Adult Film: ଇଣ୍ଟରନେଟ୍ ଆମ ଜୀବନକୁ ବହୁତ ସହଜ କରିଦେଇଛି ।
ଆମେ ଗୁଗଲରେ କିଛି ବଟନ ଦବାଇଥାଉ ଏବଂ ସବୁ ପ୍ରକାର ସୂଚନା ଆମ ସାମ୍ନାରେ ଥାଏ । ତେବେ ଏହାର ଆମ ଜୀବନରେ ଅନେକ ନାକରତ୍ମକ ପ୍ରଭାବ ମଧ୍ୟ ପଡ଼ୁଛି। ବିଶେଷ କରି ଯୁବପିଢ଼ିଙ୍କ ପାଇଁ। ବାସ୍ତବରେ ଇଣ୍ଟରନେଟ୍ ଯୁବପିଢ଼ିଙ୍କ ପାଇଁ ଅମ୍ଳଜାନ ଭଳି ହୋଇଗଲାଣି। ଛୋଟ ଛୋଟ ଆବଶ୍ୟକତା ପାଇଁ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପଡ଼ୁଛି। ଏହି ସହଜ ଉପଲବ୍ଧତା ସେମାନଙ୍କୁ ଏପରି ଏକ ଦୁନିଆକୁ ନେଇଯାଇଛି ଯେଉଁଠାରେ ସେମାନେ ସେମାନଙ୍କର ରାତିକୁ ରଙ୍ଗୀନ କରୁଛନ୍ତି ।
ଆଜିକାଲିର ସମୟରେ ପର୍ଣ୍ଣୋଗ୍ରାଫିର ଚେର ଏତେ ଗଭୀର ହୋଇଗଲାଣି ଯେ ଇଣ୍ଟରନେଟ ମାଧ୍ୟମରେ ଏହା ପ୍ରତ୍ୟେକ ଘରେ ଘରେ ପହଞ୍ଚିଛି । ଏକ ରିପୋର୍ଟ ଅନୁଯାୟୀ, ୧୧ରୁ ୧୬ ବର୍ଷ ବୟସର ୫୩ ପ୍ରତିଶତ ଯୁବକ ଏହାକୁ ଦେଖିବା ପାଇଁ ଆଗ୍ରହୀ ଅଛନ୍ତି । ଭାରତ ମଧ୍ୟ ଏହି ମାମଲାରେ ପଛରେ ନାହିଁ। ଏହି ଫିଲ୍ମ ଦେଖୁଥିବା ବିଶ୍ୱର ଶ୍ରେଷ୍ଠ ୩୦ ଟି ଦେଶ ମଧ୍ୟରେ ଭାରତ ମଧ୍ୟ ସ୍ଥାନ ପାଇଛି । ଆସନ୍ତୁ ଜାଣିବା ବିଶ୍ୱରେ କେଉଁ ଦେଶ ସବୁଠାରୁ ଅଧିକ ଦେଖାଯାଏ ଆଡଲ୍ଟ ସିନେମା ? ଏହି ତାଲିକାରେ ଭାରତର ସଂଖ୍ୟା କେତେ?
ଫିଲିପାଇନ୍ସ
୨୦୨୩ରେ ଫିଲିପାଇନ୍ସ ବିଶ୍ୱର ସବୁଠାରୁ ଅଧିକ ଏହି ଫିଲ୍ମ ଦେଖୁଥିବା ଦେଶ ତାଲିକାର ଶୀର୍ଷରେ ରହିଥିଲା। ପର୍ଣ୍ଣହବ୍ ର ଏକ ଅଧ୍ୟୟନ ଅନୁଯାୟୀ, ୨୦୨୧ରେ ଫିଲିପାଇନ୍ସର ଲୋକମାନେ ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଅଧିକ ଦେଖିଥିଲେ। ବାସ୍ତବରେ ଜାପାନ, ଫ୍ରାନ୍ସ, ନେଦରଲାଣ୍ଡ ଓ ୟୁକ୍ରେନର ଲୋକଙ୍କ ଅପେକ୍ଷା ଏହି ଦେଶର ନାଗରିକମାନେ ଅଧିକ ସମୟ ଦେଖିବାରେ ବିତାଇଥିଲେ। ଇଣ୍ଟରନେଟ୍ ରେ ପ୍ରତ୍ୟେକ ଭ୍ରମଣ ସମୟରେ ଏଠାକାର ଲୋକମାନେ ହାରାହାରି ୧୧ ମିନିଟ୍ ୩୧ ସେକେଣ୍ଡ ପର୍ଯ୍ୟନ୍ତ ଏହି ଫିଲ୍ମ ଦେଖନ୍ତି।
ପୋଲାଣ୍ଡ
