Subhadra Jojana: ସୁଭଦ୍ରା ଯୋଜନାରେ ସରକାର ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସ୍କିମରେ ହିତାଧିକାରୀ ୨ଟି କିସ୍ତି ପାଇସାରିଲେଣି ।
ହେଲେ ଅନେକ ହିତାଧିକାରୀ ଆପ୍ଲାଏ କରିଥିଲେ ସୁଦ୍ଧା ୨ଟି କିସ୍ତି ସେମାନଙ୍କୁ ମିଳିନାହିଁ । ସବୁଠୁ ବଡ କଥା ହେଉଛି ଗୋଟିଏ ଘରୁ ଶାଶୁକୁ ଟଙ୍କା ଆସିଥିବା ବେଳେ ବୋହୂକୁ ଟଙ୍କା ମିଳିପାରିନାହିଁ ।
ତେଣୁ ଟଙ୍କା ଆସିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି କିଛି ହିତାଧିକାରୀ । ସେପଟେ ପ୍ରତି ଘରକୁ ସୁଭଦ୍ରା ପହଞ୍ଚିବ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରମ୍ୱାର ଆଶ୍ୱସନା ଦେଇଆସୁଛନ୍ତି । ବ୍ୟାଙ୍କ ଆକାଉଣ୍ଟ ସମସ୍ୟା ପାଇଁ ଯେଉଁ ମହିଳାଙ୍କ ଖାତାକୁ ଟଙ୍କା ଯାଇପାରିନି, ସେମାନଙ୍କୁ ମଧ୍ୟ ସମସ୍ୟା ଦୂର କରାଯାଇ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି ।
ଆଉ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଫିଲ୍ଡ ଭେରିଫିକେସନ ପରେ ଯେଉଁମାନେ ରହିଯିବେ ଅର୍ଥାତ ଟଙ୍କା ପାଇନଥିଲେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଅଗଷ୍ଟ ୯ରେ ୩ଟି କିସ୍ତି ମିଳିବ। ଯେଉଁମାନେ ଯୋଗ୍ୟ ଏକା ଥରେ ସେମାନେ ସୁଭଦ୍ରାର ୩ଟି କିସ୍ତି ପାଇବେ। ଅର୍ଥାତ ଯେଉଁମାନଙ୍କୁ ବର୍ତ୍ତମାନ ଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ, ସେମାନେ ଏକାସହ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ପାଇବେ ।
ଯଦିଓ ସରକାର ଟଙ୍କା ଛାଡିଛନ୍ତି, ତଥାପି କିଛି ମହିଳା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇ ପାରିନାହାଁନ୍ତି । ଏହି ଟଙ୍କା କେବେ ଆକାଉଣ୍ଟକୁ ଆସିବ ତାହାକୁ ଅପେକ୍ଷା । ତେଣୁ ଯଦି ଆପଣ ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି କିନ୍ତୁ କୌଣସି କିସ୍ତିରେ ଆପଣଙ୍କୁ ଟଙ୍କା ଆସିନାହିଁ ତେବେ ଆପଣଙ୍କୁ ଏହି ଟଙ୍କା ମିଳିବ। ଏହି ଯୋଜନା ଅଧୀନରେ ୨୧ ରୁ ୬୦ ବର୍ଷ ବୟସର ମହିଳାଙ୍କୁ ସରକାର ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି ।
ALSO READ: https://purvapaksa.com/gold-prices-hit-a-new-all-time-high-cross-rs-86875-per-10-grams/