ଦୁଇ ଦିନ ତଳେ ସରକାର ପ୍ରସାଚନିକ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି । ଏହି ଅଦଳ ବଦଳରେ ଏତେ ବିସଙ୍ଗତି ରହିଛି ଯେ , ରାଜ୍ୟର ମୁଖ୍ୟ ଶାସନ ସଚିବ ଏବେ କେଉଁ ସରକାରର ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି । ଏହି ବଦଳି ନିଦେ୍ର୍ଦଶନାମାରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ସଂଗ୍ରାମ ମହାପାତ୍ରଙ୍କ ଏହି ବଦଳି ଆଦେଶ ସରକାରଙ୍କ ନିୟମକୁ ଅଳିଆଗଦାରେ ପକେଇ ଦେଇଛି । ସେ ଏବେ କମିସନର ପଦବୀକୁ ଉନ୍ନିତ ନ ହୋଇଥିଲେ ମଧ୍ୟ ତାଙ୍କୁ ସରକାର ଆରଡିସି କରିଛନ୍ତି । ଆରଡିସି ପଦବୀଟି କମିଶନର ପାହ୍ୟାର ହୋଇଥିବାବେଳେ ଜଣେ ଜୁନିୟର ଅଫିସରଙ୍କୁ କିଭଳି ସେହି ସ୍ଥାନରେ ନିଯୁକ୍ତି ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଅଫିସର ହେଉଛନ୍ତି ସେହି ସଂଗ୍ରାମ ମହାପାତ୍ର ଯିଏକି ବିଜେଡି ସରକାର ସମୟରେ ଦଳୀୟ ଭିତିରେ କାମ କରୁଥିବା ଅଭିଯୋଗ ହୋଇଥିଲା । ଏପରି କି ବିଜେଡି ସରକାରର ସର୍ବେ ସର୍ବା ଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିକଟତର ହେବା ପାଇଁ ବିଜୁ ପଟ୍ଟନାୟକଙ୍କ ନାମରେ ପ୍ରକାଶିତ ହୋଇଥିବା ଟଲ ମ୍ୟାନର ଓଡ଼ିଆ ସଂସ୍କରଣ ଉତ୍ତଙ୍ଗ ପୁରୁଷ ପ୍ରକାଶ କରି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ କରିଥିଲେ । କେବଳ ସେତିକି ନୁହେଁ ସିଏ ଯେତେବେଳେ ନିଜ ଜିଲ୍ଲା ଜଗତସିଂପୁରର ଜିଲ୍ଲାପାଳ ଥିଲେ ସେତେବେଳେ ସେ ବିଜୁଜନତା ଦଳ ଟିକଟରେ ଜଗତସିଂହପୁରରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ଏହା ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳନ ହୋଇଥିଲେ ପରେ ଆଦର୍ଶ ବିଦ୍ୟାଳୟ ଦାୟିତ୍ୱରେ ଥିଲେ ଏହି ସମୟରେ ଶିକ୍ଷକ ନିଯୁକ୍ତିରେ ତାଙ୍କର ଜଣେ ଅନୁଗତ ଅଣସରକାରୀ ଲୋକ ଦ୍ୱାରା ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୁଏ ।
କେବଳ ସଂଗ୍ରାମ ମହାପାତ୍ର ନୁହଁନ୍ତି ଗତ ବର୍ଷକ ମଧ୍ୟରେ ମୋହନ ସରକାରକୁ ଅଡ଼ୁଆରେ ପକାଇଥିବା ଅଫିସରମାନଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇ ନାହିଁ ସେମାନଙ୍କ ମଧ୍ୟରେ କଥା କୁହା କପିଳା ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ଅରବିନ୍ଦ ପାଢୀ , ଅରବିନ୍ଦ ଅଗ୍ରୱାଲ ,ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍ ପି ଓ ଖୋର୍ଦ୍ଧାକୁ ଜିଲ୍ଲାଭାବେ ଆସିଥଇବା ଅମ୍ରିତ ଋତୁ ରାଜ ପ୍ରମୁଖ ଭାବରେ ଅଛନ୍ତି । ଚଳିତ ବର୍ଷର ରଥଯାତ୍ରା ବିଭ୍ରାଟରେ ଅରବିନ୍ଦ ପାଢୀଙ୍କ ବିଫଳତା ପ୍ରମାଣିତ ହୋଇଥିବା ବେଳେ ବାଲେଶ୍ୱର ଛାତ୍ରୀ ଦାହ ଘଟଣାରେ ପ୍ରମୁଖ ଦୋଷୀ କୁହାଯାଉଥିବା ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କୁ ସରକାର ଛୁଇଁବାକୁ ଭୟକରିଛନ୍ତି ।
ଓଏଏସ ସଙ୍ଘର ଆନେ୍ଦାଳନ ସମୟରେ ସଙ୍ଘକୁ ସମର୍ଥନ ଦେଇ ଟୁଇଟ କରିଥିବା ଆଇଏଏସ ଅଫିସର ଅମ୍ରିତ ଋତୁ ରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳିକରି ସରକାର ତାଙ୍କୁ ପୁରସ୍କୃତ କରିଛନ୍ତି । ଏପରିକି ଯେଉଁ ଓଏଏସ ସଙ୍ଘର ନେତାମାନେ ଆନେ୍ଦାଳନ ନାମରେ ସରକାରଙ୍କୁ ଆଣ୍ଠେଇ ବାକୁ ବାଧ୍ୟ କରିଥିଲେ ସେ ଭଳି ଅଧିକାରୀଙ୍କୁ ସରକାର ଛୁଇଁ ପାରି ନାହାଁନ୍ତି । ରାଜ୍ୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଚୁପହୋଇ ବସିଯାଇ ରାଜ୍ୟସରକାରଙ୍କୁ ଆନ୍ତର୍ଜାତୀକ ସ୍ତରରେ ବଦନାମ କରିଥିବା ଉଚ୍ଚଶିକ୍ଷା ବିଭାଗକର ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ସରକାର ଛୁଇଁବାକୁ ଡରିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି ।
ALSO READ https://purvapaksa.com/how-many-countries-were-ruled-by-the-british-empire/
How many countries were ruled by the British Empire?।। କେତେ ଦେଶ ଉପରେ ଥିଲା ‘ବ୍ରିଟିଶ୍ ରାଜ୍’ ?