ଇନ୍ସାଇଡର୍ ମଙ୍କି ରିପୋର୍ଟ ଅନୁଯାୟୀ, ୨୦୨୩ରେ ଫିଲ୍ମ ଦେଖିବା କ୍ଷେତ୍ରରେ ପୋଲାଣ୍ଡ ବିଶ୍ୱର ଶ୍ରେଷ୍ଠ ୩୦ଟି ଦେଶ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ସେପ୍ଟେମ୍ବର ୧୯୯୮ରେ ପର୍ଣ୍ଣୋଗ୍ରାଫିକୁ ବୈଧ କରିବା ପାଇଁ ଆଇନରେ ସଂଶୋଧନ କରାଯାଇଥିଲା। ତେବେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଯୌନ ବିଷୟବସ୍ତୁ ଶିଖାଇବା ବା ଦେଖାଇବା ବେଆଇନ। ଏହାବ୍ୟତୀତ ହିଂସା, ଦୁଷ୍କର୍ମ ଭଳି ଦୃଶ୍ୟକୁ ନେଇ ଫିଲ୍ମ ନିର୍ମାଣ କରିବା ମଧ୍ୟ ବେଆଇନ।
ଭାରତ
୨୦୨୩ ପରିସଂଖ୍ୟାନ ଅନୁଯାୟୀ, ଫିଲ୍ମ ଦେଖୁଥିବା ବିଶ୍ୱର ଶ୍ରେଷ୍ଠ ୩୦ ଟି ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ବଢୁଥିବା ଯୌନ ଅପରାଧ ପଛରେ ପର୍ଣ୍ଣୋଗ୍ରାଫି ଏକ ପ୍ରମୁଖ କାରଣ ଏବଂ ୧୮ ବର୍ଷରୁ କମ୍ ବୟସର ଅନେକ ଲୋକ ଏହାର ସଂସ୍ପର୍ଶରେ ଆସିଥାନ୍ତି । ଭାରତ ସରକାର ମଧ୍ୟ ନିଜର ଆଇଟି ଆଇନରେ ପରିବର୍ତ୍ତନ କରି ପର୍ଣ୍ଣୋଗ୍ରାଫି ବିରୋଧରେ ପଦକ୍ଷେପ ନେଇଛନ୍ତି।
ଆମେରିକା
୨୦୨୪ରେ ପର୍ଣ୍ଣହବ୍ ପକ୍ଷରୁ ଏହାର ୱେବସାଇଟ୍ ରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଆମେରିକାରେ ଲୋକମାନେ ପର୍ଣ୍ଣହବ୍ ସାଇଟ୍ କୁ ସର୍ବାଧିକ ପରିଦର୍ଶନ କରିଥିଲେ। ଏଠାକୁ ଆସିଥିବା ଲୋକଙ୍କ ସଂଖ୍ୟା ୩,୧୭୧ ନିୟୁତ ଥିଲା। ଏହା ପରେ ଇଣ୍ଡୋନେସିଆର ୭୬୫ ନିୟୁତ ଲୋକ ପର୍ଣ୍ଣହବ୍ ସାଇଟ୍ ପରିଦର୍ଶନ କରିଥିଲେ। ଏହା ପରେ ବ୍ରାଜିଲ, ଫ୍ରାନ୍ସ, ଫିଲିପାଇନ୍ସ, ଜାପାନ ଓ କାନାଡ଼ାର ଲୋକମାନେ ଆସିଥିଲେ। ଏହି ତାଲିକାରେ ଭାରତ ନବମ ସ୍ଥାନରେ ଥିଲା, ଯେଉଁଠାରେ ୨୮୪ ନିୟୁତ ଲୋକ ପର୍ଣ୍ଣହବ୍ ର ସାଇଟ୍ କୁ ଯାଇଥିଲେ।
ALSO READ: https://purvapaksa.com/india-has-the-worlds-largest-rail-factory/
ଭାରତରେ ଏଇଠି ରହିଛି ବିଶ୍ୱର ସର୍ବବୃହତ ରେଳ ଡବା କାରଖାନା, ବର୍ଷକୁ ୪୦୦୦ରୁ ଅଧିକ ହୁଏ ଉତ୍ପାଦନ