ଗତ ଦୁଇଦିନ ଧରି ହେବ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ପରସ୍ପର ପ୍ରତି ସମର ଡାକରା ସାରାବିଶ୍ୱବାସୀଙ୍କୁ କରିଛି ହଟହଟା। ବର୍ତ୍ତମାନ ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବିଶ୍ଵବ୍ୟାପୀ ହୋଇଥିବାବେଳେ ବଢ଼ିଛି ଅନେକ ଦେଶର ଆମଦାନୀ ହେଉଥିବା ମାଲର ଦର। ତୈଳ ଓ ସୁନା ଭଳି ଜିନିଷର ଦର ବଢ଼ିଥିବାବେଳେ ତଳକୁ ଖସିଛି ଷ୍ଟକ୍ ମାର୍କେଟର ପାରଦ। ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ୧୦% ବଢ଼ିଛି ଅଶୋଧିତ ତୈଳ ଦର। ଦର ବଢ଼ି ୮୦ ଡଲାରରେ ପହଞ୍ଚିଥିବାବେଳେ ଏହା ୧୦୦ ଡଲାର ଛୁଇଁପାରେ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ତେବେ ଏହା ମଧ୍ୟରେ ପଛରେ ରହିନି ସୁନା। ପୁଣି ୩ ପ୍ରତିଶତ ଯାଏଁ ବଢ଼ିଛି ଉଭୟ ସୁନା ଓ ରୁପା। ଏଥି ମଧ୍ୟରେ ୨୪ କ୍ୟାରେଟ ସୁନା ୫ ହଜାର ଓ ରୁପା ୯ହଜାର ଟଙ୍କାକୁ ବୃଦ୍ଧି ପାଇଛି। ବର୍ତମାନ ୧୦ ଗ୍ରାମ୍ ସୁନାର ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କା ରହିଥିବା ବେଳେ ରୁପା ଦର କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।
ତେବେ ସେପଟେ ଆମେରିକା, ଇସ୍ରାଇଲ୍ ଓ ଇରାନର ଘମାଘୋଟ ଯୁଦ୍ଧ ଯୋଗୁଁ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି ଷ୍ଟକ୍ ମାର୍କେଟରେ। ଶକ୍ତିଶାଳୀ ଦେଶଙ୍କ ବିକ୍ଷୋଭରେ ଖସିଛି ଭାରତୀୟ ସେୟାର ବଜାର। ସେନସେକ୍ସ ହ୍ରାସ ପାଇଛି ୨୭୦୦ ପଏଣ୍ଟ। ତିନି ଦେଶରେ ବଢ଼ୁଥିବା ବିବାଦକୁ ନେଇ ବିଶ୍ୱ ବଜାରରେ କ୍ଷତି ହୋଇଛି କୋଟି କୋଟି ଟଙ୍କା । ଅନେକ ମାତ୍ରାରେ ଭାରତୀୟ ନିବେଶକମାନେ କ୍ଷତି ସହିଥିବାବେଳେ; ବଜାର ଖୋଲିବା ପୂର୍ବରୁ BSE ସେନସେକ୍ସ ୨ ହଜାର ୭୪୩ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୫୪୩କୁ ଖସିଆସିଥିଲା। ସେହିପରି ନିଫଟି ୫୦ ମଧ୍ୟ ୫ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇ ୨୪ ହଜାର ୬୫୯ ତଳକୁ ଖସିଆସିଥିଲା।
ବିଶ୍ଵବ୍ୟାପୀ ଯୁଦ୍ଧ ତୀବ୍ର ହେଲା ପରେ ଏହାର ଭିଡିଓ X ହ୍ୟାଣ୍ଡେଲରେ ତୀବ୍ର ମାତ୍ରାରେ ଭାଇରଲ ହେବାରେ ଲାଗିଛି। ତେବେ ଏଯାବତ ୩ ଦେଶର ୮ ମହାରଥୀଙ୍କ ମୃତ୍ୟୁ ପରେ ପ୍ରତିଶୋଧର ନିଆଁ ବଢ଼ି ଧୀରେ ଧୀରେ ବିଶ୍ୱକୁ ନିଜ କରାଳକୁ ନେବା ଆରମ୍ଭ କରିଛି। ତେବେ ଏହା ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇ ପୁଣିଥରେ ଦୁଃଖ ଓ ଜୀବନହାନୀର ଇତିହାସକୁ ଦୋହରାଇବ ନାହିଁ ତ ବୋଲି ଅନୁମାନ ଲଗାଇଛନ୍ତି ବିଶେଷଜ୍ଞମାନେ।
also read https://purvapaksa.com/132-special-trains-to-run-for-holi-know-from-which-places/


