- ସବୁ ଆଲୋଚନା, ପର୍ଯ୍ୟାଲୋଚନାର ଅନ୍ତ ଘଟାଇଲେ
ମୁଁ ଏତେ ଦୂରରୁ ଏଠାକୁ ଆସିଛି, କେବଳ ଖେଳିବା ପାଇଁ ଓ ମୋ ଦଳକୁ ଜିତାଇବା ପାଇଁ। ମୁଁ ବାହାରେ ବସିବାକୁ ଆସିନାହିଁ। ମୁଁ ବି ମ୍ୟାଚ୍ ଖେଳିବାକୁ ଚାହୁଁଛି, ଦଳକୁ ଜିତାଇବାକୁ ଚାହୁଁଛି। ୨୦୦୭ରେ ଯେତେବେଳେ ମୁଁ ପ୍ରଥମ କରି ଡ୍ରସିଂ ରୁମ୍କୁ ଆସିଥିଲି, ସେବେଠୁ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ଲକ୍ଷ୍ୟ ରହିଛି, ମୋ ଦଳକୁ ମ୍ୟାଚ ଜିତାଇବି।
ଚଳିତ ବର୍ଡ-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟରୁ ରୋହିତ ଶର୍ମାଙ୍କୁ ବାଦ ଦିଆଯିବା ପରେ ତାଙ୍କ ଅବସରକୁ ନେଇ ଆଶଙ୍କା କରାଯାଉଥିଲା। ଗତ କିଛି ଦିନ ରୋହିତ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଥିଲା କଷ୍ଟକର ସମୟ। ଆଡିଲେଡ, ବ୍ରିସବେନ ଓ ମେଲବର୍ଣ୍ଣ ଟେଷ୍ଟରେ ରୋହିତ ବିଫଳ ହୋଇଥିଲେ। ତାଙ୍କୁ ଦଳରୁ ବାଦ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ସିଡନୀରେ ଖେଳାଯାଉଥିବା ନୂଆ ବର୍ଷ ଟେଷ୍ଟ ପୂର୍ବରୁ ଡ୍ରେସିଂ ରୁମ ଆଲୋଚନାର ପର୍ଦ୍ଦା ଫାସ ହୋଇଥିଲା। ଭାରତୀୟ ଦଳରେ କନ୍ଦର ଚାଲିଥିବା ସନ୍ଦେହ ଏହାପରେ ରୋହିତ ସିଡନୀରେ ଖେଳି ନଥିଲେ। ଏପରିକି ପ୍ରଥମ ୧୫ଜଣଙ୍କ ମଧ୍ୟରେ ତାଙ୍କ ନାମ ନଥିଲା। ସେ ଡ୍ରସିଂ ରୁମ ବାହାରେ ବସି ଖେଳ ଦେଖୁଥିଲେ। ଏସବୁ ଘଟଣା ଭାରତୀୟ କ୍ରିକେଟକୁ ଦୋହଲାଇ ଦେଇଥିଲା। ମାତ୍ର ଆଜି ଦ୍ୱିତୀୟ ଦିବସରେ ରୋହିତ ଷ୍ଟାର ସ୍ପୋର୍ଟ୍ସକୁ ସାକ୍ଷାତକାର ଦେଇଥିଲେ। କହିଥିଲେ ମୁଁ ଫର୍ମରେ ନଥିବାରୁ ନିଜ ଇଛାରେ ଓହରିଯାଇଛି। ଫର୍ମରେ ଥିବା ଖେଳାଳି ମୋ ସ୍ଥାନରେ ଗ୍ରାଉଣ୍ଡକୁ ଓହ୍ଲାଇବା ଆବଶ୍ୟକ। ମୁଁ ଏତିକି କହିବି ଯେ ମୁଁ ଅବସର ନେଇନାହିଁ। ଖୁବ୍ ଶୀଘ୍ର ଫେରିବି।
ରୋହିତ କହିଥିଲେ, ’ମୁଁ ଏତିକି କହିବି ଯେ, ମୁଁ ନିଜ ଇଛାରେ ମ୍ୟାଚରୁ ଓହରିଛି। ଅବସର ନେଇ ନାହିଁ କିମ୍ବା ମୋତେ ବାଦ ଦିଆ ଯାଇନାହିଁ। ମୁଁ ଜାଣିଛି, ମୁଁ ଗୋଟିଏ ପଦ କହିବି, ଗଣମାଧ୍ୟ ୫୦ପଦ ଲେଖିବ। କୋଚ ଓ ଟିମ ମ୍ୟାନେଜମେଣ୍ଟ ସହ ମୋର ଆଲୋଚନା ଅତ୍ୟନ୍ତ ସରଳ ରହିଥିଲା। ମୁଁ ଫର୍ମରେ ନାହିଁ, ମୋ ବ୍ୟାଟରୁ ରନ ବାହାରୁନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ତେଣୁ ଫର୍ମରେ ଥିବା ଖେଳାଳିଙ୍କୁ ଅଗ୍ରାଧିକାର ମିଳିବା ଆବଶ୍ୟକ। ତେଣୁ ମୋ ମନରେ ଏହି ସରଳ ଚିନ୍ତାଧାରା ଥିଲା ଯେ, ଆମେ ଫର୍ମ ବାହାରେ ଥିବା ଖେଳାଳିଙ୍କୁ ଖଳାଇବା ଠିକ ହେବ ନାହିଁ। ମୋ ମନରେ ଚାଲିଥିବା କଥାକୁ ମୁଁ କୋଚ ଓ ଚୟନକର୍ତ୍ତାଙ୍କୁ ଜଣାଇଥିଲି। ସେମାନେ ମୋ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେମାନେ କହିଲେ ଯେ ତୁମେ ଏତେ ବର୍ଷ ଧରି ଖେଳୁଛ, ତୁମେ ହିଁ ତୁମ ଖେଳର ଶ୍ରେଷ୍ଠ ବିଚାରକ । ଅବଶ୍ୟ ମୋର ଏହି ନିଷ୍ପତ୍ତି କଷ୍ଟକର ଥିଲା। ମାତ୍ର ଏହା ଦଳର ସ୍ୱାର୍ଥ ପାଇଁ ଠିକ୍ ଥିଲା ବୋଲି ଅନୁଭବ କରୁଛି। ମୁଁ ଅଧିକ କିଛି ଚିନ୍ତା କରୁନାହିଁ। ଦଳ ଯାହା ଆବଶ୍ୟକ କରୁଛି, ମୋତେ ତାହା କରିବା ଆବଶ୍ୟକ।
ଏହା କୌଣସି ଅବସର ନିଷ୍ପତ୍ତି ନୁହେଁ କିମ୍ବା ମୁଁ ନିଜକୁ କ୍ରିକେଟଠୁ ଦୂରେଇ ରଖିବାକୁ ଚାହୁଁଛି। ମୁଁ ମ୍ୟାଚ୍ରୁ ଓହରିଛି, କାହିଁକି ନା ମୋ ବ୍ୟାଟ୍ରୁ ରନ ବାହରୁ ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ କି ଆଜି ଫର୍ମ ନାହିଁ ମାନେ ଆଗକୁ ଫର୍ମ ଫେରିବ ନାହିଁ। ମୁଁ ଦୀର୍ଘ ଦିନ ହେଲା ସର୍ବୋଚ୍ଚ କ୍ରିକେଟ ଖେଳୁଛି। ପ୍ରତି ମୂହୁର୍ତ୍ତରେ ସମୟ ବଦଳିବ। ଖୁବ୍ ଶୀଘ୍ର ସମୟ ବଦଳିବ ଓ ମୋ ବ୍ୟାଟ ପୁଣି କଥା କହିବ। ଏତିକି ବିଶ୍ୱାସ ମୋର ରହିଛି।
ମୁଁ ଏତେ ଦୂରରୁ ଏଠାକୁ ଆସିଛି, କେବଳ ଖେଳିବା ପାଇଁ ଓ ମୋ ଦଳକୁ ଜିତାଇବା ପାଇଁ। ମୁଁ ବାହାରେ ବସିବାକୁ ଆସିନାହିଁ। ମୁଁ ବି ମ୍ୟାଚ୍ ଖେଳିବାକୁ ଚାହୁଁଛି, ଦଳକୁ ଜିତାଇବାକୁ ଚାହୁଁଛି। ୨୦୦୭ରେ ଯେତେବେଳେ ମୁଁ ପ୍ରଥମ କରି ଡ୍ରସିଂ ରୁମ୍କୁ ଆସିଥିଲି, ସେବେଠୁ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ଲକ୍ଷ୍ୟ ରହିଛି, ମୋ ଦଳକୁ ମ୍ୟାଚ ଜିତାଇବି। କିନ୍ତୁ ବେଳେ ବେଳେ ଦଳ ପାଇଁ ଭାବିବାକୁ ପଡ଼ିବ, ଦଳର ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ହେବ। ଦଳକୁ ଆଗରେ ନରଖିବା ମୁର୍ଖାମୀର ପରିଚୟ। ଏହା ସତ ଯେ ମୋ ବ୍ୟାଟରୁ ରନ ବାହରୁ ନଥିଲା। ଫର୍ମରା ନଥିବା ଖେଳାଳିଙ୍କ ଏକାଦଶରେ ଦୀର୍ଘ ଦିନ ଧରି ରଖିହେବ ନାହିଁ। ବର୍ତ୍ତମାନ ଦଳ କଣ ଆବଶ୍ୟକ କରୁଛି, ତାହା ମୋ ପାଇଁ ବୁଝିବା ଜରୁରି ଥିଲା। ତେଣୁ ନିଜକୁ ଏକାଦଶରୁ ବାହାର କରିବାକୁ ନିଷ୍ପତ୍ତି ନେଲି।
