ଆଜି ଓଡ଼ିଶାର ପ୍ରତିଟି ସାଧାରଣ ଜନତାଙ୍କ ମନରେ ଏକ ବଡ଼ ପ୍ରଶ୍ନ। ଆପଣଙ୍କ ମନରେ, ମୋ ମନରେ, ସମସ୍ତଙ୍କ ମନରେ ଏବେ ଗୋଟିଏ ଆଶଙ୍କା ଘୂରି ବୁଲୁଛି। ପ୍ରଶ୍ନଟି ହେଉଛି— ଓଡ଼ିଶାର ରାଜନୀତିରେ ଏ ଯେଉଁ ନିଶବ୍ଦତା, ଏ ଯେଉଁ ଚୁପ୍ଚାପ୍ ପରିବେଶ ଦେଖାଯାଉଛି, ଏହା କଣ କୌଣସି ଏକ ବଡ଼ ଝଡ଼ତୋଫାନ ଆସିବାର ପୂର୍ବ ସଙ୍କେତ କି?
ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି, ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ କାହିଁକି ଗଲେ? ତାଙ୍କ ଦିଲ୍ଲୀ ଗସ୍ତ ପଛର ପ୍ରକୃତ କାରଣ କ’ଣ? କଣ ଏମିତି ଭିତର ସଙ୍କଟ ସୃଷ୍ଟି ହୋଇଛି, ଯାହା ବିଜେଡି ନେତାଙ୍କ ମୁଣ୍ଡକୁ ପୁରା ଖରାପ କରିଦେଲାଣି? ଏମିତି ଅନେକ ପ୍ରଶ୍ନ ଓଡ଼ିଶାର ରାଜନୀତିକ ବାତାବରଣରେ ଉଡୁଛି ଏବଂ ପ୍ରତିଟି ପ୍ରଶ୍ନର ଚେର ଯାଇ ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି। ସେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ସେହି ପରମ ପ୍ରିୟ, ଚର୍ଚ୍ଚିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ତାଙ୍କ ବିରୋଧରେ ନିକଟରେ ବିଜେପିରେ ଯୋଗଦେଇଥିବା ଦେବାଶୀଷ ସାମନ୍ତରାୟ କଡ଼ା ଅଭିଯୋଗ ଆଣିଛନ୍ତି। ତେଣୁ ଦେବାଶୀଷଙ୍କ ମୁହଁ ବନ୍ଦ କରିବା ପାଇଁ ନବୀନ ବିଜେପିର ବରିଷ୍ଠ ନେତାଙ୍କ ସହିତ ଗୁପ୍ତ ଆଲୋଚନା କରିବାର ଯୋଜନା ରହିଛି ବୋଲି କୁହାଯାଉଛି।
ବିସ୍ଫୋରକ ଅଭିଯୋଗ: ମୁମ୍ବାଇରେ ୪୦ କୋଟିର ସାମ୍ରାଜ୍ୟ!
ଘଟଣାଟି କଣ ଜାଣନ୍ତି? ନିକଟରେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ରାଜସଭା ସାଂସଦ ତଥା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଏକ ସାଂଘାତିକ ଏବଂ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ କାହା ବିରୋଧରେ? ସିଧାସଳଖ ଭି.କେ. ପାଣ୍ଡିଆନଙ୍କ ବିରୋଧରେ। ଯେଉଁ ପାଣ୍ଡିଆନ ଦିନେ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଥିଲେ, ନିଜକୁ ସମ୍ପୂର୍ଣ୍ଣ ସନ୍ନ୍ୟାସୀ ଏବଂ ଓଡ଼ିଶାର ସେବକ ବୋଲି ପ୍ରମାଣିତ କରିବାକୁ ଦିନରାତି ଏକ କରୁଥିଲେ, ତାଙ୍କର ଅସଲ ମୁଖା ଏବେ ଖୋଲିବାରେ ଲାଗିଛି।
ଦେବାଶିଷ ସାମନ୍ତରାୟ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇର ସବୁଠାରୁ ସମ୍ଭାନ୍ତ ଓ ମହଙ୍ଗା ଅଞ୍ଚଳ କୁହାଯାଉଥିବା ‘ନରିମ୍ୟାନ୍ ପଏଣ୍ଟ’ (Nariman Point) ରେ ପାଣ୍ଡିଆନଙ୍କର ଏକ ବିରାଟ ସମ୍ପତ୍ତି ରହିଛି। ନରିମ୍ୟାନ୍ ପଏଣ୍ଟ ଭଳି ସ୍ଥାନରେ ଯେଉଁଠି ଇଞ୍ଚେ ଜାଗାର ଦାମ୍ କୋଟି କୋଟି ଟଙ୍କା, ସେଠାରେ ପାଣ୍ଡିଆନ ପ୍ରାୟ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣିଛନ୍ତି!
ଏବେ ପ୍ରଶ୍ନ ଉଠୁଛି, ଜଣେ ପୂର୍ବତନ ସରକାରୀ ବାବୁଙ୍କ ପାଖକୁ ଏତେ ଟଙ୍କା ଆସିଲା କେଉଠୁ? ଓଡ଼ିଶାବାସୀଙ୍କ ରକ୍ତଝାଳ ବୁହା ଧନକୁ ଲୁଟି ଏବେ ମୁମ୍ବାଇରେ ସାମ୍ରାଜ୍ୟ ଗଢ଼ା ଚାଲିଛି କି? ଏହି ବଡ଼ ପ୍ରଶ୍ନ ଏବେ ଓଡ଼ିଶା ରାଜନୀତିରେ ନିଆଁ ଲଗାଇ ଦେଇଛି।
ବିଜେଡି ନେତାଙ୍କ ମୁହଁରେ ଅଠା: ସମସ୍ତେ କାହିଁକି ଚୁପ୍?
କିନ୍ତୁ ସବୁଠାରୁ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ କଥା ଦେଖନ୍ତୁ। ଏତେ ବଡ଼ ଅଭିଯୋଗ ଆସିଲା, ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ଏହି ଖବର ଶୁଣି ଚକିତ ହେଲେ, କିନ୍ତୁ ବିଜୁ ଜନତା ଦଳର ବଡ଼ ବଡ଼ ମଙ୍ଗୁଆଳ, ସେହି ବରିଷ୍ଠ ନେତାମାନେ ଏବେ ପୁରା ନିଶବ୍ଦ! ସମସ୍ତଙ୍କ ମୁହଁରେ ଯେମିତି କେହି ଅଠା ମାରିଦେଇଛି। କେହି ଜଣେ ବି ପାଣ୍ଡିଆନଙ୍କ ସପକ୍ଷରେ କହିବାକୁ କିମ୍ବା ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ସାମ୍ନାକୁ ଆସୁନାହାନ୍ତି।
ଚାଲନ୍ତୁ ଦେଖିବା ସେହି ଲମ୍ବା ତାଲିକାକୁ— ଦିନେ ଦଳର ସବୁଠାରୁ ବଡ଼ ଚେହେରା ଥିବା ତଥା ପାଣ୍ଡିଆନଙ୍କ ବିରୋଧୀ ଭାବେ ଜଣାଶୁଣା ପ୍ରଭାତ ତ୍ରିପାଠୀ ଏବେ ଚୁପ୍। ତାଙ୍କ କଥା ଛାଡ଼ନ୍ତୁ, ପ୍ରଭାତ ବିଶ୍ୱାଳ ମଧ୍ୟ ଏହି ପ୍ରସଙ୍ଗରେ ପାଟି ଖୋଲୁନାହାନ୍ତି। ପାଣ୍ଡିଆନଙ୍କ ସମର୍ଥକ କଟକର ମେୟର ତଥା ବରିଷ୍ଠ ନେତା ସୁଭାଷ ସିଂହ, ତାଙ୍କର ତ କେଉଁଠି ଚିହ୍ନବର୍ଣ୍ଣ ହିଁ ମିଳୁନାହିଁ! ଲେଲିନ ମହାନ୍ତି, ଚିନ୍ମୟ ସାହୁ କିମ୍ବା ଇପ୍ସିତା ସାହୁ—ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି କ୍ୟାମେରା ସାମ୍ନାକୁ ଆସି କହୁନାହାନ୍ତି ଯେ ଏହି ଅଭିଯୋଗ ମିଛ।
ମାହାଙ୍ଗାର ବରିଷ୍ଠ ନେତା ପ୍ରତାପ ଜେନା କିମ୍ବା ବିଜୟ ନାୟକ, ଯେଉଁମାନେ ଦିନେ ପାଣ୍ଡିଆନଙ୍କ ଗୋଟିଏ ଇସାରାରେ ଓଡ଼ିଶାକୁ ଓଲଟପାଲଟ କରିବାକୁ ବାହାରି ପଡ଼ୁଥିଲେ, ସେମାନଙ୍କର ବରଦାସ୍ତ କରିବା କ୍ଷମତା ଏବେ ସରିଯାଇଛି। ବିଜୁ ଜନତା ଦଳ ଭିତରେ ଏବେ ପାଣ୍ଡିଆନଙ୍କୁ ବରଦାସ୍ତ କରିବାକୁ କେହି ପ୍ରସ୍ତୁତ ନାହାନ୍ତି। ସମସ୍ତେ ବୁଝିଗଲେଣି କି ପାଣ୍ଡିଆନଙ୍କ ଜାହାଜ ଏବେ ବୁଡ଼ବାକୁ ଯାଉଛି, ତେଣୁ ନିଜକୁ ବଞ୍ଚାଇବା ପାଇଁ ସବୁ ନେତା ଏବେ ଚୁପ୍ ବସିବାକୁ ଶ୍ରେୟସ୍କର ମଣୁଛନ୍ତି।
