Scam Alert! Mahakumbh: ସୋମବାରଠାରୁ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି ।
୪୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗଦେବେ। ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ମେଳା ପୂର୍ବରୁ ଅନେକ ନକଲି ୱେବସାଇଟ୍ ମେଳା ପାଇଁ ବୁକିଂ ଓ ଦାନ ନାଁରେ ଲୋକଙ୍କୁ ଠକି ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱାଡର ସାଇବର କ୍ରାଇମ ପୋଲିସ ଜନସାଧାରଣଙ୍କୁ ସତର୍କ କରିଛି। ଏଭଳି ନକଲି ୱେବସାଇଟ୍ ପ୍ରତି ଲୋକମାନେ ସତର୍କ ରହିବା ଆବଶ୍ୟକ ବୋଲି ପୁଲିସ କହିଛି।
ଆଡ଼ଭାଇଜରି ଜାରି କଲା ପୋଲିସ
କୁମ୍ଭମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଆସ୍ଥାର ଫାଇଦା ଉଠାଇବା ପାଇଁ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଅନେକ ନକଲି ୱେବସାଇଟ୍, ଲିଙ୍କ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ତିଆରି କରାଯାଇଛି ବୋଲି ପୁଲିସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ର ନଜରକୁ ଆସିଛି। ଫଳରେ ପିମ୍ପରୀ-ଚିଞ୍ଚୱାଡ ସାଇବର ପୁଲିସ ଏଭଳି ଠକେଇ ସମ୍ପର୍କରେ ଲୋକଙ୍କୁ ସତର୍କ କରାଇବା ପାଇଁ ଆଡଭାଇଜରି ଜାରି କରିଛି।
ଠକେଇର ଉପାୟ
ବିଭିନ୍ନ ଉପାୟରେ ଲୋକଙ୍କୁ ଠକେଇ କରାଯାଇପାରେ ବୋଲି ପୁଲିସ କହିଛି। କିଛି ନକଲି ୱେବସାଇଟ୍, ଲିଙ୍କ୍ ଏବଂ ପ୍ଲାଟଫର୍ମ ଦାନ ନାମରେ ଟଙ୍କା ସଂଗ୍ରହ କରିପାରନ୍ତି। ଏହାବ୍ୟତୀତ ସେମାନେ ହୋଟେଲ, ଟେଣ୍ଟ ଓ ଅନ୍ୟାନ୍ୟ ରହିବା ବ୍ୟବସ୍ଥା ନାଁରେ ଠକେଇ କରିପାରନ୍ତି। ଏହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ କିଛି ବ୍ୟବହାରକାରୀଙ୍କୁ ଭାଇରସ୍ ଥିବା ଫାଇଲ୍ ଡାଉନଲୋଡ୍ କରିବାକୁ କହିପାରେ, ଯାହା ହ୍ୟାକରମାନଙ୍କୁ ଉପଭୋକ୍ତାଙ୍କ ଡିଭାଇସକୁ ଆକସେସ୍ ଦେଇପାରେ।
ଠକେଇ ରୋକିବା ପାଇଁ ଏହି ପଦକ୍ଷେପ
କୌଣସି ସନ୍ଦେହଜନକ ୱେବସାଇଟ୍ ଓ ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ ପୁଲିସ ଲୋକଙ୍କୁ ସତର୍କ କରାଇଦେଇଛି। ମେଳା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ କେବଳ ମେଳାର ଅଫିସିଆଲ ୱେବସାଇଟକୁ ଦେଖନ୍ତୁ । ଏହାବ୍ୟତୀତ, କୌଣସି ଅଜଣା କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ସମ୍ବେଦନଶୀଳ ଆର୍ଥିକ ସୂଚନା ଏବଂ ପାସୱାର୍ଡ ଅଂଶୀଦାର କରନ୍ତୁ ନାହିଁ। ସନ୍ଦିଗ୍ଧ ଠକେଇ ହେଲେ ନିକଟସ୍ଥ ଥାନା କିମ୍ବା ସାଇବର କ୍ରାଇମ୍ ହେଲ୍ପଲାଇନ୍ ସହ ଯୋଗାଯୋଗ କରନ୍ତୁ।
ALSO READ: https://purvapaksa.com/why-do-sadhus-and-aghori-baba-keep-long-hair/
କ’ଣ ପାଇଁ ସାଧୁ ଏବଂ ଅଘୋରୀ ବାବା ରଖିଥାନ୍ତି ଲମ୍ବା କେଶ? ଜାଣନ୍ତୁ କ’ଣ କହୁଛି ପୁରାଣ