ଗତ କିଛିଦିନ ଧରି ରାଜନୈତିକ ମହଲରେ ଯେପରି ମାରାଥନ ବୈଠକ ତଥା ସାକ୍ଷାତ ଆଲୋଚନା ଚାଲିଛି, ସେଥିରୁ ଅନୁମାନ କରାଯାଉଛି ଯେ ଅଗଷ୍ଟ ୧୨ ରୁ ୧୫ ମଧ୍ୟରେ କିଛି ବଡ଼ ଘଟଣା ଘଟିପାରେ । କିନ୍ତୁ କ’ଣ ଘଟିବାକୁ ଯାଉଛି ସେ ବିଷୟରେ କୌଣସି ସରକାରୀ ସୂଚନା ନାହିଁ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ସେହି ସମୟରେ, କିନ୍ତୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଗୁଜରାଟର କେଭାଡିଆ ଗସ୍ତ କରିଥିଲେ । ସୋମବାର, ଜମ୍ମୁ କାଶ୍ମୀରର ଅଲ୍ ଜମ୍ମୁ ଆଣ୍ଡ କାଶ୍ମୀର ସିଆ ଆସୋସିଏସନର ସଭାପତି ଇମ୍ରାନ ରାଜା ଅନସାରୀ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏପରି ପରିସ୍ଥିତିରେ ଜମ୍ମୁ କାଶ୍ମୀର ସମ୍ପର୍କରେ କିଛି ବଡ଼ ଘଟଣା ଘଟିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ କ’ଣ ହୋଇପାରେ ?
ରାଜନୈତିକ କରିଡରରେ ଆଲୋଚନାର ବିଷୟ ହୋଇ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ୍ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି । ଏହି ବୈଠକରେ କ’ଣ ଆଲୋଚନା ହୋଇଥିଲା ? ଏ ସମ୍ପର୍କରେ ସୂଚନା ସାର୍ବଜନୀନ କରାଯାଇ ନାହିଁ, କିନ୍ତୁ ଏହି ସାକ୍ଷାତ୍କୁ ବହୁତ ଗୁରୁତ୍ୱପୂର୍ଣ ବୋଲି ବିବେଚନା କରାଯାଉଛି । ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଦେଶର ଦୁଇ ବଡ଼ ନେତା ଭିନ୍ନ ଭିନ୍ନଭାବେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି, ଏହାର କାରଣ କ’ଣ ହୋଇପାରେ ? ଏହି ସାକ୍ଷାତ୍ ଏପରି ସମୟରେ ହୋଇଛି ଯେତେବେଳେ
ଦେଶରେ ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସହିତ, ବିରୋଧୀ ଦଳ ବିହାରରେ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସମୀକ୍ଷା ପ୍ରକ୍ରିୟା (ଏସଆଇଆର) ଉପରେ ଲଗାତାର ପ୍ରଶ୍ନ ଉଠାଉଛି । ଏପରି ସ୍ଥିତିରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଅଗଷ୍ଟରେ କୌଣସି ବଡ଼ ନିଷ୍ପତ୍ତି ଆସିବ କି ? ଯାହାର ସାକ୍ଷାତ୍ ସହିତ ସମ୍ପର୍କ ରହିଛି।
ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ସମ୍ପ୍ରତି ଗୁଚ୍ଚରାଟ ଗସ୍ତରେ ଥିଲେ, ସେ କେଭାଡିଆ ସାବରମତୀ ନଦୀକୂଳରେ ଦୌଡ଼ିଥିଲେ ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ସେ ଜମ୍ମୁ କାଶ୍ମୀରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଚାହାଁନ୍ତି। ଜମ୍ମୁ କାଶ୍ମୀର ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ପର୍ଯ୍ୟଟନ ସ୍ଥଳ । ସେ ଗୁଜରାଟରେ ଟ୍ରାଭେଲ ଏଜେଣ୍ଟ ଏବଂ ଟୁର ଅପରେଟରମାନଙ୍କୁ ଭେଟି ଜମ୍ମୁ କାଶ୍ମୀର ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାର ଅବଦୁଲ୍ଲାଙ୍କ ପଦକ୍ଷେପକୁ ପ୍ରଶଂସା କରି ଏବଂ ତାଙ୍କ ପୋଷ୍ଟକୁ ପୁନଃ ପୋଷ୍ଟ କରି ଲେଖିଛନ୍ତି ଯେ ‘ପର୍ଯ୍ୟଟନ ମାଧ୍ୟମରେ ଜାମ୍ମୁ କାଶ୍ମୀର ଏବଂ ଦେଶର ଅନ୍ୟାନ୍ୟ ଅଂଶକୁ ସଂଯୋଗ କରିବାର ଏହି ପ୍ରୟାସ ପ୍ରଶଂସନୀୟ।’ ଏହି ଗସ୍ତ ଏବଂ ପ୍ରଶଂସାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଆଲୋଚନା ହେଉଛି । ଲୋକମାନେ ଏହାକୁ ଏକ ସକାରାତ୍ମକ ସଙ୍ଗୀତ ବୋଲି ବିବେଚନା କରୁଛନ୍ତି ଯେ ଓମାର ଅବଦୁଲ୍ଲା ଦୀର୍ଘ ସମୟ ଧରି ଜାମ୍ମୁ କାଶ୍ମୀରକୁ ପୂର୍ବ ରାଜ୍ୟ ମାନ୍ୟତା , ପାଇଁ ଦାବି ଉଠାଇ ଆସୁଛନ୍ତି, ଏହା ଉପରେ କିଛି ସକାରାତ୍ମକ ପଦକ୍ଷେପ ନିଆଯାଇପାରେ । ରାଜନୈତିକ ମହଲରେ ଏକ ବଡ଼ ଆଲୋଚନା ମଧ୍ୟ ହେଉଛି ଯେ ସଂସଦ ଅଧିବେଶନ ସମୟରେ ଏନେଇ ଏକ ବଡ଼ ଘୋଷଣା କରାଯାଇପାରେ ।
ଅଲ୍ ଜାମ୍ମୁ ଆଣ୍ଡ କାଶ୍ମୀର ସିଆ ଆସୋସିଏସନ୍, ସଭାପତି ଇମ୍ରାନ ରଜା ଅନସାରୀ ସୋମବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ସୂତ୍ର ଅନୁଯାୟୀ, ଏହି ବୈଠକରେ ଜମ୍ମୁ-କାଶ୍ମୀରର ସାମ୍ପ୍ରତିକ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକ ସମୟରେ ଅନସାରୀ କେନ୍ଦ୍ର ଶାସିତ ଅଞ୍ଚଳର ଲୋକଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ, ଯେଉଁଥିରେ ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକର ପୁନର୍ବାସର ଜରୁରୀ ଆବଶ୍ୟକତା ଅନ୍ତର୍ଭୁକ୍ତ । ମହରମବେଳେ କେନ୍ଦ୍ର ଏବଂ ରାଜ୍ୟ ପ୍ରଶାସନ ଦ୍ଵାରା ଦିଆଯାଇଥିବା ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ଅନସାରୀ । କିନ୍ତୁ କିଛି ପାରମ୍ପରିକ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ । ଏସବୁ ବୈଠକ ଦେଖି ଜାମ୍ମୁ ଆଣ୍ଡ କାଶ୍ମୀରର ଚିତ୍ର ପରିବର୍ତ୍ତଳ ହେବାକୁ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ALSO READ https://purvapaksa.com/billionaires-lost-there-wealth/
Billionaires lost there wealth ।। ଧୋଇଗଲା ଧନକୁବେରଙ୍କ ସମ୍ପତ୍ତି
