Rudraksha: ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ପବିତ୍ର ବୋଲି ବିବେଚନା କରାଯାଏ ।
ଭଗବାନ ଶିବଙ୍କ ସହ ରୁଦ୍ରାକ୍ଷର ସମ୍ପର୍କ ଥିବାରୁ ଏହା ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମଧ୍ୟ ଅଟେ । ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ଅସୁବିଧାରୁ ରକ୍ଷା ମିଳିଥାଏ। ତେବେ ଏହାକୁ ପିନ୍ଧିବାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଥାଏ । ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ସମୟରେ କ’ଣ ଧ୍ୟାନ ରଖିବା ଉଚିତ ଏବଂ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ।
ରୁଦ୍ରାକ୍ଷ ଏକ ଗଛର ଫଳର ମଞ୍ଜି ଅଟେ । ରୁଦ୍ରାକ୍ଷର ଔଷଧୀୟ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ରହିଛି । ଏହାକୁ ପିନ୍ଧିବା ଦ୍ୱାରା ଆମ ଜୀବନରେ ବିଶେଷ ଫଳ ମିଳିଥାଏ। ରୁଦ୍ରାକ୍ଷ ଅକାଳ ମୃତ୍ୟୁ ଏବଂ ଶତ୍ରୁ ପ୍ରତିବନ୍ଧକରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ କରାଯାଏ । ସମୁଦାୟ ୧୪ଟି ମୁଖୀ ରୁଦ୍ରାକ୍ଷ ରହିଛି। ଏହି ଚଉଦ ମୁଖୀ ରୁଦ୍ରାକ୍ଷ ବ୍ୟତୀତ ଗୌରୀ ଶଙ୍କର ଓ ଗଣେଶ ରୁଦ୍ରାକ୍ଷ ମଧ୍ୟ ଦେଖିବାକୁ ମିଳେ ।
ରୁଦ୍ରାକ୍ଷ ପିନ୍ଧିବା ପାଇଁ ସତର୍କତା
ରୁଦ୍ରାକ୍ଷକୁ ଲାଲ ସୂତା କିମ୍ବା ହଳଦିଆ ସୂତାରେ ପିନ୍ଧନ୍ତୁ। ସେହିପରି ପୂର୍ଣ୍ଣିମା, ଅମାବାସ୍ୟା କିମ୍ବା ସୋମବାର ଦିନ ରୁଦ୍ରାକ୍ଷ ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। ଏହାକୁ ଶ୍ରାବଣ ମାସର ଯେ କୌଣସି ଦିନ ରୁଦ୍ରାକ୍ଷ ପିନ୍ଧିପାରିବେ କାରଣ ଶ୍ରାବଣର ପ୍ରତିଦିନକୁ ଶୁଭ ବୋଲି ବିବେଚନା କରାଯାଏ । ରୁଦ୍ରାକ୍ଷ ୧, ୨୭, ୫୪ ଓ ୧୦୮ ସଂଖ୍ୟାରେ ପିନ୍ଧିବା ଉଚିତ। ଧାତୁ ସହିତ ରୁଦ୍ରାକ୍ଷ ପିନ୍ଧିବା ଆହୁରି ଭଲ ।
ଅନ୍ୟମାନଙ୍କ ପିନ୍ଧିଥିବା ରୁଦ୍ରାକ୍ଷର ମାଳା ପିନ୍ଧନ୍ତୁ ନାହିଁ। ଏଥିସହ ଶୋଇବା ସମୟରେ ରୁଦ୍ରାକ୍ଷକୁ ଖୋଲି ରଖିବା ଆବଶ୍ୟକ। କାରଣ ଏହି ସମୟରେ ଶରୀର ନିସ୍ତେଜ ଓ ଅଶୁଦ୍ଧ ରହିଥାଏ। ଶୋଇବା ବେଳେ ଆମେ କିଛି ଜାଣିପାରିନଥାଉ। ଏହା ଦ୍ୱାରା ରୁଦ୍ରାକ୍ଷ ଭାଙ୍ଗିବା ଭୟ ରହିଥାଏ, ଏଣୁ ଶୋଇବା ପୂର୍ବରୁ ରୁଦ୍ରାକ୍ଷ ଓହ୍ଲାଇ ଦେବା ଉଚିତ।
ତେବେ ଆପଣ ଚାହିଁଲେ ରୁଦ୍ରାକ୍ଷକୁ ତକିଆ ତଳେ ରଖି ଶୋଇପାରିବେ। ଏହା ଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ । ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ତାମସିକ ଭୋଜନ ଓ ମଦ ପାନ ତ୍ୟାଗ କରିବା ଉଚିତ। ମାନ୍ୟତା ରହିଛି ଯେ ଶବ ଯାତ୍ରା ବେଳେ ବା ଶ୍ମଶାନକୁ ଯିବା ସମୟରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ ।
ପ୍ରସୂତି କକ୍ଷ ବା ଯେଉଁଠାରେ ଶିଶୁ ଜନ୍ମ ହୋଇଥାନ୍ତି, ସେଠାକୁ ରୁଦ୍ରାକ୍ଷ ପିନ୍ଧି ଯିବା ଉଚିତ ନୁହେଁ। ସେହିପରି ମହିଳାମାନେ ମାସିକ ଧର୍ମ ସମୟରେ ଏହାକୁ ଧାରଣ କରିବାକୁ ବାରଣ କରାଯାଇଛି। କାରଣ ଏହି ସମୟରେ ଶରୀର ଅଶୁଦ୍ଧ ଥାଏ।
ALSO READ: https://purvapaksa.com/why-do-sadhus-and-aghori-baba-keep-long-hair/
କ’ଣ ପାଇଁ ସାଧୁ ଏବଂ ଅଘୋରୀ ବାବା ରଖିଥାନ୍ତି ଲମ୍ବା କେଶ? ଜାଣନ୍ତୁ କ’ଣ କହୁଛି ପୁରାଣ