Mahashivratri: ସନାତନ ଧର୍ମରେ ଭଗବାନ ଶିବଙ୍କ ପୂଜା ପାଇଁ ବିଶେଷ ମହତ୍ତ୍ୱ ରହିଛି । ସେଥିପାଇଁ ଭକ୍ତମାନେ ଶିବରାତ୍ରୀ ଦିନ ବହୁ ସଂଖ୍ୟାରେ ଶିବାଳୟ ପରିଦର୍ଶନ କରନ୍ତି । ଲୋକମାନେ ଶିବରାତ୍ରୀରେ ବିଶେଷ ନିୟମ ପାଳନ କରନ୍ତି ।
ଏହି ଦିନ ମାଂସ, ମଦ୍ୟପାନ ଏବଂ ରସୁଣ ଓ ପିଆଜ ଖାଆନ୍ତି ନାହିଁ । କିନ୍ତୁ ଭାଙ୍ଗ- ଗଞ୍ଜେଇ କିମ୍ବା ମଦ ପିଉଥିବା ଲୋକମାନେ ଏହି ଜିନିଷ ପିଇବା ବନ୍ଦ କରନ୍ତି ନାହିଁ। କାରଣ ଭାଙ୍ଗ ପୂଜାପାଠରେ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ, ତେବେ ଭକ୍ତମାନଙ୍କ ପାଇଁ ଏହା ଶିବଙ୍କ ପ୍ରସାଦ ଅଟେ। କିନ୍ତୁ ଭଗବାନ ଶିବଙ୍କୁ ଭାଙ୍ଗ ଦେବା ପ୍ରକୃତରେ ଠିକ୍ କି?
ଅନେକ ସ୍ଥାନରେ ଆମେ ଶୁଣିଥିବା ଯେ ଭଗବାନ ଶିବଙ୍କୁ ଭାଙ୍ଗ ବହୁତ ପସନ୍ଦ ସେଥିପାଇଁ ତାଙ୍କ ପାଖରେ ଭାଙ୍ଗ ଭୋଗ କରାଯାଏ । ଏହି ବିଶ୍ୱାସ ପାଇଁ ନିଜକୁ ଶିବ ଭକ୍ତ କହୁଥିବା ଲୋକମାନେ ଏହାକୁ ସେବନ କରି ନିଜ ଜୀବନ ନଷ୍ଟ କରନ୍ତି। ତେବେ ଆମର ଜାଣିବା ଜରୁରୀ ଯେ ଭଗବାନଙ୍କୁ କ’ଣ ଅର୍ପଣ କରାଯିବ ଏବଂ କ’ଣ ନୁହେଁ ।
ଧାର୍ମିକ ଶାସ୍ତ୍ରରେ ଏହି ବିଷୟଟି ଭଲ ଭାବରେ ବର୍ଣ୍ଣନା କରାଯାଇଛି । ଭଗବାନ ଶିବଙ୍କୁ ଭକ୍ତମାନେ କ’ଣ ଉତ୍ସର୍ଗ କରିବା ଉଚିତ, ଯାହା ପ୍ରଭୁଙ୍କୁ ପ୍ରସନ୍ନ କରେ।
ଭଗବାନ ଶିବଙ୍କୁ ଆମେ ଭାଙ୍ଗ ଦେବା ଉଚିତ କି?
ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ଲିଖିତ ମହାଭାରତକୁ ପଞ୍ଚମ ବେଦ କୁହାଯାଏ । କାରଣ ଏଥିରେ ସମ୍ପୂର୍ଣ୍ଣ ଧାର୍ମିକ ଶାସ୍ତ୍ରଗୁଡ଼ିକର ସଂଗ୍ରହ ରହିଛି । ଏଥିରେ ଶିବଲିଙ୍ଗ ପୂଜାର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଯେଉଁଥିରେ ମାତା ଉମା ଏବଂ ମହେଶ୍ୱରଙ୍କ ମଧ୍ୟରେ ଏକ ସଂଳାପ ଅଛି । ସେହି ସଂଳାପରେ ମାତା ଉମା ମନୁଷ୍ୟର କଲ୍ୟାଣ ପାଇଁ ଭଗବାନ ଶିବଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି।
ଏହିପରି ଗୋଟିଏ ପ୍ରଶ୍ନର ଉତ୍ତରରେ ଭଗବାନ ଶିବ ନିଜେ କୁହନ୍ତି ଯେ ତାଙ୍କୁ କିପରି ପୂଜା କରାଯିବା ଉଚିତ ଏବଂ ପୂଜାରେ କ’ଣ ଅର୍ପଣ କରାଯିବା ଉଚିତ ଯାହା ଦ୍ୱାରା ସେ ପ୍ରସନ୍ନ ହୁଅନ୍ତି। ମାତା ଉମାଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କୁହନ୍ତି: – ମୋତେ କ୍ଷୀର, ଜଳ, ଘିଅ, ଧୂପ, ବେଲ ପତ୍ର, ଫଳ ଆଦି ଦେଇ ପୂଜା କରିବା ସେ ସବୁବେଳ ପାଇଁ ମୋର ପ୍ରିୟ ହୋଇ ରହିବ ।
ସେହି ସଂଳାପରେ ଭଗବାନ ଶିବ ଭାଙ୍ଗ ଭୋଗ କଥା କହି ନଥିଲେ। ଏହାସହ ଶ୍ରୀମଦ ଭାଗବତ ଗୀତାରେ ମଧ୍ୟ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ – ଭଗବାନ ଶିବଙ୍କୁ ଯଦି କେହି ପ୍ରେମ ଏବଂ ଭକ୍ତି ସହିତ ବେଲ ପତ୍ର, ଫୁଲ, ଫଳ କିମ୍ବା ଜଳ ପ୍ରଦାନ କରନ୍ତି, ତେବେ ସେଗୁଡ଼ିକୁ ଶିବ ଗ୍ରହଣ କରନ୍ତି । ସେ ମଧ୍ୟ ଭାଙ୍ଗ ଭୋଗ ବିଷୟରେ କହି ନଥିଲେ । ଏଥିରୁ ଆମେ ଜାଣି ପାରିବ ଯେ ଏହା କେବଳ ଏକ ମିଥ୍ୟା ଧାରଣା ଯେ ଭଗବାନ ଶିବଙ୍କୁ ଭାଙ୍ଗ ଭୋଗ ଲଗେଇଲେ ସେ ପ୍ରସନ୍ନ ହୁଅନ୍ତି ।
ALSO READ: https://purvapaksa.com/vastu-shastra-which-day-is-auspicious-to-get-hair-cutting