Forbes Powerful Country List: ଫୋର୍ବସ ୨୦୨୫ ପାଇଁ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ତେବେ ଏଥର ଭାରତ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇନାହିଁ।
ଫୋବର୍ସ ୨୦୨୫ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ୧୦ ଦେଶର ରାଙ୍କିଂ ପ୍ରକାଶ କରିଛି, ଯେଉଁଥିରେ ଭାରତ ନାମ ନାହିଁ। ଅର୍ଥାତ ଭାରତ ଶକ୍ତିଶାଳୀ ଟପ୍ ଟେନ୍ ରାଷ୍ଟ୍ର ତାଲିକାରୁ ବାଦ୍ ପଡ଼ିଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଦେଶ ଯାହାର ଜନସଂଖ୍ୟା ବିଶାଳ, ଯାହା ପାଖରେ ରହିଛି ବିଶ୍ୱର ଚତୁର୍ଥ ବୃହତ୍ତମ ଓ ଶକ୍ତିଶାଳୀ ସେନା ଏବଂ ଯାହାର ଅର୍ଥନୀତି ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛି,ସେଦି ଦେଶର ନାମ ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକାରୁ ବାଦ ପଡ଼ିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
ଫୋବର୍ସ ଅନୁସାରେ ତାଲିକାକୁ US News ଦ୍ୱାରା ସଂକଳିତ ହୋଇଛି ଏବଂ ରାଙ୍କିଂ ପାଇଁ ପାଞ୍ଚଟି ମୁଖ୍ୟ ପାରାମିଟର ବ୍ୟବହାର କରାଯାଇଛି। ଏହି ତାଲିକା ଯେକୌଣସି ଦେଶର ନେତା, ଆର୍ଥିକ ପ୍ରଭାବ, ରାଜନୈତିକ ପ୍ରଭାବ, ଦୃଢ଼ ଅନ୍ତର୍ଜାତୀୟ ମେଣ୍ଟ ଏବଂ ଦୃଢ଼ ସାମରିକ ବାହିନୀ ଆଧାରରେ ପ୍ରସ୍ତୁତ କରାଯାଏ।
ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଏକ ନମ୍ବର କିଏ?
୨୦୨୫ର ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକାରେ କିଏ ଅଛି, ତାହା କହିବା ପାଇଁ ଆପଣଙ୍କୁ କୌଣସି ପୁରସ୍କାର ମିଳିବ ନାହିଁ। କାରଣ ଏହା ସମସ୍ତେ ଜାଣନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଅଙ୍କଲ ସାମ୍ ,ମାନେ ଆମେରିକା । ଯୁକ୍ତରାଷ୍ଟ୍ର $୩୦.୩୪ ଟ୍ରିଲିୟନ ଡଲାର ଜିଡିପି ଓ ୩୪୫ ନିୟୁତ ଜନସଂଖ୍ୟା ସହିତ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍। ୧୯.୫୩ ଟ୍ରିଲିୟନ ଡଲାର ଜିଡିପି ଏବଂ ୧୪୧.୯ କୋଟି ଜନସଂଖ୍ୟା ସହିତ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ରହିଛି ରୁଷ। ଋଷର ଜିଡିପି ୨.୨ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଏହାର ଜନସଂଖ୍ୟା ହେଉଛି ୧୪୪ ନିୟୁତ। ଚତୁର୍ଥ ସ୍ଥାନରେ ୩.୭୩ ଟ୍ରିଲିୟନ ଡଲାର ଜିଡିପି ସହିତ ଇଂଲଣ୍ଡ ରହିଛି। ପଞ୍ଚମ ସ୍ଥାନରେ ଜର୍ମାନୀ,ଷଷ୍ଠ ସ୍ଥାନରେ ଦକ୍ଷୀଣ କୋରିଆ,ସପ୍ତମରେ ଫ୍ରାନ୍ସ,,ଅଷ୍ଟମରେ ଜାପାନ,ନବମ ସ୍ଥାନରେ ସାଉଦି ଆରବ ଓ ଦଶମ ସ୍ଥାନରେ ରହିଛି ଇସ୍ରାଏଲ।
ଭାରତକୁ ବାହାରେ ରଖିବାକୁ ନେଇ ପ୍ରଶ୍ନ
ଭାରତର ବିଶାଳ ଜନସଂଖ୍ୟା, ସାମରିକ ଶକ୍ତି ଏବଂ ଆର୍ଥିକ ପ୍ରଗତିକୁ ଦୃଷ୍ଟିରେ ରଖି, ଏହାକୁ ଏହି ତାଲିକାରୁ ବାହାରେ ରଖିବା ଆଶ୍ଚର୍ଯ୍ୟଜନକ। ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ଥିବା ସତ୍ତ୍ୱେ, ଭାରତକୁ ଏହି ରାଙ୍କିଂରେ ସ୍ଥାନ ଦିଆଯାଇ ନାହିଁ। ଏହା ଅନେକ ବିଶେଷଜ୍ଞ ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି ଯେ ଫୋର୍ବସର ରାଙ୍କିଂ ପଦ୍ଧତି ଭାରତର ପ୍ରଭାବକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରିବାରେ ବିଫଳ ହୋଇଛି।
ରାଙ୍କିଂ ମଡେଲ୍ ଏବଂ ଗବେଷଣା ଦଳ
ଏହି ରାଙ୍କିଂ ମଡେଲ୍ WPPର ଏକ ୟୁନିଟ୍ BAV ଗ୍ରୁପ୍ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଗବେଷଣା ଦଳର ନେତୃତ୍ୱ ନେଇଥିଲେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହ୍ୱାର୍ଟନ୍ ସ୍କୁଲର ପ୍ରଫେସର ଡେଭିଡ୍ ରେବଷ୍ଟାଇନ୍। ଆମେରିକା, ଚୀନ୍ ଏବଂ ରୁଷ ଭଳି ଦେଶମାନେ ସେମାନଙ୍କର ଦୃଢ଼ ସ୍ଥିତି ବଜାୟ ରଖିଛନ୍ତି, ଯେତେବେଳେ ଫୋର୍ବସ୍ ଭାରତ ଭଳି ଉଦୀୟମାନ ଶକ୍ତିକୁ ବାଦ ଦେଇ ସମାଲୋଚନାର ଶିକାର ହୋଇଛି।
Also readhttps://purvapaksa.com/budget-2025-focus-on-msme-and-agriculture/

