Earthquake: ଭୂମିକମ୍ପ ପ୍ରାକୃତିକ କାରଣରୁ ଆସିଥାଏ । କିନ୍ତୁ ବେଳେବେଳେ ପ୍ରବଳ ଭୂମିକମ୍ପ ଯୋଗୁଁ ଧନଜୀବନ ହାନି ହୋଇଥାଏ। ଆପଣ ଜାଣନ୍ତି କି କେତେ ତୀବ୍ରତାରେ ଭୂମିକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼େ?
ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ପ୍ରତିବର୍ଷ ଭୂମିକମ୍ପ ହୁଏ । ଭୂମିକମ୍ପର ତୀବ୍ର ଝଟକା ଯୋଗୁଁ ବଡ଼ ବଡ଼ କୋଠା ମଧ୍ୟ ଭୁଶୁଡ଼ି ପଡ଼ିଛି। ଜାପାନ ସବୁଠାରୁ ଅଧିକ ଭୂମିକମ୍ପ ହୋଇଥିବା ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଜାପାନରେ ଭୂମିକମ୍ପ ପଛରେ ଅନେକ କାରଣ ରହିଛି । ନିକଟରେ ଜାପାନର କ୍ୟୁସୁରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ପୃଥିବୀ ୧୨ଟି ଟେକ୍ଟୋନିକ୍ ପ୍ଲେଟରେ ଅବସ୍ଥିତ । ଏହି ପ୍ଲେଟ୍ ଗୁଡ଼ିକ ଧକ୍କା ହେବା ପରେ ନିର୍ଗତ ଶକ୍ତିକୁ ଭୂମିକମ୍ପ କୁହାଯାଏ। ଭୂକମ୍ପର ତୀବ୍ରତା ଏକ ବେସ୍ ରେ ୧ରୁ ୯ ପର୍ଯ୍ୟନ୍ତ ମାପ କରାଯାଏ ।
ଏବେ ପ୍ରଶ୍ନ ଉଠୁଛି, ଭୂମିକମ୍ପ ହେଲେ କେତେ କୋଠା ଭୁଶୁଡ଼ିବା ଆରମ୍ଭ ହୋଇଥାଏ। ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ୬ରୁ ୬.୯ ତୀବ୍ରତାର ଭୂମିକମ୍ପ ଆସିଲେ କୋଠାଗୁଡ଼ିକର ଭିତ୍ତିଭୂମି ଫାଟିପାରେ। ଏଥିସହ ଉପର ମହଲାର କ୍ଷୟକ୍ଷତି ହୋଇପାରେ।
ଏହାବ୍ୟତୀତ ରିକ୍ଟର ସ୍କେଲରେ ୭ରୁ ୭.୯ ତୀବ୍ରତାର ଭୂମିକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼ିଥାଏ। ୮ରୁ ୮.୯ ପର୍ଯ୍ୟନ୍ତ ଭୂମିକମ୍ପରେ ସୁନାମି ହେବାର ଆଶଙ୍କା ଅଧିକ ରହିଛି, ଯାହା କୋଠା ଘର ଓ ବଡ଼ ପୋଲଗୁଡ଼ିକୁ ଭାଙ୍ଗି ଦେଇପାରେ।
୯ରୁ ଅଧିକ ତୀବ୍ରତାର ଭୂମିକମ୍ପକୁ ବିପର୍ଯ୍ୟୟ ବୋଲି ବିବେଚନା କରାଯାଏ। ଏହି ତୀବ୍ରତାରେ ମନୁଷ୍ୟ ପୃଥିବୀକୁ ବୁଲୁଥିବା ଦେଖିବ । ଏହାବ୍ୟତୀତ ସୁନାମୀ ଯୋଗୁଁ ବଡ଼ ଧରଣର ଧନଜୀବନ ହାନି ହୋଇପାରେ।
ALSO READ: https://purvapaksa.com/this-state-of-india-has-the-highest-number-of-snakes/
ଭାରତର ଏହି ରାଜ୍ୟରେ ରହିଛି ସବୁଠାରୁ ଅଧିକ ସାପ, ଜାଣନ୍ତୁ ସେଥିମଧ୍ୟରୁ କେତେ ବିଷାକ୍ତ