ପ୍ରଥମେ ରିଷି ଅର୍ଥାତ ଦେବାଶୀଷ ସାମନ୍ତରାୟ ପରେ ବଦ୍ରୀ ପାତ୍ର, ଅଶୋକ ପଣ୍ଡା, ଆଉ ଏବେ ପ୍ରଫୁଲ୍ଲ ମଲ୍ଲିକ। ଧିରେ ଧିରେ ଏବେ ଉଗ୍ର ରୂପ ନେଲାଣି ବିଜେଡି କଳି। ଯେତେ ଚାପିବାକୁ ଚେଷ୍ଟା କଲେ ବି ଚାପି ହେଉନି କଳି। ମୁହଁ ଖୋଲିବା ଆରମ୍ଭ କଲେଣି ବରିଷ୍ଠ ନେତାମାନେ। କେତେ ଆଉ ଚୁପ ରହିବେ ବରିଷ୍ଠ ନେତା। ଦଳ ଭିତରେ ଯେଉଁଭଳି ଭାବରେ ଏକଛତ୍ରବାଦ ଶାସନ ଚାଲିଛି ତାକୁ ନେଇ ଅଣନିଶ୍ୱାସି ହେଲେଣି ନେତାଏଁ । ସେହିକ୍ରମରେ ଆଜି ଅନ୍ୟମାନଙ୍କୁ ଠୁ ଆଉ ଦୁଇପାଦ ଆଗକୁ ବଢ଼ି ପ୍ରଫୁଲ୍ଲ ମଲ୍ଲିକ ବୟାନ ଦେଇଛନ୍ତି । ଖାଲି ସେତିକି ନୁହେଁ ବିଜେଡି ଛାତ୍ର ସଭାପତିଙ୍କୁ ବିରୋଧ କରି ବିଜେଡି ବହୁ ଛାତ୍ର ନେତାମାନେ ବି ମେଳି ବାନ୍ଧିଲେଣି।
ପ୍ରଥମେ ଆସିବା ପ୍ରଫୁଲ୍ଲ ମଲ୍ଲିକଙ୍କ ପାଖକୁ । ବିଜେଡିର ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପ୍ରଫୁଲ୍ଲଙ୍କ ମତରେ ଅତୀତ ଭଳି ବିଜେଡିର ଆଦର୍ଶ ବର୍ତ୍ତମାନ ଆଉ ନାହିଁ। ସେଥିପାଇଁ ଦଳୀୟ କାର୍ଯ୍ୟକ୍ରମରୁ ମୁଁ ଦୁରେଇ ଯାଇଛି। ଆଉ ଦଳୀୟ ରାଜନୀତିରେ ଆଗ୍ରହ ନାହିଁ। ଖାଲି ସେତିକି ନୁହେଁ ଦଳ ଠିକ ଭାବରେ ପରିଚାଳିତ ହେଉନଥିବା କଥା ବି ସେ କହିଛନ୍ତି। ବିରୋଧି ଦଳ ଭାବରେ ଯାହା କରିବା କଥା ସେଭଳି ହେଉ ନାହିଁ। ଆଗକୁ ଦଳରୁ ଦୁରେଇ ଯିବି, ପରିସ୍ଥିତି ଦେଖି ନିଷ୍ପତ୍ତି ନେବି। ଏମିତି କିଛି ମନ୍ତବ୍ୟ ଆଜି ପ୍ରଫୁଲ୍ଲ ମଲ୍ଲିକ ଦେଇଛନ୍ତି।
ଅପରପକ୍ଷରେ ଆପଣ ଯଦି ଦେଖିବେ ବେଶ କିଛିଦିନ ପ୍ରଫୁଲ୍ଲ ଦଳରୁ ଖାପ ଛଡ଼ା ଦେଇ ଆସୁଥିଲେ। ଆଉ ଏବେ ବିଜେଡି ଦଳ ଭିତରେ କୁହୁଳୁଥିବା ଆସନ୍ତୋଷର ନିଆଁରେ ଆଉ ଟିକେ ଘିଅ ଢାଳିଛନ୍ତି ପ୍ରଫୂଲ୍ଲ ମଲ୍ଲିକ ।
ଏ ତ ଗଲା ବରିଷ୍ଠ ନେତାଙ୍କ କଥା ଏବେ ଆସିବା ଛାତ୍ର ନେତାଙ୍କ ପାଖକୁ। ବରିଷ୍ଠଙ୍କ କଥାକୁ ଆହୁରୀ ମଜବୁତ କରିଛନ୍ତି ଛାତ୍ର ବିଜେଡି ନେତାମାନେ। ଛାତ୍ର ସଭାପତି ଚୟନକୁ ନେଇ ଏକପାଖିଆ ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଆୟୋଜନ ହୋଇଛି ଏକ ବୈଠକ। ଯେମିତି ଆପଣମାନେ ଜାଣିଥିବେ କେଉଁଭଳି ଭାବରେ ରାତି ଅଧିଆ ଛାତ୍ର ନେତ୍ରୀ ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ସଭାନେତ୍ରୀ ଭାବରେ ଘୋଷଣା କରାଗଲା। ଆଉ ଏହି ଘୋଷଣା ପରେ ଚର୍ଚ୍ଚା ହେଲା କି ଏ ବିଷୟରେ ଦଳର କୋର ଟିମର ବି ମତାମତ ନିଆଯାଇନଥିଲା। ଫଳରେ କୋରଟିମ ଭିତରେ ବି ଏହା ଆଲୋଚନାର ବିଷୟ ପାଲଟିଥିଲା। ଦଳର କୋର ଟିମ କାହିଁକି ରହିଛି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା। ଆଉ ଏବେ ରାଜଧାନୀରେ ଏହି ଛାତ୍ରନେତାଙ୍କ ମେଳିକୁ ଦେଖିଲେ ଲାଗୁଛି ବିଜେଡିରେ ଜଳୁଥିବା ନିଆଁ ଜ୍ୱାଲାମୁଖିରେ ପରିଣତ ହୋଇସାରିଲାଣି । ଆଉ ଏହି ଜ୍ୱାଲାମୁଖି କେତେବେଳେ ଯେ ଫାଟିବ ତାହାର ଠିକଣା ନାହିଁ। ଏବେ ଖାଲି ସମୟକୁ ଅପେକ୍ଷା। ଆଗକୁ କଣ ହେଉଛି ବିଜେଡି ଭବିଷ୍ୟତ ତାକୁ ବି ଅପେକ୍ଷା।
ALSO READ https://purvapaksa.com/bhagwats-population-advice-will-create-controversy/
Bhagwat’s population advice will create controversy ।। ବିବାଦ ସୃଷ୍ଟି କରିବ ଭଗବତଙ୍କ ଜନସଂଖ୍ୟା ଉପଦେଶ
