ନିର୍ମାଣ ହେଉଛି ଅସ୍ଥାୟୀ ସହର
ଇତିହାସ ରଚିବ ସମାବେଶ
ପବିତ୍ର ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ମିଳନ ହେଉଥିବା ସ୍ଥାନରେ ପ୍ରତି ୧୨ ବର୍ଷରେ ଥରେ ଧାର୍ମିକ ପବିତ୍ରତା ଏବଂ ରୀତିନୀତି ସ୍ନାନର ହଜାର ହଜାର ବର୍ଷ ପୁରୁଣା ପବିତ୍ର କାର୍ଯ୍ୟକ୍ରମ ଚାଲୁ ଆସୁଛି । ଏଥର ଆସନ୍ତା ଜାନୁଆରି ମାସରେ ହେବାକୁ ଯାଉଛି ଏହି ବିଶାଳ କୁମ୍ଭ ମେଳା। ଏଥର ମେଳାରେ ପ୍ରାୟ ୪୦୦ ନିୟୁତ ବା ୪୦ କୋଟି ତୀର୍ଥଯାତ୍ରୀ ସଙ୍ଗମରେ ସ୍ନାନ କରିବେ ବୋଲି ଆଶା କରାଯାଉଛି। ଯାହାକି ଆମେରିକା ଓ କାନାଡାର ମିଳିତ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ। ଭାରତର ପବିତ୍ର ନଦୀ ଗୁଡ଼ିକ ବ୍ୟତୀତ ଏକ ହିନ୍ଦୁ ଧାର୍ମିକ ପର୍ବ ପାଇଁ ଏକ ଅସ୍ଥାୟୀ ସହର ନିର୍ମାଣ କରାଯାଉଛି ଯାହା ଏତେ ବିଶାଳ ହେବ ଯେ ଏହା ମହାକାଶରୁ ଦେଖାଯିବ, ଯାହା କି ଇତିହାସର ସର୍ବବୃହତ ସମାବେଶ ହେବ।
୬ ସପ୍ତାହ ଧରି ଚାଲିବାକୁ ଥିବା କୁମ୍ଭମେଳାରେ ଭାରତୀୟ କର୍ତ୍ତୃପକ୍ଷ ୪୦୦ ନିୟୁତ ତୀର୍ଥଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରୟାଗରାଜର ନଦୀଗୁଡ଼ିକରେ ଗୋଟିଏ ପରେ ଗୋଟିଏ ଲାଇନ୍ ପଣ୍ଟୁନ୍ ବ୍ରିଜ୍ ରହିଛି। ଆସନ୍ତା ଜାନୁଆରି ୧୩ ତାରିଖରୁ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଏହି ବୃହତ ଧାର୍ମିକ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଯାହାକି ବିଶେଷ ଭାବେ ଗ୍ରହନକ୍ଷତ୍ର ଚଳନ ଅନୁସାରେ ସାମଞ୍ଜସ୍ୟ ରହୁଛି। ବିଶ୍ୱର ଏହି ବୃହତ ମେଳାକୁ ସଫଳ ଆୟୋଜନ ପାଇଁ ଦିନରାତି ଏକ କରିଦେଇଛନ୍ତି ମେଳା କମିଟି, ସରକାରୀ କର୍ତ୍ତୃପକ୍ଷ।
୪ ହଜାର ହେକ୍ଟର (୧୫ ବର୍ଗ ମାଇଲ) ପରିମିତ ଏକ ସ୍ଥାନରେ ଦିନରାତି ପରିଶ୍ରମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଅନ୍ୟତମ ବାବୁ ଚାନ୍ଦ ବିଦ୍ୟୁତ କେବୁଲ ପାଇଁ ଖାଲ ଖୋଳିବା ତାଙ୍କ କପାଳରୁ ଝରି ପଡୁଥିଲା ଝାଳ ବିନ୍ଦୁ। ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଆସିବାକୁ ଯାଉଥିବା ଏହି ମେଳା ପାଇଁ ସେ ଏକ ମହତ ଉଦ୍ଦେଶ୍ୟରେ କାମ କରୁଛନ୍ତି ବୋଲି ୪୮ ବର୍ଷୀୟ ଚାନ୍ଦ ଏଏଫପିକୁ କହିଛନ୍ତି। ଏପରି ଏକ ପବିତ୍ର କାର୍ଯ୍ୟ ପାଇଁ ମୋର ଏହି ପରିଶ୍ରମ ଏକ ଛୋଟିଆ ଅବଦାନ ବୋଲି ମୁଁ ଅନୁଭବ କରୁଛି ବୋଲି ସେ କହିଛନ୍ତି।
ଶୁଦ୍ଧ ବିଶ୍ୱାସ
