷ୍ଠା କରୁଥିଲା। ତୃଣମୂଳସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳର ସାଂଗଠନିକ ଢାଞ୍ଚାକୁ ସେ ସକ୍ରିୟଭାବେ ସୁଦୃଢ଼ କରିଥିଲେ। ତାଙ୍କ ନେତୃତ୍ୱ ଓ ସମର୍ପଣ ଦଳର ଅନ୍ୟ ସଦସ୍ୟଙ୍କ ପାଇଁ ପ୍ରେରଣା ପାଲଟିଥିଲା। ଏହାର ପ୍ରଭାବ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପଡ଼ିଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କୁ ବର୍ତ୍ତମାନ ଓଡ଼ିଶା ବିଜେପିର ଜଣେ ପ୍ରମୁଖ ନେତା ଭାବରେ ଉଭା ହୋଇଛନ୍ତି ଏବଂ ସ୍ଵର୍ଗତ ପ୍ରଧାନଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ପରିଗଣିତ ହେଉଛନ୍ତି।
ରାଜନୀତି ବ୍ୟତୀତ ଦେବେନ୍ଦ୍ର ପ୍ରଧାନ ନିଜର ସାମାଜିକ ଓ ସାଂଗଠନିକ ଦକ୍ଷତା ପାଇଁ ମଧ୍ୟ ବେଶ୍ ସମ୍ମାନ ଅର୍ଜନ କରିଥିଲେ। ସେ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିଲେ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସର୍ବଦା ସକ୍ରିୟ ଥିଲେ। ଓଡ଼ିଶାରେ ବିଜେପିର ପ୍ରଗତିରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ରାଜ୍ୟର ରାଜନୈତିକ ଦୃଶ୍ୟପଟ ବଦଳିବା ଉପରେ ସ୍ଥାୟୀ ପ୍ରଭାବ ପକାଇଥିଲା।
ବାଜପେୟୀଙ୍କ ସରକାରରେ ସେ ପରିବହନ ମନ୍ତ୍ରୀ ଥିଲେ। ୧୯୮୮ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଥିଲେ। ୧୯୯୩ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଥିଲେ। ପୁର୍ନବାର ୧୯୯୫ ମସିହାରୁ ୧୯୯୭ ମସିହା ଯାଏଁ ବିଜେପି ସଭାପତି ହୋଇଥିଲେ। ସେ ବାଜପାୟୀଙ୍କ ମନ୍ତ୍ରିମଣ୍ଡଳରେ ଭୁପୃଷ୍ଠ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।
ଫଟୋରେ ଦେବେନ୍ଦ୍ର ପ୍ରଧାନ
