ରାଜ୍ୟରେ ମୋହନ ସରକାର ଗଠନ ହେବ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନରେ ସମ୍ଭବତଃ ଗୋଟିଏ ଭୁଲ ଧାରଣା ଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୟାରୁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେଥିପାଇଁ ସେ ଧର୍ମେନ୍ଦ୍ରଙ୍କ ବୋଲକରା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଥିଲା।
କିନ୍ତୁ ଏ ସ୍ଥିତି ବେଶି ଦିନ ରହିଲା ନାହିଁ। ମୁଖ୍ୟମନ୍ତ୍ରୀ ମୋହନଙ୍କ ମନରୁ ଧର୍ମେନ୍ଦ୍ରଙ୍କ ମାୟାଜାଲ ଅପସରିଗଲା। ସରକାର ଉପରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ହ୍ରାସ ପାଇଥିବାବେଳେ ଏବେ କିଏ ଏ ସ୍ଥାନ ପୂରଣ କରିଛନ୍ତି ଆସନ୍ତୁ ତାହା ଜାଣିବା।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ପ୍ରଥମ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବାବେଳେ ରାଜ୍ୟ ବ୍ୟାପାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ହ୍ରାସ ପାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସମୀର ମହାନ୍ତି, ଗୋଲକ ମହାପାତ୍ର, ଠାକୁର ରଣଜିତ ଦାସଙ୍କ ଭଳି ନେତାଙ୍କୁ ନେଇ ଶ୍ରୀ ପ୍ରଧାନ ଓ ତାଙ୍କ ଗୋଷ୍ଠୀ ରାଜ୍ୟର ମୋହନ ସରକାର ଉପରେ ନିଜର ଦଖଲ ହରାଇଥିବା ଜଣାପଡ଼ିଛି।
ଗୋଲକ ମହାପାତ୍ର କ୍ୟାବିନେଟର ସଦସ୍ୟ ନ ଥାଇ ମୋହନଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାର ଅଂହକାର ମନରେ ଥିଲା। କ୍ଷମତାର ଅଂହକାରରେ ବୁଡୀ ରହିଥିବା ଗୋଲକ ମହାପାତ୍ର କ୍ୟାବିନେଟ ବୈଠକରେ ବସିଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏ କଥା କେନ୍ଦ୍ରୀୟ ହାଇକମାଣ୍ଡଙ୍କ କାନରେ ପଡ଼ିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ନ ଟିବାକୁ ତାଗିଦା କରାଯାଇଛି।
କଥା ଏତିକିରେ ଶେଷ ହେଲା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କିଏ କେତେବେଳେ ଆସି ଭେଟିଲା, କ’ଣ ଆଲୋଚନା ହେଲା ଠାକୁର ରଣଜିତ ଦାସ ତାଙ୍କର ଗଡଫାଦରଙ୍କୁ ସବୁ ଖବର ଦେଉଥିଲେ। କେବଳ ସେତିକି ନୁହେଁ ଗୋଲକଙ୍କ ଭଳି ରଣଜିତ ମଧ୍ୟ ସରକାରୀ ସମୀକ୍ଷା ବହଠକରେ ବସିଯାଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସରେ ଦଳୀୟ ବୈଠକରେ ଏ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କୁ ଚେତାବନୀ ଦେଇଥିବା ଦଳୀୟ ମହଲରେ ଆଲୋଚନା ହୁଏ। ଏହା ପୂର୍ବରୁ ଠାକୁର ରଣଜିତ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯିବା ବନ୍ଦ ହୋଇସାରିଥିଲା।
ଏହି ଘଟଣା ପରଠାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜର ସମ୍ମାନ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ କାମରେ ହସ୍ତକ୍ଷେପ ବନ୍ଦ କରିବା ସହିତ ନିଜ ନିର୍ବାଚନମଣ୍ଡଳୀ ସମ୍ବଲପୁରରେ ନିଜକୁ ସୀମିତ କରିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଧର୍ମେନ୍ଦ୍ର ଚୁପ ହେବା ପରେ ଏବେ ଓଡ଼ିଶାର ଉଦୀୟମାନ ଶକ୍ତି କେନ୍ଦ୍ର ହେଉଛନ୍ତି କେନ୍ଦ୍ର ରେଳ, ଆଇଟି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସମୟକ୍ରମେ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ବୈଷ୍ଣବଙ୍କ ପରିବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତଥିବାବେଳେ ସେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଛନ୍ତି। ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବିଭାଗ ଉପରେ ତାଙ୍କର ନିୟନ୍ତ୍ରଣ ତାଙ୍କର ଉଚ୍ଚତାକୁ ଆହୁରି ମଜବୁତ କରିଛି।
ଓଡ଼ିଶାର ଉଭୟ ସରକାରୀ ଓ ଅମଲାତାନ୍ତ୍ରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ହ୍ରାସ ରାଜ୍ୟ ରାଜନୀତିରେ ବୈଷ୍ଣବଙ୍କ ଉନ୍ନତିରେ ସିଧାସଳଖ ସହାୟକ ହୋଇଛି। ଉଦାହରଣସ୍ୱରୂପ ଓଡ଼ିଶା ସରକାରଙ୍କ ଖଣି ନିଲାମ ପଛରେ ବୈଷ୍ଣବ ହିଁ ଚାଳକ ଶକ୍ତି ବୋଲି ବିଶ୍ୱାସ କରାଯାଏ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରଭାବ ରଖିଥିବା ବିଜେପି ପାଇଁ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଭିକେ ପାଣ୍ଡିଆନଙ୍କ ଘନିଷ୍ଠଭାବେ ପରିଗଣିତ ବୈଷ୍ଣବ ଚଳିତ ବର୍ଷ ଫେବ୍ରୁଆରିରେ ପୁଣିଥରେ ବିଜେଡି ସମର୍ଥନରେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
Also readhttps://purvapaksa.com/after-godi-media-darbari-media-biscuit-media-hamam-everyone-is-lame/
ଗୋଦି ମିଡିଆ, ଦରବାରୀ ମିଡିଆ ପରେ ବିସ୍କୁଟ୍ ମିଡିଆ, ହମାମରେ ସମସ୍ତେ ଲଙ୍ଗଳା


