Sun Bath In Winter: ଶୀତଦିନେ, ଲୋକମାନେ ନିଜକୁ ଶୀତରୁ ରକ୍ଷା କରିବା ପାଇଁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନେକ ପରିବର୍ତ୍ତନ କରନ୍ତି।
ଏହି ଋତୁରେ ସୁସ୍ଥ ରହିବାକୁ, ଉପଯୁକ୍ତ ଖାଇବା ଅଭ୍ୟାସ ଏବଂ ଶରୀରର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ଏସବୁ ବ୍ୟତୀତ, ଲୋକମାନେ ଶୀତଦିନେ ସୂର୍ଯ୍ୟକିରଣକୁ ଉପଭୋଗ କରୁଥିବା ଦେଖାଯାଏ । କଠିନ ଶୀତରେ ମୃଦୁ ସୂର୍ଯ୍ୟକିରଣରେ ବସିବା ନିଜସ୍ୱ ଆନନ୍ଦ ଅଛି । ଏହା ଆପଣଙ୍କୁ କେବଳ ଥଣ୍ଡାରୁ ମୁକ୍ତି ଦେଇନଥାଏ, ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ।
ଗୋଟିଏ ପଟେ ଲୋକମାନେ ଗ୍ରୀଷ୍ମ ସମୟରେ ସୂର୍ଯ୍ୟ କିରଣରୁ ପଳେଇ ଯାଉଥିବା ବେଳେ ଅନ୍ୟ ପଟେ ଶୀତଦିନେ ସମସ୍ତେ ସେହି ସୂର୍ଯ୍ୟ କିରଣକୁ ବହୁତ ଭଲ ପାଆନ୍ତି । ଗ୍ରୀଷ୍ମଋତୁରେ ସୂର୍ଯ୍ୟକିରଣ ଟ୍ୟାନିଂ ସୃଷ୍ଟି କରୁଥିବାବେଳେ ଶୀତଦିନେ ସେହି ସମାନ ସୂର୍ଯ୍ୟ କିରଣ ଆପଣଙ୍କ ଶରୀରକୁ ଗରମ ରଖିବାରେ ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥାଏ ।
ସୂର୍ଯ୍ୟ କିରଣ ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନକୁ ପ୍ରୋତ୍ସାହିତ କରେ, ଯାହା ରକ୍ତଚାପକୁ ହ୍ରାସ କରିବାରେ ଏବଂ ଆପଣଙ୍କର ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଖରାରେ ବସିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ମାଂସପେଶୀ ଓ ହାଡ଼ ମଜଭୁତ କରିବା ପାଇଁ ସୂର୍ଯ୍ୟକିରଣ ଲାଭଦାୟକ । ସେହିପରି ଯେଉଁମାନଙ୍କ ନିଦ୍ରା ସମସ୍ୟା ରହିଛି ସେମାନଙ୍କ ପାଇଁ ସୂର୍ଯ୍ୟକିରଣ ଏକ ଭଲ ଉପାୟ ।
ଖରାରେ ବସିବାର ଠିକ୍ ସମୟ:
ଶୀତ ଦିନେ ଅଧିକ ଥଣ୍ଡା ଲାଗୁଥିବାରୁ ଲୋକମାନେ ଖରାରେ ବସିବାକୁ ଭଲ ପାଆନ୍ତି । କିଛି ଲୋକ ତ ଘଣ୍ଟା ଘଣ୍ଟା ଧରି ଖରାରେ ବସି ରୁହନ୍ତି । ହେଲେ ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ । ସୂର୍ଯ୍ୟକିରଣରେ ଦୀର୍ଘ ସମୟ ରହିବା ଦ୍ବାରା ଚର୍ମରେ ଦାଗ, କୁଞ୍ଚନ ହୋଇପାରେ । ସାଧାରଣ ଦିନରେ ଆପଣ ସକାଳ ୮ରୁ ୧୧ଟା ଭିତରୁ ଖରାରେ ବସି ପାରିବେ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଅନୁସାରେ, ଶୀତ ଋତୁରେ ଭିଟାମିନ ଡି ପାଇବା ପାଇଁ ସକାଳ ୧୧ରୁ ମଧ୍ୟାହ୍ନ ୨ଟା ମଧ୍ୟରେ ସମୟ ଭଲ ।
କେତେ ସମୟ ରହିବେ: ସୂର୍ଯ୍ୟକିରଣ ଭିଟାମିନ-ଡି’ର ଏକ ଭଲ ଉତ୍ସ । ଏଥିରୁ ସର୍ବାଧିକ ଲାଭ ପାଇଁ ସକାଳେ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ରୁହନ୍ତୁ । ହେଲେ ଅଧିକ ସମୟ ରହିବା କ୍ଷତିକାରକ ହୋଇପାରେ । ସୂର୍ଯ୍ୟକିରଣରୁ ଆପଣଙ୍କ ଚର୍ମକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପୋଷାକ ପିନ୍ଧନ୍ତୁ । ମୁହଁରେ ସନସ୍କ୍ରିନ ଲଗାଇବା ଜରୁରୀ ।
ସୂର୍ଯ୍ୟକିରଣରୁ ଶରୀରକୁ ଫାଇଦା:
ରୋଗ ପ୍ରତିରୋଧକ ଶକ୍ତି ବଢେ: ସୂର୍ଯ୍ୟକିରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହାଦ୍ବାରା ଅନେକ ରୋଗରୁ ସୁରକ୍ଷା ମିଳିଥାଏ ।
ALSO READ: https://purvapaksa.com/snakes-come-close-to-these-plants/