ଆଇଟି ସେଲ୍ର ପ୍ରୋପାଗାଣ୍ଡା ଏବେ ଫେଲ୍!
ଯେତେବେଳେ ପାଣ୍ଡିଆନଙ୍କ ମୁମ୍ବାଇ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଲା, ସେତେବେଳେ ଦଳର ବଡ଼ ନେତାମାନେ ଚୁପ୍ ରହିଲେ ସତ, କିନ୍ତୁ ସୋସିଆଲ ମିଡିଆରେ ଏକ ବଡ଼ ଗୁପ୍ତ ପ୍ରଚାର ଆରମ୍ଭ କରାଗଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଟ୍ୱିଟର ଓ ଫେସବୁକରେ ମିଛ ଖବର ସେୟାର କରାଗଲା। ବିଜେଡିର ଆଇଟି ସେଲ୍ ଚେଷ୍ଟା କଲା କି ପାଣ୍ଡିଆନଙ୍କ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇ ବିଜେପି ନେତାଙ୍କୁ ବଦନାମ କରାଯାଉ।
ପାଣ୍ଡିଆନଙ୍କ ସମର୍ଥକମାନେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କଲେ କି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କର ଆମେରିକାରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ସେମାନେ ଭାବିଥିଲେ କି ଏଭଳି କାଉଣ୍ଟର (Counter) ଆଟାକ୍ କଲେ ପାଣ୍ଡିଆନଙ୍କ ୪୦ କୋଟିର ମୁମ୍ବାଇ ପ୍ରସଙ୍ଗ ଚାପି ହୋଇଯିବ।
କିନ୍ତୁ ଏହି ସମୟରେ ରାଜେନ୍ଦ୍ର ମହାପାତ୍ର ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସାମ୍ନାକୁ ଆସିଲେ। ସେ ବିଜେଡିର ଏହି ପ୍ରୋପାଗାଣ୍ଡାକୁ କେବଳ କାଉଣ୍ଟର କଲେନାହିଁ, ବରଂ ଓଲଟା ଏଭଳି କିଛି ଡକ୍ୟୁମେଣ୍ଟ ରଖିଲେ ଯାହା ପରେ ବିଜେଡି ଆଇଟି ସେଲ୍ ପୁରା ଚୁପ୍ ହୋଇଗଲା। ସେ ସ୍ପଷ୍ଟ ଚେତାବନୀ ଦେଲେ କି, “ଏହା ତ କେବଳ ଟ୍ରେଲର୍, ସମ୍ପୂର୍ଣ୍ଣ ସିନେମା ଏବେ ବାକି ଅଛି।” ଏହି ବ୍ରହ୍ମାସ୍ତ୍ର ମାଡ଼ ପରେ ବିଜେଡି ସମର୍ଥକଙ୍କ ପାଖରେ କୌଣସି ଜବାବ ନ ଥିଲା।
ନବୀନ ବାବୁଙ୍କ ଦିଲ୍ଲୀ ଗସ୍ତ: ହେଲ୍ଥ ଚେକ୍-ଅପ୍ ନା ‘ଲିଗାଲ୍ ଚେକ୍-ଅପ୍’?