ଜଣେ ମାଇକ, ଲାପଟପ କିମ୍ବା କଲମ ଧରି ବସିବ, ଯାହା ଚାହିଁବ ତାହା କହି ପାରିବ ବା ଲେଖି ପାରିବ। କିନ୍ତୁ ସେମନାଙ୍କ ମନ୍ତବ କିମ୍ବା ଲେଖା ଦ୍ୱାରା ମୋ ଜୀବନ ବଦଳିଯିବ ନାହିଁ। କାଗଜ କଲମରେ କିଏ କଣ ଲେଖିଦେଲେ ମୋ କ୍ୟାରିୟର ଶେଷ ହୋଇଯିବାନହିଁ। କେତେବେଳେ ମୁଁ ବସିବା ଆବଶ୍ୟକ, କେତେବେଳେ ମୁଁ ଅଧିନାୟକ ଦାୟିତ୍ୱ ଚାଡ଼ିବା ଆବଶ୍ୟକ ତାହା ମୁଁ କିମ୍ବା ଟିମ ମ୍ୟାନେଜମେଣ୍ଟ ଓ ଚୟନ କର୍ତ୍ତା ନିଷ୍ପତ୍ତି ନେବେ। କାହା କଥାରେ କିମ୍ବା ଲେଖାରେ ସବୁ ହୋଇପାରିବ ନାହିଁ। ମୁଁ ଜଣେ ପରିପକ୍ୱ ବ୍ୟକ୍ତି ଓ ଦୁଇଟି ପିଲାଙ୍କ ବାପା। ମୋ ନିକଟରେ ଯଥେଷ୍ଟ ଜ୍ଞାନଓ ଅଭିଜ୍ଞତା ରହିଛି। ମୋ ଜୀବନରେ କଣ କରିବା ଆବଶ୍ୟକ ତାହା ମୁଁ ନିଷ୍ପତ୍ତି ନେଇ ପାରିବି।’’
ରୋହିତଙ୍କ ଏହି ସାକ୍ଷାତକାର ସବୁ ଆଲୋଚନାରେ ପୂର୍ଣ୍ଣଛେଦ ଲଗାଇଥିଲା। ସେ ଆଜି ଖେଳ ଆରମ୍ଭ ହେବା ପୂର୍ବରୁ ସାଥୀ ଖେଳାଳିମାନଙ୍କ ସହ ଆଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମୁହଁରେ ପୂର୍ବ ଭଳି ହସ ଫୁଟିଥିଲା। ରୋହିତଙ୍କ ନିକଟରେ ଏବେ ବହୁ ଖେଳ ବାକି ରହିଛି। ତାହା ସମସ୍ତେ ଜାଣନ୍ତି। ଆଗକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ରହିଛି। ରୋହିତଙ୍କ ନେତୃତ୍ୱରେ ଭାରତ ଆଉ ଏକ ଟ୍ରଫଇ ଜିତିବ ବୋଲି କ୍ରିକେଟ ପ୍ରେମୀ ଆଶା ବାନ୍ଧି ବସିଛନ୍ତି।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ମଧ୍ୟ ଚୂଡ଼ାନ୍ତ ହୋଇନାହିଁ। କେବଳ ଦକ୍ଷିଣ ଆଫ୍ରିକା ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛି। ଭାରତ ଏବେବି ଦୌଡ଼ରେ ରହିଛି। ତେଣୁ ରୋହିତଙ୍କ ଉପସ୍ଥିତି ଦଳ ପାଇଁ ବେଶ ଆବଶ୍ୟକ ପଡ଼ିବ।
previous article: https://purvapaksa.com/bumrah-leads-india-as-rohit-chooses-to-rest-in-sydney/
ରୋହିତଙ୍କୁ ନେତୃତ୍ୱରୁ ହଟାଇବା ପାଇଁ ବହୁ ପୂର୍ବରୁ ଚାଲିଥିଲା ଷଡ଼ଯନ୍ତ୍ର