ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମାଟ୍ରିକ ପରୀକ୍ଷାର ସମସ୍ତ ବିଷୟର ପାଠ୍ୟକ୍ରମ ବିଦ୍ୟାଳୟସ୍ତରରେ ଚଳିତମାସ ଦ୍ୱିତୀୟ ସୁଦ୍ଧା ଶେଷ ହୋଇଛି।
ବିଦ୍ୟାର୍ଥୀଙ୍କ ସହାୟତା ନିମନ୍ତେ ନମୁନା ପ୍ରଶ୍ନପତ୍ର ‘ପରୀକ୍ଷା ଦର୍ପଣ’ ପୁସ୍ତିକାକୁ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି। ଉକ୍ତ ପୁସ୍ତିକାକୁ ଜିଲା ଶିକ୍ଷାଧିକାରୀଙ୍କ ଦ୍ବାରା ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଯାଇଛି।
‘ପରୀକ୍ଷା ଦର୍ପଣ’କୁ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହାୟତାରେ ପୂର୍ଣ୍ଣ ଉପଯୋଗ କରିପାରିବେ। ଏହା ବିଦ୍ୟାର୍ଥୀଙ୍କ ପରୀକ୍ଷା ନିମନ୍ତେ ବିଶେଷ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପ୍ରତି ଭୟରୁ ନିବୃତ୍ତ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ସହଭାଗିତାରେ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ବୋର୍ଡ ପକ୍ଷରୁ ସମସ୍ତ ବିଷୟରେ ୫ଟି ଲେଖାଏଁ ନମୁନା ପ୍ରଶ୍ନପତ୍ର ସଂଲଗ୍ନ ପୁସ୍ତିକା ପ୍ରସ୍ତୁତ କରାଯାଇଛି।
ଏହି ଉନ୍ମୋଚନ ଉତ୍ସବରେ ଓସେପା ନିର୍ଦେଶକ ଅନନ୍ୟା ଦାଶ, ଅତିରିକ୍ତ ନିର୍ଦ୍ଦେଶକ ନିରୂପା ବେହେରା, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ନୀହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ର ବଜେଟରେ ସରକାରୀ ଋଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇପାରେ: ଗୋଲ୍ଡମ୍ୟାନ୍ ସାକ୍ସ ରିପୋର୍ଟ