ଏବେ ଆସନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଉପରକୁ— ନବୀନ ପଟ୍ଟନାୟକ ହଠାତ୍ ଦିଲ୍ଲୀ କାହିଁକି ଗଲେ? ସରକାରୀ ଭାବେ କୁହାଯାଉଛି କି, ନବୀନ ପଟ୍ଟନାୟକ ନିଜର ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା (Health Check-up) ପାଇଁ ଦିଲ୍ଲୀ ଯାଇଛନ୍ତି। ହଁ, ବୟସ ଅଧିକ ହୋଇଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସ୍ୱାଭାବିକ କଥା। କିନ୍ତୁ ରାଜନୈତିକ କରିଡରରେ ଯେଉଁ ଚର୍ଚ୍ଚା ହେଉଛି, ତାହା ପୁରା ଭିନ୍ନ। ଲୋକେ କହୁଛନ୍ତି କି ଏହା କେବଳ ସ୍ୱାସ୍ଥ୍ୟ ପରୀକ୍ଷା ନୁହେଁ, ବରଂ ଏହା ହେଉଛି ଲିଗାଲ୍ ଚେକ୍-ଅପ୍ (Legal Check-up)!
କିଛିଦିନ ପୂର୍ବେ ଓଡ଼ିଶାରେ ଏକ ବଡ଼ ପ୍ରଶ୍ନ ଉଠିଥିଲା ନବୀନ ଟ୍ରଷ୍ଟ (Biju Naveen Trust) କୁ ନେଇ। ଏହି ଟ୍ରଷ୍ଟର ଅସଲ ମାଲିକ କିଏ? ଚର୍ଚ୍ଚା ହେଉଥିଲା କି ନବୀନ ବାବୁଙ୍କ ପରେ ଏହି ବିରାଟ ସମ୍ପତ୍ତି ଏବେ ଏବଂ ଟ୍ରଷ୍ଟର ସର୍ବେସର୍ବା ହେବେ ସେହି ଭୈରବ ପାଣ୍ଡିଆନ। କିନ୍ତୁ ଓଡ଼ିଶାରେ ସରକାର ବଦଳିବା ପରେ ଏବେ ଏହି ଟ୍ରଷ୍ଟ ଉପରକୁ ବିପଦ ମାଡ଼ି ଆସୁଛି। ଯଦି କାଗଜପତ୍ର ଠିକ୍ ନ ରହେ, ତେବେ ସରକାର ଏହି ଟ୍ରଷ୍ଟ ଉପରେ ବଡ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
ବର୍ତ୍ତମାନ ଭିତର ମହଲରୁ ଖବର ଆସୁଛି କି, ନବୀନ ପଟ୍ଟନାୟକ ନିଜର ଏହି ଅଘୋଷିତ ପୋଷ୍ୟପୁତ୍ର, ଅଘୋଷିତ ଉତ୍ତରାଧିକାରୀ ପାଣ୍ଡିଆନଙ୍କୁ ବିପଦରୁ ମୁକ୍ତ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି। ସେଠାରେ ବଡ଼ ବଡ଼ ଆଇନଜ୍ଞ ଏବଂ ଓକିଲମାନଙ୍କ ସହ ଆଲୋଚନା କରି କେମିତି ସେହି ଟ୍ରଷ୍ଟର କାଗଜପତ୍ରକୁ ଠିକ୍ କରାଯାଇପାରିବ ଏବଂ ପାଣ୍ଡିଆନଙ୍କୁ ସୁରକ୍ଷା କବଚ ଦିଆଯାଇପାରିବ, ସେଥିପାଇଁ ପଛରେ ବଡ଼ ଯୋଜନା ଚାଲିଛି।
