America: ଅନ୍ୟ ଦେଶ ପରି ଏହା ହେଉଛି ପାରସ୍ପରିକ ଶୁଳ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଦେଶର ନୂଆ ବାଣିଜ୍ୟକ ନୀତିକୁ ଉନ୍ମୋଚନ କରିଛନ୍ତି। ଯାହା ଯେସାକୁ ତେସା ଶୁଳ୍କ ହୋଇଛି। ଅନ୍ୟ ଦେଶମାନେ ଯେପରି ଆମେରିକା ଜିନିଷ ଉପରେ ଅତ୍ୟଧିକ ଶୁଳ୍କ ଲଗାଉଛନ୍ତି ସେହିପରି ଶୁଳ୍କ ଅନ୍ୟ ଦେଶ ଜିନିଷ ଉପରେ ଆମେରିକା ନୂଆ ନୀତି ମାଧ୍ୟମରେ ଲଗାଇଛି। ଯଦିଓ ଏହା ଅଣ ଆର୍ଥିକ ପ୍ରତିବନ୍ଧକ, ସବସିଡି ଓ ଭାଟ ସିଷ୍ଟମ ଅନ୍ତର୍ଭୁକ୍ତିକୁ ନେଇ ଅସୁନ୍ଦର ଅଟେ। ମାତ୍ର ଏହା ଦ୍ୱାରା ବିଦେଶୀ ଦେଶ ଗୁଡିକ ସେମାନଙ୍କ ଟାରିଫକୁ କମାଇବେ କିମ୍ବା ଉଚ୍ଛେଦ କରିବାକୁ ବାଧ୍ୟ ହେବେ।
ଯାହା ଦ୍ୱାରା ଆମେରିକାର ଆର୍ଥିକ କ୍ଷତି ଲାଘବ ହେବା ସହ ଅର୍ଥନୀତି ସୁଦୃଢ ହେବ ବୋଲି ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଟ୍ରମ୍ଫ ତାଙ୍କ ଏକ୍ସରେ କହିଛନ୍ତି ଯେ, ଏହା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଏହା କେବଳ ପାରସ୍ପରିକ ବାଣିଜ୍ୟ ନୀତି। ଏହାର ମାନେ ଅନ୍ୟ ଦେଶ ଯେପରି ଆମ ଜିନିଷ ଉପରେ ଶୁଳ୍କ ଲଗାଉଛନ୍ତି, ଆମେ ସେହିପରି ଶୁଳ୍କ ଲଗାଉଛି। ଯେଉଁଥିରେ କମ କି ବେଶୀ ଶୁଳ୍କ ନାହିଁ।
ସେ ଆହୁରି କହିଛନ୍ତି ଯେ, ଆମ ନୀତି ହେଲା ଯେଉଁମାନେ ଭାଟ ଲଗାଉଛନ୍ତି ତାହା ଉପରେ ଆମେ ବିଚାର କରିବୁ। କାରଣ ଟାରିଫ ଠାରୁ ଭାଟ ବେଶୀ ଦଣ୍ଡାତ୍ମାକ। ଯାହା ଆମେରିକାର ବିପୁଳ କ୍ଷତି ଘଟାଉଛି। ଯାହା ଆଦୌ ଗ୍ରହଣୀୟ ନୁହେଁ। ଯେଉଁମାନେ ଆମେରିକାର ଅର୍ଥନୀତିକୁ ସୁବିଧା ଦେଉଛନ୍ତି ସେମାନଙ୍କ ପାଇଁ ଆମେ ସବସିଡି ବ୍ୟବସ୍ଥା କରିବୁ। ଯାହା ଅଣ ଆର୍ଥିକ ଓ ବିନା ବାଣିଜ୍ୟକ ପ୍ରତିବନ୍ଧକ ରହିବ। ଏହା ସହ ଯେଉଁ ଦେଶ ଆମେରିକାରେ ତାଙ୍କର ଉତ୍ପାଦ ତିଆରି କରିବେ ସେମାନଙ୍କ ପାଇଁ କୌଣସି ଟାରିଫ ରହିବ ନାହିଁ।
ସେ ଆହୁରି କହିଛନ୍ତି, ଆମେରିକା ଅନ୍ୟ ଦେଶ ଦ୍ୱାରା ଖରାପ ବ୍ୟବହାରର ଶିକାର ହୋଇ ଆସୁଛି। ଯେଉଁଥିରେ ବନ୍ଧୁ ଓ ଶତ୍ରୁ ଦେଶ ରହିଛନ୍ତି। ତେଣୁ ଏହି ନୀତି ତୁରନ୍ତ ଆମେରିକାର ପୂର୍ବ ଗୌରବ ଫେରାଇ ଆଣିବାରେ ସାହାଯ୍ୟ କରିବ। ଆମେରିକା ବର୍ଷସାରା ଅନେକ ଦେଶକୁ ବହୁ ଆର୍ଥିକ ସାହାଯ୍ୟ କରି ଆସୁଛି। ତେଣୁ ବର୍ତ୍ତମାନ ସମୟ ଆସୁଛି ସେସବୁ ଦେଶ ଏହାକୁ ମନେପକାଇବାର, ଆମେରିକାର ସ୍ୱାର୍ଥକୁ ଦେଖିବାର। ଏଥିପାଇଁ ମୁଁ ମୋ ରାଷ୍ଟ୍ର ସଚିବ, ବାଣିଜ୍ୟକ ସଚିବ, ରାଜସ୍ୱ ସଚିବ ଓ ଆମେରିକା ବାଣିଜ୍ୟକ ପ୍ରତିନିଧିମାନଙ୍କୁ ଏହି ନୂଆ ବାଣିଜ୍ୟକ ନୀତିକୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛି।
previous article:https://purvapaksa.com/delta-jet-flips-upside-down-while-landing-18-injured/
