Metabolism: ମେଟାବୋଲିଜିମକୁ ସ୍ୱାସ୍ଥ୍ୟର ରାଜା କୁହାଯାଏ । ଏହା ଶରୀରକୁ ଶକ୍ତି ଦେବାପାଇଁ କାମ କରିଥାଏ।
ମେଟାବୋଲିଜିମ୍ ସ୍ତର ଯେତେ ଭଲ ହେବ, ଆପଣ ସେତେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବେ। ଦୁର୍ବଳ ମେଟାବୋଲିଜିମ୍ କାରଣରୁ ଥକାପଣ, ମୋଟାପଣ, ଉଚ୍ଚ କୋଲେଷ୍ଟ୍ରଲ ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ ଖାଦ୍ୟ ମେଟାବୋଲିଜିମ୍ ବଢ଼ାଇବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
ଭିଜାଇ ଥିବା ବାଦାମ
ବାଦାମ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏଥିରେ ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ମେଟାବୋଲିଜିମ୍ କୁ ବଢ଼ାଇଥାଏ। ଏଥିପାଇଁ ଆପଣ ଭିଜା ବାଦାମ ସହିତ ସକାଳ ଆରମ୍ଭ କରିପାରିବେ । ଯଦି ଆପଣଙ୍କ ମେଟାବୋଲିଜିମ୍ ହାର ଅଧିକ ଥାଏ, ତେବେ କ୍ୟାଲୋରୀ ଶୀଘ୍ର ଜଳିଯାଏ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ।
ପ୍ରୋଟିନ୍ ଯୁକ୍ତ ଖାଦ୍ୟ
ଜଳଖିଆ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଓଜନ କମାଇବା ପାଇଁ ଅନେକ ଲୋକ ସକାଳ ଜଳଖିଆ ଛାଡି ଦିଅନ୍ତି, କିନ୍ତୁ ଏହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ର କାରଣ ହୋଇପାରେ । ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିବା ପାଇଁ ଆପଣ କ୍ଷୀର, ଅଣ୍ଡା, ପନିର, ସୋୟା, ଡାଲିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ ।
ଅଧିକ ପାଣି ପିଅନ୍ତୁ
ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ଅଧ ଲିଟର ପାଣି ପିଇବା ଦ୍ୱାରା ଘଣ୍ଟାଏ ମଧ୍ୟରେ ମେଟାବୋଲିଜିମ୍ ୩୦ ପ୍ରତିଶତ ବୃଦ୍ଧି ପାଇଥାଏ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇ ଆମ ଶରୀର ଡିହାଇଡ୍ରେଟ୍ ହୁଏ ନାହିଁ ।
ବ୍ୟାୟାମ କରନ୍ତୁ
ପ୍ରତିଦିନ ବ୍ୟାୟାମ କରନ୍ତୁ । ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଶୋଇବା ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ -କମ୍ ନିଦ ହେତୁ ମେଟାବୋଲିଜିମର ସ୍ତର କମିଯାଏ ।
ଗ୍ରୀନ୍ ଟି
ଗ୍ରୀନ୍ ଟିରେ କ୍ୟାଫେନ୍ ଏବଂ କ୍ୟାଟେଚିନ୍ ମିଳିଥାଏ । ଏହା ଆମର ମେଟାବୋଲିଜିମ୍ ବଢାଇଥାଏ ।