Why Women Feel More Cold: ଘରେ ହେଉ ବା ବାହାରେ, ଆପଣ ହୁଏତ ଧ୍ୟାନ ଦେଇଥିବେ ଯେ ଝିଅମାନେ ପୁଅମାନଙ୍କ ଅପେକ୍ଷା ଅଧିକ ଥଣ୍ଡା ଅନୁଭବ କରନ୍ତି ।
ସେମାନେ ଯେତେ ସ୍ତରର ଡ୍ରେସ ପିନ୍ଧନ୍ତି ନା କାହିଁକି, ତଥାପି ତାଙ୍କୁ ଅଧିକ ଶୀତ ଲାଗିଥାଏ । କିନ୍ତୁ ଏହା ପୁଅମାନଙ୍କ ସହିତ ହୁଏ ନାହିଁ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଝିଅମାନେ ପୁଅମାନଙ୍କ ଅପେକ୍ଷା ଅଧିକ ଥଣ୍ଡା କାହିଁକି ଅନୁଭବ କରନ୍ତି? ଏହା ପଛର ପ୍ରକୃତ କାରଣ ଡାକ୍ତରଙ୍କଠାରୁ ଜାଣିବା ।
ମାଂସପେଶୀ ଜନିତ କ୍ଷତି :
ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଶରୀରରେ କମ୍ ମାଂସପେଶୀ ଥାଏ, ଯେଉଁ କାରଣରୁ ସେମାନେ ଅଧିକ ଥଣ୍ଡା ଅନୁଭବ କରିଥାନ୍ତି । ପୁରୁଷଙ୍କ ଶରୀରରେ ମହିଳାଙ୍କ ଶରୀର ତୁଳନାରେ ୬-୧୧ ପ୍ରତିଶତ ଅଧିକ ଚର୍ବି ଥାଏ । ଯେଉଁଥି ପାଇଁ ସେମାନଙ୍କ ଶରୀର ଗରମ ରହିଥାଏ । ଏହା ସହ ଶୀତ ଦିନରେ ସବୁଆଡେ ବୁଲିବାରେ ମଧ୍ୟ ସକ୍ଷମ ହୋଇଥାଆନ୍ତି । ଯାହା ମହିଳାମାନଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନଥାଏ ।
ଲୋ ମେଟାବୋଲିକ୍ ରେଟ୍ :
ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ମେଟାବୋଲିକ୍ ହାର କମ୍ ଥାଏ, ଯେଉଁଥି ପାଇଁ ସେମାନେ ଅଧିକ ଥଣ୍ଡା ଅନୁଭବ କରନ୍ତି । ଯେଉଁମାନଙ୍କର ମେଟାବୋଲିଜିମ୍ ସ୍ଲୋ ହୋଇଥାଏ, ସେହିମାନଙ୍କୁ କମ୍ ଗରମ ଲାଗିଥାଏ । ଏହି ସ୍ଥିତିରେ ପୁରୁଷମାନଙ୍କ ଠାରେ ମେଟାବୋଲିଜିମ୍ ହାର ବେସ୍ ଭଲ ଥାଏ, ଯାହା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ ।
ପ୍ରୋଜେଷ୍ଟେରନ୍ ହରମୋନ୍ :
ପ୍ରୋଜେଷ୍ଟେରନ୍ ହରମୋନ୍ ମହିଳାମାନଙ୍କ ଶରୀରରେ ଅଧିକ ଉତ୍ପନ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଏହାସହ ଜାଣି ରଖନ୍ତୁ ଯେ ଶରୀରର କିଛି ଅଂଶରେ ରକ୍ତ ସଠିକ୍ ଭାବରେ ପ୍ରଭାବିତ ହୁଏନାହିଁ ଯେଉଁ କାରଣରୁ ଅଧିକ ଥଣ୍ଡା ଅନୁଭବ ହୁଏ ।
ALSO READ: https://purvapaksa.com/traibal-marriage/