କେବଳ ସେତିକି ନୁହେଁ ନବୀନ ପଟ୍ଟନାୟକ ବିଜେପି ପ୍ରଭାବଶାଳୀ ନେତାଙ୍କୁ ଭେଟିବାର ଯୋଜନା ରହିଛି। ବିଜେପି ନେତାଙ୍କୁ ଭେଟି ରାଜ୍ୟସଭା ଉପନିର୍ବାଚନରେ ଦେବାଶୀଷ କିପରି ଟିକଟ ନ ପାଇବେ ଓ ସେ କିପରି ମୁହଁ ନ ଖୋଲିବେ ତାର ବନ୍ଦୋବସ୍ତ କରିବେ ବୋଲି କୁହାଯାଉଛି। ଏଥିପାଇଁ ସେ ଆଗାମୀ ଦିନରେ ବିଜେପି ବିରୋଧରେ କୌଣସି ପଦକ୍ଷେପ ନେବେ ନାହିଁ ବୋଲି ବୁଝାମଣା କରିବାକୁ ପ୍ରସ୍ତୁତ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ଓଡ଼ିଶା ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା
ଓଡ଼ିଶାର ଇତିହାସରେ ଏମିତି ଦିନ କେବେ ଆସିନଥିଲା। ଯେଉଁ ନେତାମାନେ ଦିନେ ୨୪ ବର୍ଷ ଧରି ଓଡ଼ିଶାର ଭାଗ୍ୟ ବିଧାତା ଥିଲେ, ସେମାନେ ଆଜି ଜଣେ ଅଣଓଡ଼ିଆ ଅଫିସରଙ୍କ ସମ୍ପତ୍ତି ଏବଂ ଦୁର୍ନୀତିର ଅଭିଯୋଗ ପାଇଁ ଚୁପ୍ ବସିଛନ୍ତି। ଓଡ଼ିଶାର ସାଧାରଣ ଜନତା ସବୁ ଦେଖୁଛନ୍ତି। ୪୦ କୋଟିର ମୁମ୍ବାଇ ସମ୍ପତ୍ତି ଅଭିଯୋଗ ଉପରେ ପାଣ୍ଡିଆନଙ୍କର ନିଜର କୌଣସି ଜବାବ ନାହିଁ କି ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ନାହିଁ।
ନବୀନ ବାବୁ ଯେତେ ଚେଷ୍ଟା କଲେ ମଧ୍ୟ ସତ୍ୟକୁ କଣ ଅଧିକ ଦିନ ଲୁଚାଇ ରଖାଯାଇପାରିବ? କାଗଜପତ୍ର ଠିକ୍ କରି କଣ ପାଣ୍ଡିଆନଙ୍କୁ ଓଡ଼ିଶା ଜନତାଙ୍କ କ୍ରୋଧରୁ ବଞ୍ଚାଯାଇପାରିବ? ଏହା ଆଗାମୀ ସମୟ ହିଁ କହିବ।
ଆପଣମାନଙ୍କୁ କଣ ଲାଗୁଛି? ନବୀନ ବାବୁଙ୍କ ଦିଲ୍ଲୀ ଗସ୍ତର ଅସଲ କାରଣ କଣ ସତରେ ସ୍ୱାସ୍ଥ୍ୟ ପରୀକ୍ଷା ନା ପାଣ୍ଡିଆନଙ୍କୁ ବଞ୍ଚାଇବାର ପ୍ରୟାସ? ମୁମ୍ବାଇର ସେହି ୪୦ କୋଟିର ସମ୍ପତ୍ତି ଉପରେ ଆପଣଙ୍କର ରାୟ କଣ?
AlsoRead;https://purvapaksa.com/education-minister-promises-textbooks-will-arrive-within-deadline/