ଉତ୍ତର ପ୍ରଦେଶରେ ଥିବା ପ୍ରୟାଗରାଜ, ଯାହାକୁ ପୂର୍ବରୁ ଏହ୍ଲାବାଦ କୁହାଯାଉଥିଲା, ବନ୍ୟା ଭୂମିରେ ମ୍ୟାନହାଟନର ଦୁଇ ତୃତୀୟାଂଶ ଅଞ୍ଚଳରେ ଏକ ବିଶାଳ ଟେଣ୍ଟ ସିଟି ନିର୍ମାଣ କରାଯାଉଛି । ମହୋତ୍ସବର ମୁଖପାତ୍ର ବିବେକ ଚତୁର୍ବେଦୀ କହିଛନ୍ତି, ପ୍ରାୟ ୩୫ରୁ ୪୦ କୋଟି ଶ୍ରଦ୍ଧାଳୁ ମେଳାକୁ ଆସୁଛନ୍ତି, ତେଣୁ ସେଥିପାଇଁ କେତେ ପରିମାଣରେ ପ୍ରସ୍ତୁତି ଚାଲିଛି ତାହା କଳ୍ପନା କରିପାରୁଥିବେ। କୁମ୍ଭ ପାଇଁ ପ୍ରସ୍ତୁତି ଏକ ନୂତନ ଦେଶ ପ୍ରତିଷ୍ଠା ସଦୃଶ ହୋଇଛି। ଯେଉଁଥିପାଇଁ ରାସ୍ତା, ଆଲୋକ, ବାସଗୃହ ଏବଂ ସ୍ୱେରେଜ୍ ଆବଶ୍ୟକତା ରହିଛି। ଏହି ମେଳାକୁ ଅନନ୍ୟ କରିଥାଏ ତାହା ହେଉଛି ଏହାର ବ୍ୟାପକତା ଏବଂ ବିନା ନିମନ୍ତ୍ରଣରେ ସମସ୍ତେ ଶୁଦ୍ଧ ବିଶ୍ୱାସରେ ଏଠାକୁ ଛୁଟି ଆସନ୍ତି ବୋଲି ଚତୁର୍ବେଦୀ ଏଏଫ୍ ପିକୁ କହିଛନ୍ତି।
ପୃଥିବୀର କୌଣସି ସ୍ଥାନରେ ଏତେ ପରିମାଣର ଜନ ସମାଗମ ଦେଖିବାକୁ ମିଳେ ନାହିଁ, ଏପରିକି ଏହାର ଏକ ଦଶମାଂଶ ବି ଦେଖିବାକୁ ମିଳିବ ନାହିଁ। ପ୍ରାୟ ୧.୮ ନିୟୁତ ମୁସଲମାନ ସାଉଦି ଆରବର ମକ୍କାକୁ ବାର୍ଷିକ ହଜ୍ ଯାତ୍ରାରେ ଅଂଶଗ୍ରହଣ କରନ୍ତି । ଚତୁର୍ବେଦୀଙ୍କ ଏପରି ମନ୍ତବ୍ୟ ମନକୁ ଆଶ୍ଚର୍ଯ୍ୟ କରିଛି। ପାଖାପାଖି ୧୫୦,୦୦୦ ଶୌଚାଳୟ ନିର୍ମାଣ କରାଯାଇଛି, ୬୮,୦୦୦ ଏଲଇଡି ଆଲୋକ ଖୁଣ୍ଟ ନିର୍ମାଣ କରାଯାଇଛି ଏବଂ ଗୋଷ୍ଠୀ ରୋଷେଇ ଘର ଏକା ସାଙ୍ଗରେ ୫୦,୦୦୦ ଲୋକଙ୍କୁ ଖାଇବାକୁ ଦେଇପାରିବ । ଧାର୍ମିକ ପ୍ରସ୍ତୁତି ସହିତ ପ୍ରୟାଗରାଜରେ ଭିତ୍ତିଭୂମିର ବଡ଼ ଧରଣର ପରିବର୍ତ୍ତନ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଶାଳ ପୋଷ୍ଟର ସହରରେ ଦେଖିବାକୁ ମିଳିଛି।ଉଭୟ ଶାସକ ହିନ୍ଦୁ-ଜାତୀୟତାବାଦୀ ଭାରତୀୟ ଜନତା ପାର୍ଟି (ବିଜେପି)ର ହୋଇଥିବାବେଳେ ରାଜନୀତି ଓ ଧର୍ମ ଗଭୀର ଭାବରେ ଜଡ଼ିତ ହୋଇଛି।
ଅମରତ୍ୱର ଅମୃତ
କୁମ୍ଭ ମେଳା ଏକ ପ୍ରାଚୀନ ମେଳା, ଯାହାର ଉତ୍ପତ୍ତି ହିନ୍ଦୁ ପୁରାଣରେ ରହିଛି । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ନଦୀର ସଙ୍ଗମସ୍ଥଳରେ ସ୍ନାନ କଲେ ସେମାନଙ୍କ ପାପ ସଫା ହେବ ଏବଂ ସେମାନଙ୍କୁ “ମୋକ୍ଷ” ପ୍ରାପ୍ତିରେ ସାହାଯ୍ୟ କରିବ ଏବଂ ସେମାନଙ୍କୁ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତ କରିବ । କିମ୍ବଦନ୍ତୀ ଅନୁଯାୟୀ, ଦେବତା ଓ ରାକ୍ଷସମାନେ ଅମରତ୍ୱର ଅମୃତ ଥିବା ଏକ ଘୋଡ଼ା ବା “କୁମ୍ଭ” ଉପରେ ଲଢ଼େଇ କରିଥିଲେ ।
