ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ମୂଳପୋଛି ହେବା ପରେ କ୍ୟାଡର ନକ୍ସଲ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ମୁହାଁ ହୋଇଥିଲେ। ଛତିଶଗଡ଼ ଘଞ୍ଚ ଜଙ୍ଗଲ ନକ୍ସଲଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଥିବାରୁ ସମସ୍ତ କେନ୍ଦ୍ରୀୟ କମିଟି ସଦସ୍ୟ ସେଠାରେ ଆଡ୍ଡା ଜମାଇଥିଲେ। ଗୃହମନ୍ତ୍ରୀ ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶରୁ ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ଘନ ଘନ ଏନ୍କାଉଣ୍ଟର୍। ଏଥିରେ ମୂଳପୋଛ ହୋଇଯିବାକୁ ଯାଉଛି ନକ୍ସଲ ସଂଗଠନ । ପୁଲିସ ଓ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନରେ ଗତ ଦୁଇ ବର୍ଷରେ ଛତିଶଗଡ଼ରେ ୯୯୫ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଗତ କିଛି ମାସ ଧରି ପୁଲିସ୍ ଏନ୍କାଉଣ୍ଟର୍ରେ କେନ୍ଦ୍ରୀୟ କମିଟି ମୁଖ୍ୟଙ୍କ ସମେତ ଟପ୍ କ୍ୟାଡର ମାଓବାଦୀ ନିହତ ହେବା ପରେ ୧୩୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କଲେଣି।
ଛତିଶଗଡ଼ର ଦୁର୍ଗମ ଅଞ୍ଚଳର ପିଲାମାନେ ଅଶିକ୍ଷିତ ହୋଇ ରହିଥିବାରୁ ସେମାନଙ୍କୁ ପ୍ରଲୋଭନ ଦେଖାଇ ସଂଗଠନରେ ସାମିଲ୍ ପାଇଁ ଉଦ୍ୟମ ଚାଲିଛି। ଏବେ ନକ୍ସଲ ସଂଗଠନରେ ୧ ହଜାରରୁ କମ୍ ନକ୍ସଲ ରହିଥିବା ବେଳେ ମାତ୍ର ୮ରୁ ୧୦ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଅଛନ୍ତି। ମାଓ ନେତାଙ୍କ ଅସ୍ତ୍ର ବିରତିକୁ ପ୍ରସ୍ତାବକୁ ନେଇ ସଂଗଠନ ଦୁଇ ଭାଗ ହୋଇଛି। ଇତି ମଧ୍ୟରେ ତେଲେଙ୍ଗାନା ରାଜ୍ୟ କମିଟି କୌଣସି ଆଲୋଚନାକୁ ସମର୍ଥନ କରିବେ ନାହିଁ ବୋଲି ମନା କରି ଦେଇଛି। ଅନ୍ୟପକ୍ଷରେ ଛତିଶଗଡ଼ କ୍ୟାଡର ନକ୍ସଲ ସରକାରଙ୍କ ସହ ଆଲୋଚନା ପାଇଁ ରାଜି। ଏପରି ସ୍ଥିତିରେ ନକ୍ସଲ ସଂଗଠନରେ ହାତଗଣତି ନକ୍ସଲ ରହିଥିବାରୁ ହାତ ଗଣତି କ୍ୟାଡରଙ୍କୁ ନେଇ ପ୍ରସ୍ତୁତ ହେଉଛି ରଣନୀତି । ଏଣେ ନକ୍ସଲ ସଂଗଠନ ଦୁର୍ବଳ ହୋଇ ପଡ଼ିଛି। ଫଳରେ ଅନେକ କ୍ୟାଡର ନକ୍ସଲ ମାଓ ସଂଗଠନରୁ ମୁହଁ ଫେରାଇ ଆତ୍ମସର୍ମପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେଉଛନ୍ତି।
also read https://purvapaksa.com/mahanadi-water-dispute-hearing-to-be-held-on-november-15/
Mahanadi water dispute hearing to be held on November 15 ।। ନଭେମ୍ବର ୧୫ରେ ମହାନଦୀ ଜଳ ବିବାଦ ଶୁଣାଣି
