ଦୁଇଦିନ ତଳେ ଚଳିତ ବର୍ଷ ରଥଯାତ୍ରାକୁ ଐତିହାସିକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅବଶ୍ୟ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା ଭୁଲ ବୋଲି କୁହାଯାଇ ପାରିବ ନାହିଁ । ଚଳିତ ବର୍ଷ ରଥଯାତ୍ରା ଅବ୍ୟବସ୍ଥାରେ ଇତିହାସ ସୃଷ୍ଟି କରିଛି। ଅତୀତର ଇତିହାସ ଲେଉଟାଇଲେ ଏପରି ବିଶୃଙ୍ଖଳା କେବେ ଘଟି ନ ଥିଲା ଓ ଭବିଷ୍ୟତରେ ଘଟିବ କି ନାହିଁ ସନ୍ଦେହ। ତେବେ ଚଳିତ ବର୍ଷ ରଥଯାତ୍ରାରେ ଏକ ଐତିହାସିକ ସଂଯୋଗ ଦେଖିବାକୁ ମିଳିଛି ।
୧୭ ବର୍ଷ ତଳେ ଅର୍ଥାତ୍ ୨୦୦୮ରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବାବେଳେ ରଥଯାତ୍ରାରେ ଦଳାଚକଟା ହୋଇଥିଲା । ଏଥିରେ ୬ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି । ଏବେ ଆଇନମନ୍ତ୍ରୀ ଥିବା ବିଶ୍ୱଭୂଷଣଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୟରେ ଦଳାଚକଟାରେ ୩ ଜଣ ମୃତ୍ୟୁବରଣ କରିଥିବ ବେଳେ ଶତାଧିକ ଆହତ ହୋଇଛନ୍ତି ।
ଶ୍ରୀମନ୍ଦିରରେ ପ୍ରମୁଖ ଅଘଟଣ
• ୨୦୦୬ ମସିହା ନଭେମ୍ବର ୪ ତାରିଖରେ ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳା ଆରତୀବେଳେ ଦଳାଚକଟା ହୋଇଥିଲା। ଏଥିରେ ୪ ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ଓ୩୦ରୁ ଅଧିକ ଆହତ ହୋଇଥିଲେ।
• ୨୦୦୮ ମସିହା ଜୁଲାଇ ୪ ତାରିଖ ଦିନ ଠାକୁରଙ୍କ ପହଣ୍ଡି ଚାଲିଥିବାବେଳେ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହେବାରୁ ଦଳାଚକଟା ହୋଇଥିଲା । ଏଥିର ୬ ଜଣଙ୍କ ମୃତ୍ୟୁ ଓ ବହୁ ଭକ୍ତ ଆହତ ହୋଇଥିଲେ ।
• ୨୦୦୮, ଜୁନ ୨୧ ତାରିଖରେ ରଥଯାତ୍ରାରେ ବଡ଼ଦାଣ୍ଡରେ ରଥ ଟାଣିବାବେଳେ ଠେଲାପେଲାରେ ଦୁଇଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଜଣେ ମହିଳା ଓ ଜଣେ ପୁରୁଷ ଭକ୍ତଙ୍କୁ ମେଡିକାଲରେ ମୃତ ଘୋଷଣାକରିଥିଲେ ଡାକ୍ତର ।
• ୨୦୧୫ ମସିହା ଜୁନ ୨୯ ତାରିଖ ନବକଳେବର ରଥଯାତ୍ରା ସମୟରେ ରଥ ଟାଣିବାବେଳେ ମରିଚକୋଟ ଛକ ଓ ବଳଗଣ୍ଡି ଛକ ମଧ୍ୟରେ ଦଳାଚକଟାରେ ୨ ଜଣ ମହିଳା ଭକ୍ତଙ୍କ ଜୀବନ ଯାଇଥିଲା ।
ALSO READ https://purvapaksa.com/china-will-base-itself-on-the-moon-why-should-india-be-worried/