ଯୁଦ୍ଧ ସମୟରେ ପୃଥିବୀ ପୃଷ୍ଠରେ ୪ଟି ବୁନ୍ଦା ଖସି ପଡ଼ିଥିଲା। ସେଥିମଧ୍ୟରୁ ପ୍ରୟାଗରାଜରେ ଗୋଟିଏ ବୁନ୍ଦା ପଡ଼ିଥିଲା। ଅନ୍ୟ ତିନୋଟି ସହର ହରିଦ୍ୱାର, ନାସିକ ଏବଂ ଉଜ୍ଜୈନରେ ପଡ଼ିଥିଲା। ଯେଉଁଠାରେ ଅନ୍ୟ ବର୍ଷଗୁଡ଼ିକରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । କିନ୍ତୁ ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ମେଳା ସବୁଠାରୁ ବଡ଼। ଆୟୋଜକ କର୍ତ୍ତୃପକ୍ଷ ଏହାକୁ ମହାନ ବା ‘ମହା’ କୁମ୍ଭମେଳା ବୋଲି କହୁଛନ୍ତି। କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ୨୦୧୯ରେ ପ୍ରୟାଗରାଜରେ ଶେଷ କୁମ୍ଭ ମେଳାରେ ୨୪୦ ନିୟୁତ ଶ୍ରଦ୍ଧାଳୁ ଆସିଥିଲେ, କିନ୍ତୁ ଏହା ଥିଲା ଛୋଟ “ଅର୍ଦ୍ଧ” ବା ଅଧା ପର୍ବ, ଯାହା ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନ ପାଇଥିଲା ।
୬୯ ବର୍ଷୀୟ ଐତିହାସିକ ହେରମ୍ବ ଚତୁର୍ବେଦୀ କହିଛନ୍ତି, ଯେତେବେଳେ ଆପଣ କୁମ୍ଭ ବିଷୟରେ କଥା ହୁଅନ୍ତି, ସେତେବେଳେ ଆପଣଙ୍କୁ ଜ୍ୟୋତିର୍ବିଜ୍ଞାନ ବିଷୟରେ କହିବାକୁ ପଡ଼ିଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ବୃହସ୍ପତି ଗୋଟିଏ ବର୍ଷରେ ଗୋଟିଏ ରାଶିକୁ ପରିକ୍ରମା କରନ୍ତି। ତେଣୁ ଯେତେବେଳେ ଏହା ୧୨ଟି ରାଶି ପୂରଣ କରେ, ସେତେବେଳେ ତାହା ହେଉଛି କୁମ୍ଭ। ସେ କହିଛନ୍ତି ଯେ, ମେଳର ମୂଳ ଉଦ୍ଦେଶ୍ୟ ହେଉଛି ଜ୍ଞାନୀ ଓ ବିଦ୍ୱାନ, ଗରିବ ଓ ଅସହାୟଙ୍କୁ ଦାନ ଦେବା।
ନାଗା ସାଧୁ
ବର୍ତ୍ତମାନ ବି କିଛି ତୀର୍ଥଯାତ୍ରୀ ପହଞ୍ଚି ସାରିଛନ୍ତି, ଯେଉଁଥିରେ ଲଙ୍ଗଳା ନାଗା ସାଧୁମାନେ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ସାଧାରଣତଃ ଧ୍ୟାନ ପାଇଁ ଉତ୍ସର୍ଗୀକୃତ ଦୁର୍ଗମ ପର୍ବତ ଏବଂ ଜଙ୍ଗଲରୁ ସପ୍ତାହେ ଧରି ଚାଲି ଚାଲି ଆସିଛନ୍ତି । ଜାନୁଆରି ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ୬ଟି ପବିତ୍ର ସ୍ନାନ ତିଥିରେ ସେମାନେ ସକାଳୁ ଥଣ୍ଡା ନଦୀ ଜଳରେ ପ୍ରବେଶ କରିବେ। ନାଗ ସାଧୁ ଦିଗମ୍ବର ରମେଶ ଗିରି (୯୦) ଯିଏ କି ତାଙ୍କ ଲମ୍ବା କେଶରେ ତାଙ୍କ ଶରୀରକୁ ଆବୃତ କରି ରଖିଛନ୍ତି, କହିଛନ୍ତି ଯେ, ମୁଁ ଏଠାକୁ ଜନସାଧାରଣଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଛି। “ତୁମେ ତୁମ ହୃଦୟରେ ଯାହା ଚାହୁଁଛ ତାହା କୁମ୍ଭରେ ପାଇ ପାରିବ ବୋଲି ସେ କୁହନ୍ତି।
previous article:https://purvapaksa.com/fresh-violence-erupts-in-manipur/
