Paris Olympic medals getting discolored: ପ୍ୟାରିସ୍ ଅଲିମ୍ପିକ୍ସ ଗତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଆରମ୍ଭ ହାେଇ ଅଗଷ୍ଟ ମାସ ୧୧ ତାରିଖରେ ଶଷ ହୋଇଥିଲା। ଇତି ମଧ୍ୟରେ ମାତ୍ର ୫ ମାସ ଅତିକ୍ରାନ୍ତ ହୋଇଛି। କିନ୍ତୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ଆୟୋଜକ ଲଜ୍ଜିତ ହୋଇଛନ୍ତି। ପଦକ ଜିତିଥିବା ପ୍ରତିଯୋଗୀମାେନ ପଦକର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାତ୍ବର ୫ ମାସ ମଧ୍ୟରେ ବହୁ ପଦକର ରଙ୍ଗ ବଦଳି ଯାଇଛି। ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ସବୁରୁ ରଙ୍ଗ ଛାଡ଼ୁଛି। ଫଳ ସ୍ୱରୂପ କେବଳ ଆଇଫିଲ ଟାୱାର ଲୁହାଖଣ୍ଡକୁ ପଦକ ବିଜେତାମାେନେ ସାଇତି ରଖିଛନ୍ତି।
- ୫ ମାସରେ ପଦକର ରଙ୍ଗ ବାହାରିଗଲା
- ୧୦୦ ରୁ ଅଧିକ ଖେଳାଳି କରିଛନ୍ତି ଅଭିଯୋଗ
- ଓଲିମ୍ପିକ କମିଟି କହିଛି- ନୂତନ ପଦକ ଦେବେ
ମାତ୍ର ୫ ମାସ ମଧ୍ୟରେ ପ୍ୟାରିସ୍ ଅଲିମ୍ପିକ୍ସ -୨୦୨୪ର ପଦକ ରଙ୍ଗ ଛାଡିବା ଆରମ୍ଭ କରିଛି। ଏଥିରେ ଭାରତର ପଦକ ବିଜେତାଙ୍କ ପଦକ ମଧ୍ୟ ସାମିଲ ରହିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଶୁଟର ମନୁ ଭାକରଙ୍କ ସହ କାଂସ୍ୟ ପଦକ ଜିତିଥିବା ସରବଜୋତ ସିଂହଙ୍କ ପଦକରୁ ରଙ୍ଗ ଛାଡ଼ି ଯାଇଛି। ପାଖା ପାଖି ୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ପଦକକୁ ନେଇ ଅସନ୍ତେଷ ବ୍ୟକ୍ତ କରିଛନ୍ତି। ଦୀର୍ଘ ବର୍ଷର ଅଲିମ୍ପିକ୍ସ ଇତିହାସରେ ପୂର୍ବରୁ ଏଭଳି କେବେ ପଦକକୁ ନେଇ ଆପତ୍ତି ଉଠି ନଥିଲା।
ଫ୍ରାନ୍ସର ଅନଲାଇନ୍ ଗଣମାଧ୍ୟମ ‘ଲା ଲେଟ୍ରେ’ ଅନୁଯାୟୀ, ବିଶ୍ୱର ୧୦୦ରୁ ଅଧିକ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ କମିଟି ନିକଟରେ ପଦକ ଖରାପ ହେବା ନେଇ ଅଭିଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓଏ) ଖରାପ ପଦକ ବଦଳାଇ ନୂଆ ପଦକ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି।
’ମୋନେ ଡି ପ୍ୟାରିସ’ର ଜଣେ ମୁଖପାତ୍ର କହିଛନ୍ତି ଯେ ରଙ୍ଗ ଛାଡ଼ିଥିବା ପଦକଗୁଡ଼ିକ “ତ୍ରୁଟିପୂର୍ଣ୍ଣ” ନୁହେଁ। ଗତ ଅଗଷ୍ଟ ମାସରୁ ଏଭଳି ଅଭିଯୋଗ ଆସୁଛି। ସେବେଠୁ ଆମେ ପଦକ ପରିବର୍ତ୍ତନ କରୁଛୁ। ଆଗକୁ ମଧ୍ୟ ଆମେ ରଙ୍ଗ ଛାଡ଼ୁଥିବା ପଦକ ଆଣି ନୂଆ ପଦକ ପ୍ରଦାନ କରିବୁ।
ପ୍ୟାରିସ୍ ଅଲିମ୍ପିକ୍ସର ପଦକ ଐତିହାସିକ ଆଇଫିଲ ଟାୱାରର ଲୁହା ଖଣ୍ଡରୁ ତିଆରି ହୋଇଥିଲା। ଶେଷଥର ପାଇଁ ଆଇଫିଲ୍ ମରାମତି ହେବା ପରେ ସେଥିରୁ ଅନେକ ଲୁହା ଖଣ୍ଡ ବାହାର କରାଯାଇଥିଲା। ପଦକର ଉପର ଭାଗରେ ପ୍ରାୟ ୧୮ ଗ୍ରାମ ଲୁହାରେ ଏକ ହେକ୍ସାଗନ୍ ତିଆରି କରାଯାଇଥିଲା। ଏହାବ୍ୟତୀତ ଆଇଫିଲ ଟାୱାରକୁ ଆକାର ଦେବା ପାଇଁ ପଦକ ଉପରେ ଥିବା ରିବନକୁ ବିଶେଷ ଭାବେ ଡିଜାଇନ୍ କରାଯାଇଥିଲା।
previous article: https://purvapaksa.com/19-year-old-american-nishesh-basavareddy-gave-24-time-grand-slam-champion-novak-djokovic-a-massive-scare/