Sitting risks: ଅଫିସରେ ଲୋକମାନେ ଅଧିକ କାର୍ଯ୍ୟ କରିବାର ଚାପରେ ଘଣ୍ଟା ଘଣ୍ଟା ଧରି ନିଜ ଆସନରେ ବସି ରହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ପୂରଣ କରନ୍ତି ।
ଏହାକୁ ଏକ ଅଭ୍ୟାସ ବା ବାଧ୍ୟତାମୂଳକ ବୋଲି କହିପାରିବା । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି କରିଥାଏ। ଦୀର୍ଘ ଘଣ୍ଟା ଧରି ବସିବା କାରଣରୁ ବେକ ଏବଂ ପିଠି ଯନ୍ତ୍ରଣା ସାଧାରଣ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଭ୍ୟାସ ଆପଣଙ୍କୁ କର୍କଟ ଭଳି ବିପଦରେ ପକାଇପାରେ । ଏପରି ଲୋକଙ୍କଠାରେ ହୃଦ୍ରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁଯାୟୀ, ବହୁତ ସମୟ ବସି ରହିବା ଆମର ଶାରିରୀକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ । ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ମେଦବହୁଳତା ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ବିପଦ ବଢିଥାଏ ।
ମାଂସପେଶୀ ଓ ହାଡ଼ ଉପରେ ପ୍ରଭାବ:
ଦୀର୍ଘ ସମୟ ଧରି ବସିବା ଦ୍ବାରା ମାଂସପେଶୀ ଦୁର୍ବଳ ହୋଇଯାଏ । ବିଶେଷ ଭାବରେ ପିଠି ଓ ପେଟର ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ । ଏହି କାରଣରୁ ପିଠି ଯନ୍ତ୍ରଣା ଓ ମାଂସପେଶୀରେ ଯନ୍ତ୍ରଣା ହୋଇପାରେ । ସେହିପରି ଆପଣଙ୍କ ବସିବାର ଭୁଲ୍ ଅବସ୍ଥା ମେରୁଦଣ୍ଡ ଓ ବେକରେ ଯନ୍ତ୍ରଣା କିମ୍ବା ଅନ୍ୟ ସମସ୍ୟା ସୃଷ୍ଟି କରିପାରେ ।
ମେଦବହୁଳତା:
ଯେତେବେଳେ ଆପଣ ଅଧିକ ସମୟ ଧରି ବସି ରୁହନ୍ତି, ଶରୀରର କମ୍ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହା ଆପଣଙ୍କ ଓଜନ ବୃଦ୍ଧି ଘଟାଇପାରେ । ଶରୀରରେ ଚର୍ବି ଜମା ହେବା ଆରମ୍ଭ କରେ ଓ ମୋଟାପଣର କାରଣ ହୋଇଥାଏ । ଓଜନ ବଢିବା ଦ୍ବାରା ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଅନ୍ୟାନ୍ୟ ମେଟାବୋଲିସ ସମସ୍ୟାର ହେବାର ଆଶଙ୍କା ବଢିଥାଏ ।
ହୃଦରୋଗ ଆଶଙ୍କା:
ଅଧିକ ସମୟ ବସିବା ଦ୍ବାରା ହୃଦରୋଗ ଆଶଙ୍କା ମଧ୍ୟ ବୃଦ୍ଧି ପାଏ । ଘଣ୍ଟା ଘଣ୍ଟା ଧରି ବସିବା ଫଳରେ ରକ୍ତ ପ୍ରବାହ ଧୀମା ହୋଇଯାଏ ଯେଉଁ କାରଣରୁ ଧମନୀରେ ଚର୍ବି ଜମା ହୋଇପାରେ । ଏହି କାରଣରୁ ରକ୍ତ ସଞ୍ଚାର ପ୍ରଭାବିତ ହୋଇପାରେ ଏବଂ ହାର୍ଟଆଟାକ୍ ଓ ଷ୍ଟ୍ରୋକ ଭଳି ବିପଦ ବଢିଥାଏ ।
ଡାଇବେଟିସ୍ ଆଶଙ୍କା:
ଲଗାତାର ଅଧିକ ସମୟ ଯାଏଁ ବସି ରହିଲେ ଶରୀରରେ ଇନସୁଲିନ ସମ୍ବେଦନଶୀଳତା କମ୍ ହୋଇଯାଏ । ଯେଉଁଥିପାଇଁ ରକ୍ତରେ ଶର୍କରା ସ୍ତର ବଢିପାରେ । ଫଳରେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ ବଢିଯାଏ ।
ମାନସିକ ସ୍ବାସ୍ଥ୍ୟ:
ଅଧିକ ସମୟ ବସି ରହିଲେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହି କାରଣରୁ ଚାପ, ଅବସାଦ ଓ ଚିନ୍ତା ଭଳି ମାନସିକ ସମସ୍ୟା ହୋଇପାରେ । ଶାରିରୀକ ଗତିବିଧି କମିଲେ ମସ୍ତିଷ୍କରେ ଏଣ୍ଡୋଫ୍ରିନ (ଖୁସିର ହରମୋନ) ଉତ୍ପାଦନ କମ୍ ହୁଏ । ଫଳରେ ମୁଡ୍ ସୁଇଙ୍ଗ ଓ ମାନସିକ ଥକ୍କାପଣ ଅନୁଭବ ହୋଇଥାଏ ।
କ୍ୟାନ୍ସର ବିପଦ:
ଲମ୍ବା ସମୟ ଯାଏଁ ବସି ରହିବା ଦ୍ବାରା ଶରୀରରେ ପ୍ରଦାହ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ବଢାଇଥାଏ ।
ALSO READ: https://purvapaksa.com/how-to-clean-black-stains-on-iron-follow-home-remedies/