Sishu Vatikas: ସବୁ ସରକାରୀ ପ୍ରାଥମିକ ସ୍କୁଲରେ ନୂଆ ଶିକ୍ଷା ବର୍ଷ ୨୦୨୫-୨୬ରେ କାର୍ଯ୍ୟକାରୀ ହେବ।
ରାଜ୍ୟରେ ପ୍ରାକ-ସ୍କୁଲ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡ଼ିଶା ସରକାର ୪୫ ହଜାର ଶିଶୁ ଭାଟିକା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାକ-ପ୍ରାଥମିକ ଶ୍ରେଣୀ ଯାହା ଶିଶୁ ଭାଟିକା ବୋଲି କୁହାଯାଉଛି ସବୁ ସରକାରୀ ପ୍ରାଥମିକ ସ୍କୁଲରେ ନୂଆ ଶିକ୍ଷା ବର୍ଷ ୨୦୨୫-୨୬ରେ କାର୍ଯ୍ୟକାରୀ ହେବ। ଏହା ଜାତୀୟ ଶିକ୍ଷା ନୀତି ବା ଏନଇପି-୨୦୨୦ ରାଜ୍ୟର ସ୍କୁଲସ୍ତରରେ ଲାଗୁ ହେବାର ସୂଚନା ଦେଉଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧିକାରୀଙ୍କ କହିବା କଥା, ଯେତେବେଳେ ପିଲାମାନଙ୍କ ବୟସ ୫ରୁ ୬ ବର୍ଷ ହେବ ସେତେବେଳେ ସେମାନେ ଶିଶୁ ଭାଟିକାରେ ନାମ ଲେଖାଇବେ।
୩ରୁ ୫ ବର୍ଷ ପିଲା ପୂର୍ବପରି ଅଙ୍ଗନଓ୍ୱାଡ଼ିରେ ପାଠ ପଢିବେ। ବର୍ତ୍ତମାନ ରାଜ୍ୟରେ ୪୫ ହଜାର ୪୨ଟି ପ୍ରାଥମିକ ସ୍କୁଲ ଅଛି। ୨୦୨୩-୨୦୨୪ ୟୁଆଇଡିଏସଇପ୍ଲସ ରିପୋର୍ଟ ଅନୁଯାୟୀ ୪୫ ହଜାର ୪୨ ସ୍କୁଲରେ ୨୧,୧୨୪ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଥିବା ବେଳେ ୭୫୯ ସ୍କୁଲରେ ପ୍ରାକ-ପ୍ରାଥମିକ ଶ୍ରେଣୀ ରହିଛି। ଆଉମଧ୍ୟ ୬୦୨ ସରକାରୀ ସ୍କୁଲରେ ଉଭୟ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଓ ପ୍ରାକ-ପ୍ରାଥମିକ ଶ୍ରେଣୀ ରହିଛି। ସେହିପରି ପାଖାପାଖି ୭୧ ହଜାର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ୧୮.୦୮ ଲକ୍ଷ ପିଲା ଯାହାଙ୍ଗ ବୟସ ୩ରୁ ୬ ପାଠ ପଢୁଛନ୍ତି।
ବର୍ତ୍ତମାନର ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଓ ରହିଥିବା ଶିକ୍ଷକ ଶିଶୁ ଭାଟିକାରେ ହିଁ ପାଠ ପଢାଇବେ। ଏହାପୂର୍ବରୁ ଏସସିଇଆରଟି ଓ ଓଏସଇପିଏ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ବା ଆରଆଇଇ ମିଳିତ ସହଯୋଗରେ ଏହି ଶିକ୍ଷକମାନଙ୍କୁ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଏସସିଇଆରଟି ଓ ଓଏସଇପିଏ ମଧ୍ୟ ପାଠ୍ୟ ଉପକରଣ ଓ ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ ପ୍ରସ୍ତୁତିରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ସବୁ ପ୍ରକାର ସାହାଯ୍ୟ କରିବେ। ସୂତ୍ର ଅନୁଯାୟୀ ଆସନ୍ତା ୪ ବର୍ଷ ଭିତରେ ପର୍ଯ୍ୟାକ୍ରମେ ପ୍ରାଥମିକ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଅଧିକ ଶିକ୍ଷକ ନିଯୁକ୍ତି ପର୍ଯ୍ୟାକ୍ରମେ କରିବା ପାଇଁ ଯୋଜନା ଆସିବ।
ଏଥିସହ ସମଗ୍ର ଶିକ୍ଷା ଓ ବଜେଟରେ ଏହାର ସୁବିଧା କରାଯିବ। ଶିଶୁ ଭାଟିକା ହେଉଛି ଶିକ୍ଷା ମନ୍ତ୍ରଣାଳୟର ବାଲ ଭାଟିକା ବିଚାରର ଆଞ୍ଚଳିକ ଗ୍ରହଣୀୟତା। ଯାହାକି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପ୍ରାକ-ଶିକ୍ଷା ଦୁଇ ବର୍ଷ ଥିବାବେଳେ ଏନଇପି-୨୦୨୦ ଅନୁଯାୟୀ ଏହା ତିନି ବର୍ଷ ବାଧ୍ୟତାମୂଳକ କରାଯାଇଛି। ଗତ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିଥିବା ଚଳିତ ବଜେଟରେ ସ୍କୁଲ ଶିକ୍ଷା ପାଇଁ ୩୧ ହଜାର କୋଟି ବ୍ୟବସ୍ଥା ରଖିଛନ୍ତି। ଯାହାର ସିଂହଭାଗ ସ୍କୁଲ ସ୍ତରରେ ଏନଇପିରେ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
previous article:https://purvapaksa.com/odisha-planning-32-dams-on-mahanadi-river-minister-mukesh/
